ବାସୁଦେବ ଗ୍ରନ୍ଥାବଳୀ ଅତ୍ର କାନ୍ତର ତଥ୍ୟତାକୁ ନୁପୁର ଦ୍ବାରୀ ଅପହୁତ କରାଗଲା । କୈତବା ପଦ୍ମ ତ୍ଯଳୀ - ବ୍ୟାଜ, କୈତବ, ଛଳ ପ୍ରଭୃତି ପଦଦ୍ବାରା ବର୍ଣ୍ଣ ବ୍ୟକ୍ତିର ମିଥ୍ୟାତ୍ କରଣକୁ - ଯଥା, କାନ୍ତା ଦୃକ୍ପାତ କୈତବ, କିନ୍ତୁ ସୂରନାରାଚ ମାନେ ନିର୍ଗତ ହେଉଅଛନ୍ତି । ଉତ୍ପ୍ରେକ୍ଷାଳୀ - ଅନ୍ୟଧର୍ମ ସମ୍ବନ୍ଧକୁ ନିମିତ୍ତ କରି ଅନ୍ୟରେ ଅନ୍ୟତା ଦାମ୍ଯ ସମ୍ଭାବନାକୁ - ଯଥା, କବିତାବଳୀ ୫୪ ପୃଷ୍ଠା ସିନ୍ଧୁ ଜଳ ପିଇବାକୁ ପ୍ରବର୍ଭିଣ ଘନ; ଭଉଁରି ବେଗରେ ଦେଖ ଭ୍ରମୁଛି କେସନ । ଏ। ଛବି ଦେଖି ମନକୁ ଏମନ୍ତ ଆସୁଛି: ସିନ୍ଧୁକୁ ମନ୍ଦରଗିରି କିଅବା ମରୁଛି । ଅଦ୍ର ବର୍ଣ୍ଣନୀୟ ମେଘ, ତହିଁରୁ ଅନ୍ୟ ଯେ ମନ୍ଦରଗିରି ତଦୀଯଧର୍ମ ସମୁଦ୍ର ମଧଭ୍ରମଣ, ତାକୁ ନିମିତ୍ତ କରି ମେଘଠାରେ ମନ୍ଦରଗିରି ତା ଦାମ୍ୟୁର ସମ୍ଭାବନା ହେଲା । ଏଠାରେ ପରିଭ୍ରମଣ ଉତ୍ପ୍ରେକ୍ଷବତୀଜ । ଏହି ଉତ୍ପ୍ରେକ୍ଷା, ବସ୍ତୁ, ହେତୁ, ଫଳ ଭେଦରେ ତିନି ପ୍ରକାର, ଅର୍ଥାତ୍ ଅବସ୍ତୁରେ ବସ୍ତୁତ୍ବପ୍ରେକ୍ଷା, ଅହେତୁରେ ହେତୁତ୍ବପ୍ରେକ୍ଷା, ଅଫଳରେ ଫଳୋତ୍ପ୍ରେକ୍ଷା । ପୁନଶ୍ଚ ବସ୍ତୁତ୍ବପ୍ରେକ୍ଷା, ଉକ୍ତାନୁକ୍ତ ବିଷୟରେଭଦରେ ଦୁଇପ୍ରକାର, ଅର୍ଥାତ୍ ଉକ୍ତ ବିଷୟବସ୍ତୁତ୍ବପ୍ରେକ୍ଷା ଓ ଅନୁକ୍ତ ବିଷୟବସ୍ତୁତ୍ବପ୍ରେକ୍ଷା । ପୁନଶ୍ଚ ହେତୁ ଓ ଫକ ଏହି ଉତ୍ପ୍ରେକ୍ଷାଦ୍ୱୀୟ ସିଦ୍ଧ ବିଷୟା ଓ ଅସିଦ୍ଧ ବିଷୟୀ ଭେଦରେ ଦୁଇପ୍ରକାର; ଅର୍ଥାତ୍ ସିଦ୍ଧବିଷୟା ହେତୃତ୍ବଷ୍ଟ୍ରେପ୍ରକ୍ଷା ଓ ଅସିଦ୍ଧବିଷୟା-ହେତୃତ୍ୱପ୍ରେକ୍ଷା, ସିଦ୍ଧ ବିଷୟ ଫକୋତ୍ପ୍ରେକ୍ଷା ଓ ଅସିଦ୍ଧ ବିଷୟ ଫଳୋତ୍ପ୍ରେକ୍ଷା ! ଉକ୍ତ ବିଷୟବସ୍ତୁତ୍ବପ୍ରେକ୍ଷାଳୀ - ଯଥା, ମୁଁ ଶଙ୍କା କରୁଅଛି। ଏହି ଅନ୍ଧକାର ଚକ୍ରବାକୀ ବିରହାଗ୍ନିର ଧୁମ ସମୂହ । ଅତ୍ର ଅନ୍ଧକାର ରୂପ ବସ୍ତୁ ବିଷୟ ରୂପରେ ଉକ୍ତ ହୋଇଅଛି, କିନ୍ତୁ ଧୁମସମୂହ ନୁହେଁ, ଧୂମ ରୂପରେ ଉତ୍ତପ୍ରେକ୍ଷା କରାଗଲା । ଅନୁକ୍ତ ବିଷୟବସ୍ତୁତ୍ରସ୍ରୋକ୍ଷାଳୀ - ଯଥା, ଆକାଶ ଅଞ୍ଜନକୁ ବର୍ଷଣ କରୁଅଛି । ଅତ୍ର ବିଷୟରୂପ ତମ, ଉକ୍ତ ନହୋଇ ଅଞ୍ଜନ ତ୍ନ ରୂପରେ ଉତ୍ପ୍ରେକ୍ଷା କରାଗଲା । ସିଦ୍ଧବିଷୟା ହେତୁତ୍ବପ୍ରେକ୍ଷା - ଯଥା, ତୁସ୍ପର ମୃଦୁଳ ଅଭ୍ୟସ୍ତିଦ୍ୱୟ ଭୂମିରେ ବିକ୍ଷିପ୍ତ ହେବାରୁ ନିଶୋଗୁଁ ରକ୍ତବର୍ଣ୍ଣ ହୋଇଅଛି ।
ପୃଷ୍ଠା:Alankara Bodhodaya.pdf/୬୧
Appearance