ପୃଷ୍ଠା:Alankara Bodhodaya.pdf/୪୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ନିଶାରେ କୁମୁଦ, ଶୁକ୍ଳପକ୍ଷରେ ଚନ୍ଦ୍ରିକା, ମେଘଧ୍ୱନିରେ ମୟୂର ନୃତ୍ୟ, ଅଶୋକରେ ଫଳାଭାବ, ବସନ୍ତରେ ଜାତିକୁସୁମର ଅଭାବ, ଚନ୍ଦନଦ୍ରୁମରେ ଫଳ ପୁଷ୍ପର ଅଭାବ, ଇତ୍ୟାଦି ସତ୍କବିମାନଙ୍କ ପ୍ରବନ୍ଧରେ ସ୍ପଷ୍ଟ ବର୍ଣ୍ଣିତ ହୁଏ । ଏମାନଙ୍କ ଉଦାହରଣମାନେ ଯଥା ସ୍ଥାନରେ ସ୍ପଷ୍ଟ ଅଟନ୍ତି । ଧନୁର୍ଜନ୍ଯାଦି ଶବ୍ଦମାନଙ୍କର ପୁନଶ୍ଚ ଧନୁରାଦି ଶବ୍ଦର ଯେ ପ୍ରୟୋଗ, ସେ ଆରୁଢ଼ ହ୍ରାଦି ବୋଧନିମିତ୍ତ ହୋଇଅଛି, ପୁନରୁକ୍ତି ଦୋଷ ନୁହେଁ - ଯଥା, ଧନୁର୍ଜ୍ୟାକନୋଭବ ଧ୍ବନିହ୍ନାରା ଦ୍ୟ ବା ପୃଥ୍ବୀ ଦୁହେଁ ପୁରିତ ହେଲେ । ଅତ୍ର ଜ୍ୟ ଶବ୍ଦମାତ୍ରରେ ଧନୁର ବୋଧ ହେଲେ ମଧ୍ୟ ପୁନଶ୍ଚ ଯେ ଧନୁଶବ୍ଦର ଉପାଦାନ। ସେ ଧନୁରେ ଗୁଣର ଆରୋପଣ ବୋଧନିମିତ୍ତ ହୋଇଅଛି, ଅତଏବ ଦୋଷ ନୁହେଁ । ଆଦି ଶବ୍ଦରୁ - ଯଥା, ଭାତିକଣ୍ଠୀବଙସପ୍ରେପ୍ତ । ଅତ୍ର କର୍ଣ୍ଣସ୍ଥିତତ୍ତ୍ୱର ବୋଧନିମିତ୍ତ କର୍ଣ୍ଣଶବ୍ଦର ପ୍ରୟୋଗ ହେଲା । ଏହିପରି ଶ୍ରବଣକୁଣ୍ଡଳ ଓ ଶିର8ଶେଖର ପ୍ରଭୃତି ଶବ୍ଦମାନଙ୍କୁ ଜାଣିବା । ଏବଂଚ ମାଳ ଶବ୍ଦ ଯେବେ, ବିଶେଷଣଶୂନ୍ୟ ହୋଇଥୁବ ତେବେ କେବଳ ପୁଷ୍ପମାକାକୁ ବୁଝାଇବ । କିନ୍ତୁ “ପୁଷ୍ପମାଳା ବିଭାତିତେ' ଅତ୍ର ପୁଷ୍ପ ଶବ୍ଦ ଉତ୍କୃଷ୍ଣ ପୁଷ୍ପର ବୋଧକ, ଏବଂ ଚ ‘ମୁକ୍ତାହାର' । ଅତ୍ର ମୁକ୍ତା ଶବ୍ଦ ଅନ୍ୟ ରତ୍ବରେ ଅମିଶ୍ରିତ ତୁର ବୋଧକ । ଏହିମାନେ ସତ୍କବି ସମ୍ମତ ହେବାରୁ ପ୍ରୟୋଗାହଁ ହେଲେ । ଏବଂଚ, ଜଘନକାଞ୍ଚମୀ, କରକଙ୍କଣ ଇତ୍ୟାଦି ଶବ୍ଦମାନେ କବିଙ୍କ ସମ୍ମତ ସେନାହିବାରୁ ପ୍ରୟୋଗାହିଁ ନୁହନ୍ତି । ଆନନ୍ଦମଗ୍ନ ଦି ଉକ୍ତିରେ ଚୂନପଦତା ଗୁଣ ହୁଏ - ଯଥା, କବିତାବଳୀ ଉଠ ଉଠ ଆଜୋହ ସମ ଯୋଧ ଗଣ, କଜୋର କରବାଳୀ ଯଶ ସମଜୋର | ଅତ୍ର ଆନନ୍ଦ ନଥଲେ ମଧ୍ୟ ଆଦିଶବ୍ଦରୁ ଉତ୍ସାହରେ ମଗ୍ନ ହୋଇ ଉକ୍ତି କରିବାରୁ ନୃତ୍ୟୁନପଦତା ଗୁଣ ହେଲା । ଏହି ନୃତ୍ଯୁନପଦତା କୌଣସିଠାରେ ଦୋଷ ବା ଗୁଣ ଉଭୟଥା ହୋଇ ନପାରେ - ଯଥା, ଚୋଖି ରାଗେ, ଉର୍ବଶୀଙ୍କ ପ୍ରତି ପୁରୋର ବାଙ୍କର ବିତର୍କ ।, ନିଜ ଗର୍ବ ଅବରଣେ ଦେଖିନାହିଁ ଅତି କୋପା ଜୋକଜୋବା ବାଳାର,