ହେବାର କୌଣସି ହେତୁ ଉଲ୍ଲେଖ ନ ହେବାରୁ ନିହେଁତୁକ ହେଲା । ପ୍ରକାଶିତ ବିରୁଦ୍ଧତା - ଯଥା, ହେ ମହାରାଜ, ତୁମ୍ଭର କୁମାର ସମ୍ୟକ୍ ପ୍ରକାରେ ଶ୍ରୀକି ପ୍ରାପ୍ତ ହେଉନ୍ତୁ । ଅତ୍ର ଏହି ଆଶୀର୍ବାଦ ବାକ୍ୟରୁ ଜଣାଗଲା ଯେ, ତୁମେ ନାଶକୁ ପ୍ରାପ୍ତ ହୁଅ, ଅତଏବ ଏ ବାକ୍ୟ ବିରୁଦ୍ଧାର୍ଥକୁ ପ୍ରକାଶିତ କଲା । ସନ୍ଧିପ୍ଳତା - ଯଥା, ଚକ୍ରକେଳି ରାଗେ ଅଚଳା ଅବଳା ଜୋକ, ଅବା ଜୋସବ୍ଯ ବିଳମ୍ବ ନ କରି କହ ହେ ଭବ୍ଯ ! ଅତ୍ର କୌଣସି ପ୍ରକରଣ ନ ଥୁବାରୁ ଉତ୍ତର ଦାନ ବିଷୟରେ ସନ୍ଧିଷ୍ମତା ରହିଲା । ଅବିଶେଷେ ବିଶେଷ - ଯଥା, ମଙ୍ଗଳବରାଡ଼ୀ ରାଗେ ହୀରକ ନିଧୁର ସିଦ୍ଧି ବର୍ଣ୍ଣିବା କେ ବା ସୁବୁଦ୍ଧି ଲଭି ଯହିଁରୁ ଅମୃତ ଦେବେ ଅମୃତ ଯେ ! ଅତ୍ର ରତ୍ବନିଧ ବୋଲିଥୁଲେ ବିଶେଷରେ ଉତ୍କର୍ଷ ହୋଇଥାନ୍ତା, ତାହା ନବୋଲି ରତ୍ନମାନଙ୍କ ମଧରୁ ବିଶେଷରେ ଏକ ହୀରକ ନିଧ ବେଲିବାର ଅନୁତ୍କର୍ଷ ହେଲା । ବିଶେଷେ ଅବିଶେଷ୍ଠ - ଯଥା, କଳଶ୍ରୀଗେ ନୀଳ ବସ୍ତ୍ର ପିନ୍ଧି ଅଭିସାରିକା ନାଗରୀ ରଜନୀରେ ଯାଏ। ମନେ ଭୟକୁ ନକରି । ଅତ୍ର ବିଶେଷ ଶବ୍ଦ ତମିସ୍ରା, ଏହାକୁ ଉଲ୍ଲେଖ କରିଥୁଲେ ଅଭିସାରିକା ଗମନର ସାଧକ ହୋଇଥାନ୍ତା; କିନ୍ତୁ ତାହା ନ ହୋଇ ଅବିଶେଷରେ ଅର୍ଥାତ୍ ସାମାନ୍ୟରେ ରଜନୀ ଶବ୍ଦର ଉଲ୍ଲେଖ କରିବାରୁ ବିଶେଷ ଅର୍ଥର ଉତ୍କର୍ଷ ନ କଲା । ବିଧଯୁକ୍ତତା - ଯଥା, କଳଶା ରାଗେ ସ୍ବପକ୍ଷର ଆନନ୍ଦକୁ କରିବେ ସତ୍ବର ପରପକ୍ଷକୁ ବିନାଶି ଏହି ନୃପବର । ଅତ୍ର ପରପକ୍ଷକୁ ନାଶକଲେ ସ୍ବପକ୍ଷର ଆନନ୍ଦ ହେବାର ବିଧ; ତାହା ନ ବୋଲି ଆଦ୍ଯରେ ସ୍ବପକ୍ଷ ଆନନ୍ଦ କରିବେ ବୋଲିବାର ଅଯୁକ୍ତ । ଅନୁବାଦାଯୁକ୍ତତା - ଯଥା, କଳଶା ରାଗେ ଚନ୍ଦ୍ରଙ୍କ ପ୍ରତି ଶିବଚୂଡ଼ା ଭରଣ ହେ ଲୋକ ତମେହର ! ବିରହି ପ୍ରାଣ ହରଣ !। ପୀଡ଼ିତ ନକର ।
ପୃଷ୍ଠା:Alankara Bodhodaya.pdf/୩୬
Appearance