ପୃଷ୍ଠା:Alankara Bodhodaya.pdf/୩୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ଅତ୍ର ପ୍ରଥମେ ହସ୍ତୀ ନ ମାଗି ଅଶୁ ମାଗିବାର ଅନୁଚିତ ହେଲା; କାରଣ ପ୍ରଥମରେ ଉତ୍କୃଷ୍ଣ ପଦାର୍ଥ ମାଗି ତା'ର ଅଭାବରେ ନିକୃଷ୍ଟ ପଦାର୍ଥ ମାଗିବାର ଉଚିତ । ଗ୍ରାମ୍ଯତା - ଯଥା, କଳଶ ରାଗେ ମୁଁ ଏଠାରେ ଶୋଉଅଛି ତୁମେୟ ତହିଁ ଶୁଆ, ପିଢ଼ା ଉପରରେ ନେଇ ପୋଥୁ ପତ୍ର ଥୁଅ । ଅଦ୍ର ଅର୍ଥ ଗ୍ରାମ୍ୟ । ବ୍ୟାହତତା - ପ୍ରଥମରେ କାହାରି ଉତ୍କର୍ଷ ବା ଅନୁତ୍କର୍ଷକୁ କହି ପଶ୍ଚାତ୍ ତାହାର ଯେ ଅନ୍ଯଥାକରଣ ତାକୁ ବ୍ୟାହତତା ବୋଲି । ଯଥା, ବଙ୍ଗଳୀ ଶ୍ରୀ ରାଗେ - ନବଇନ୍ଦୁ କଳାମାନେ ନ ହରନ୍ତି ଯୁବାମାନଙ୍କର ଚିତ୍ତ, ଏ। ଲୋକ ଲୋଚନ ଚନ୍ଦ୍ରିକା ବାଳାକୁ ଯେ କରନ୍ତି ଦୃଷ୍ଟିଗତ । ଅତ୍ର ପ୍ରଥମତଃ ଇନ୍ଦୁକଳାମାନେ ଯୁବାଚିତ୍ତକୁ ନ ହରିବାର ଉକ୍ତ କରି ପୁନଶ୍ଚ ସ୍ତ୍ରୀଠାରେ ଚନ୍ଦ୍ରିକାତ୍ ଆରୋପଣ ପୂର୍ବକ ଯେ ମନୋହରତ୍ନ ବର୍ଣ୍ଣନ ହେଲା ସେ ବ୍ୟାହତି ମାତ୍ର, ଅର୍ଥାତ୍ ବଦରେ ତା ବ୍ୟାଘାତଃ । ଅନବୀକୃତତା - ଯଥା, ଚକ୍ରକେଳି ରାଗେ ସଦା ଆକାଶରେ ଭାନୁ ସଞ୍ଚରେ, ସଦା ଯେମନ୍ତ ବହନ୍ତି ସମୀରେ, ସଦ୍ୟ ଶେଷ ଧରା ଧରନ୍ତି ଶିରେ, ସଦା ସୁଜନ ଗର୍ବକୁ ନ କରେ । ଅତ୍ର ସଦ୍ୟ ଶବ୍ଦ ବାରମ୍ବାର କହିବାରୁ ଅନବୀକୃତ ହେଲା, କିନ୍ତୁ ନିମ୍ନଲିଖିତ ମତେ କହିଲେ ନବୀକୃତ ହୋଇଥାନ୍ତା, ଯଥା ଉକ୍ତ ରାଗେ, ସଦା ଆକାଶେ ଗମନ୍ତି ଭାସ୍କାର, ରାତ୍ର ଦିବାରେ ବହଇ ସମୀର, ସତତ ଶେଷ ଧରନ୍ତି ଧରଣୀ, ନିତେଜିଂ ଧୀର କହେ ଅଗର୍ବବାଣୀ । ନିହେଁ ତୁତା - ଯଥା, ଉକ୍ତ ରାଗେ ଆଜ୍ଞା ଭଙ୍ଗରୁ କରିଥୁଲି ତ୍ଯକ୍ତ, ପୁଣି ତୋ ସୌଜନେଦ୍ୟ କଲି ପାଳିତ, ଈଶ୍ବର ମଙ୍ଗଳ କରନ୍ତୁ ତୋର, ଆରେ ଭୂତ୍ୟ ଏବେ ହୁଅ ତୁ ଦୂର । ଅତ୍ର ପ୍ରଥମରେ 'ଆଜ୍ଞା ଭଙ୍ଗ ହେତୁରୁ ତ୍ୟାକ୍ତ ହୋଇଥଲା । ଦ୍ବିତୀୟତଃ ତ୍ୟାକ୍ତ