ବାସୁଦେବ ଗ୍ରନ୍ଥାବଳୀ
ଇତ୍ୟାଦି ବର୍ଣ୍ଣରେ ଯୁକ୍ତ ହୋଇଥିବେ । ଯଥା, କଖ୍ଖଟ, ବାଗଘର, ଏବଂଚ ଅଧ ଉର୍ଦ୍ଧ୍ୱରେ ରେଫ ଯୁକ୍ତ ହୋଇଥିବ ଯଥା, ଅର୍କ, ବକ୍ର, ଅର୍ଘ, ବ୍ୟାଘ୍ର ଏବଂଚ ଟ ଠ ଡ ଢ ଓ ଶ ଷ ଓ ସମାସ ବାହୁଲ୍ୟ ଓ ଉଦ୍ଧତ ଘଟନା ଏମାନେ ଓଜଗୁଣର ଦ୍ୟୋତକ ହୁଅନ୍ତି । ଯଥା,
ଚଞ୍ଚ ଭୁଜ ଭ୍ରମିତ ଚଣ୍ଡ ଗଦା ଭିଘାତ
ସଂଚୂର୍ଣ୍ଣିତୋରୁ ଯୁଗଳ ସଧ୍ୟ ସୁଯୋଧନସ୍ୟ ।
ସ୍ତ୍ୟାନା ବନଦ୍ଧ ଘନଶୋଣିତ ଶୋଣ ପାଣି
ରୁତ୍ତଂସୟିଷ୍ୟତି କଚାଂ ସ୍ତବ ଦେବି ଭୀମଃ |
ଗୀତ, ଯଥା, କବିତାବଳୀ ପୂ୨୯ଷ୍ଠା
ପ୍ରଚଣ୍ଡ ପାଣ୍ଡବ ଯୋଧେ ଆୟୁଧ ଭାସ୍ୱର,
ଧରି କ୍ରୋଧେ ମହାଯୁଦ୍ଧେ ଧାଇଁଲେ ସତ୍ୱର ।
ଅଥ ପ୍ରସାଦ
ଅଗ୍ନି ଯେପରି ଶୁଷ୍କ କାଷ୍ପରେ ବ୍ୟାପ୍ତହୁଏ ସେହିପରି ଯେଉଁ ଗୁଣ, ଚିତ୍ତକୁ ଶୀଘ୍ର ପ୍ରବିଷ୍ଟ ହୁଏ ଏବଂ ସମସ୍ତ ରଚନାରେ ଓ ରସରେ ସାଧାରଣ ରୂପରେ ରହେ ତାକୁ ପ୍ରସାଦ ବୋଲି । ଏବଂଚ ଶ୍ରବଣ ମାତ୍ରରେ ଅର୍ଥ ବୋଧକ ଶବ୍ଦମାନେ ପ୍ରସାଦ ଗୁଣର । ଯଥା,
ସୂଚୀ ମୁଖେନ ସକୃଦେବ କୃତ ବ୍ରଣସ୍ତ୍ୱଂ
ମୁକ୍ତାକଳାପ ! ଲୁଠସି ସ୍ତନୟୋଃ ପ୍ରିୟାୟାଃ|
ବାଣୈଃ ସ୍ମରସ୍ୟ ଶତଶୋ ବିନି କୃନ୍ତମର୍ମା,
ସ୍ୱେପ୍ନେଽପିତା° କଥମହଂ ନ ବିଲୋକୟାମି ।
ଗୀତ ଯଥା, କବିତାବଳୀ ପୃ୨ଷ୍ଠା
ତୁମ୍ଭ ପରିମଳ ଘେନି ମଳୟ ପବନ,
ବିଭୁଙ୍କ ପ୍ରସାଦ ବୋଲି କରେ ବିତରଣ ।
ଇତି ଗୁଣନିରୂପଣନ୍ନାମ ପଞ୍ଚମ ପରିଚ୍ଛେଦଃ ।
ଷଷ୍ଠ ପରିଚ୍ଛେଦ ଅର୍ଥାଳଂକାର
ଅଳ°କାରମାନେ ଶବ୍ଦ ଅର୍ଥରେ ଅସ୍ଥିର ସ୍ୱରୂପେ ରହି, କଟକ କୁଣ୍ଡଳାଦି ପରି ଶରୀର ଶୋଭାକୁ ଅତିଶୟିତ କରି, ରସାଦିର ଉପକାର କରନ୍ତି । ଏହି ଅଳଙ୍କାର ଦୁଇପ୍ରକାର : -