ପୃଷ୍ଠା:Alankara Bodhodaya.pdf/୩୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୪
ବାସୁଦେବ ଗ୍ରନ୍ଥାବଳୀ
 

ଦୋଷ ହୁଅନ୍ତା ନାହିଁ ।

ଅନୁଭାବର କଷ୍ଟରେ କଳ୍ପିତାକ୍ଷେପ - ଯଥା, ବଙ୍ଗଳାଶ୍ରୀ ରାଗେ
ଅମୃତ ଦୀଧତି ଭୁବନ ତଳକୁ କରୁଛନ୍ତି ଧବଳିତ,
କଟାକ୍ଷ ପ୍ରକାଶେ ସ୍ମିତମୁଖୀ ବାଳା ଦେଖା କିପରି ଶୋଭିତ ।

ଅତ୍ର ଅମୃତ ଦୀଧତି ଉଦ୍ଦାପନ, ବାଳା ଆଲମ୍ବନ, ଏ ଦୁହେଁଥଲେ ଅନୁଭାବ ଯେ କଟାକ୍ଷ ସେ ବଳାତ୍କାରରେ ଆକ୍ଷେପ ହୋଇ ପାରେ ବୋଲି ଯେ କଟାକ୍ଷାଦିକୁ ଆକ୍ଷେପ କରି ଶବ୍ଦ ରୂପରେ କହିବାର, ସେ ଦୋଷ, ମାତ୍ର ଦେଖ କିପରି ବୀଚି ତରଙ୍ଗ ନ୍ୟାୟରେ ନେତ୍ରରେ ବିଳାସମାନ ହେଉଅଛି, ବୋଇଲେ କଟାକ୍ଷର ଆକ୍ଷେପ ହୁଅନ୍ତା ନାହିଁ, ସାକ୍ଷାତ୍ ଅନୁଭବ ହୁଅନ୍ତା ।

ବିଭାବର କଷ୍ଟରେ କେନ୍ଦ୍ରିଡା କ୍ଷେପ - ଯଥା, ଉକ୍ତରାଗେ
ବିଷୟୋ ଅରୁଚି ଚିତ୍ତ ଅସ୍ଥିରତା ଗତି ସ୍ଫୁଜନ ପ୍ରଭୃତି,
ଏତୋର ବିଷମଦଶା ତାହାଙ୍କର ଅତ୍ୟନ୍ତେ ହରୁଛି ଧୂତି ।

ଅତ୍ର କାମିନୀ ରୁପ ବିଭାବର ଏ ବିଷମଦଶା ବୋଲି କଷ୍ଟରେ ଆକ୍ଷେପ କରି ଅର୍ଥ କରାଯିବ, କାରଣ ଏହି ଦଶ ଅନ୍ୟ ବ୍ୟକ୍ତିର ମଧ୍ୟ କରୁଣ ରସରେ ହୋଇପାରେ । ଅତଏବ ଏସ୍ଥଳରେ ତାହା ନ ହୋଇ ଶୃଙ୍ଗାର ରସରେ କେବଳ କାମିନୀର ଆକ୍ଷେପ କଳ୍ପିତ ହେବ । ପରିପନ୍ଥୀ ରସର ଅଙ୍ଗ ଓ ବିଭାବାଦିର ପରିଗ୍ରହ - ଯଥା, କଳଶା ରାଗେ

ଯୌବନ ଅସ୍ଥିର ଜାଣି ମାନ ତେଜ ବା କା ।

ଅତ୍ର ଶୃଙ୍ଗାର ରସର ବିରୋଧୀ, ଶାନ୍ତ ରସର ଅଙ୍ଗ ଯେ ଯୌବନଅସ୍ଥିରତା, ସେ ଉକ୍ତ ହେଲା ଏବଂ ଏହି ଯୌବନ-ଅସ୍ଥିରତା ଶାନ୍ତ ରସର ବିଭାବ । ଏହାର ତାତ୍ପର୍ଯ୍ୟ ଏହି, ଯେଉଁ ରସର ଯେ ବିରୋଧୀ ତାହାର ବିଭାବ ଓ ଅଙ୍ଗ ପରିଗୃହୀତ ହେବ ନାହିଁ ।

ଅକାଣ୍ଡେ ପ୍ରଥନ - ଯଥା, ବେଣୀସଂହାର ଦ୍ବିତୀୟାଙ୍କେ

ଅନେକ ବୀରମାନଙ୍କର କ୍ଷୟ କାଳରେ ଦୁର୍ଯ୍ୟୋଧନଙ୍କର ଭାନୁମତୀଙ୍କ ସହିତରେ ଯେଉଁ ଶୃଙ୍ଗାର ପ୍ରଥନ (କଥନ) ।

ଅତ୍ର ଶୃଙ୍ଗାର ରସ ପ୍ରକାଶର କାଳ ନୁହେ |

ଅକାଣ୍ଡରେ ଛେଦ - ଯଥା, ବୀର ଚରିତେ

ଯେଉଁ ସମୟରେ ସିଂହଦ୍ବାରରେ ସଂଗ୍ରାମ ଉପସ୍ଥିତ ହେଲା ସେହି ସମୟରେ କଙ୍କଣ ମୋଚନ ନିମିତ୍ତ ଯାଉଅଛି ବୋଲି ରାଘବଙ୍କର ଯେଉଁ ଉକ୍ତି ।