ପୃଷ୍ଠା:Alankara Bodhodaya.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ଅତ୍ର ଅଚ୍ଛ ତାଚ୍ୟାଗ କରି ବହୁତ ଗ୍ରହଣ କଲେ । ପରିସଂଖ୍ୟାଳୀ - ଏକଠାରେ ନିଷେଧ କରି, ଅନ୍ୟଠାରେ ଯେଉଁ ପଦାର୍ଥ ସ୍ଥାପନ, ତାକୁ - ଯଥା, ପ୍ରଦୀପମାନଙ୍କରୁ ସେହ କ୍ଷୟ ହେଲା, ସ୍ତ୍ରୀମାନଙ୍କ ଅନ୍ତଃକରଣରୁ କ୍ଷୟ ହେଲା ନାହିଁ । ବିକନ୍ଥାଳୀ - ସମାନ ବଳ ଦୁହିଙ୍କର ବିରୋଧକୁ - ଯଥା, - ପ୍ରତିପକ୍ଷମାନେ ତତ୍କାଳରେ ଚାପ କିବା ଶିରକୁ ନମ୍ର କରନ୍ତୁ । ଏହାର ତାତ୍ପର୍ଯ୍ୟ ଏହି - ଯେବେ ଚାପ ନମ୍ର କରିବେ ତେବେ ଶିର ନମ୍ର ନ କରନ୍ତୁ; ଶିର ନମ୍ର କଲେ ଚାପ ନମ୍ର ନ କରନ୍ତୁ । ସମୁଚ୍ଛୟାଳ° - ଏକକାଳ ପ୍ରଯୁକ୍ତ ଅନେକ କ୍ରିୟାମାନଙ୍କର କଥନକୁ - ଯଥା, ତୁମ୍ଭ ଶତୃମାନେ ପ୍ରଥମରେ ଦର୍ଶନକୁ ଦେଉନାହାନ୍ତି, ପଶ୍ଚାତ୍ ଦର୍ଶନକୁ ଦେଉଅଛନ୍ତି, ପୁନଶ୍ଚ ପଳାୟନ କରୁଅଛନ୍ତି । ଅତ୍ର ଦେଉନାହାନ୍ତି, ଦେଉଅଛନ୍ତି, କରୁଅଛନ୍ତି। ଏହି କ୍ରିୟାମାନଙ୍କର ଏକକାଳୀନ କଥାନ ଜୋହଲୀ । ସମାଧ ଅକ୍ୟ କାରଣାନ୍ତର ସର୍ଭିଧାନରୁ ଯେବେ କାର୍ଯ୍ୟର ସୁକରତା ହୁଏ - Q2), କୁଳଟା ଉତ୍କଣ୍ଠିତ ହୋଇଥୁଲା, ଭାନୁମାନ୍ (ସୂର୍ଯ୍ୟ), ଅସ୍ତକୁ ଗତ ହେଲେ । ପ୍ରତ୍ୟନିକାଳୀ - ବଳବନ୍ତ ଶତ୍ମକୁ ଜିଣି ନପାରି ତଦୀୟ ସହାୟଠାରେ ପରାକ୍ରମ ଦେଖାଇବାକୁ - ଯଥା, ଜୟକାରୀ ନେତ୍ରଦ୍ବୟର ଅନୁଗତ କର୍ଣ୍ଣ ଦୁଇଙ୍କୁ ଉତ୍ପକଦ୍ୱୟ ଅଧ8କୃତ କଲେ । ଅତ୍ର ଉତ୍ପଳ ନେତ୍ରଦ୍ବୟକୁ ଜିଣିନପାରି ତାହାର ଅନୁଗତ କର୍ଣ୍ଣ ଦୁହିଙ୍କ ଉପରେ ରହି ଅଧ8କୃତ କଲା । y କାବ୍ଯର୍ଥ ପତ୍ଯଙ୍କ - କୌମୁତିକ” ନ୍ୟାୟରେ ଯେବେ ଅର୍ଥ ସିଦ୍ଧ ହୁଏ - ଯଥା, ତୁମ୍ଭ, ମୁଖ ଯେବେ ପ୍ରସିଦ୍ଧ ଇନ୍ଦୁଙ୍କୁ ଜିଣିଲା। ତେବେ ପଦ୍ମକୁ ଜିଣିବାର କି ଆଶ୍ଚର୍ଯ୍ୟ ? କାବ୍ଯଲିଙ୍ଗାଳୀ - ସମର୍ଥନୀୟ ଅର୍ଥର ସମର୍ଥନକୁ - ଯଥା, ମୋ ଚିତ୍ତରେ ତ ତ୍ରିଲୋଚନ ଅଛନ୍ତି; ଅତଏବ ହେ କନ୍ଦର୍ପ ତୁ ଜିତ ହେଲୁ । ଅତ୍ର ତ୍ରିଲୋଚନ ପଦ, କନ୍ଦର୍ପ ଜୟର ଜ୍ଞାପକ ହୋଇ ଅର୍ଥ ସମର୍ଥନ କଲା । ଅର୍ଥନ୍ତରନ୍ଯାସାଳୀ - ସାମାନ୍ୟ ବିଶେଷ ଦୁହିଙ୍କର ଉକ୍ତିକୁ - ଯଥା, ହନୁମାନ୍ ଅବଧୂକି ତରିଲେ, ଅତଏବ ମହାମ୍ବାମାନଙ୍କର ଦୁସ୍ତର କି ? ଯତ୍ନ ମୂଷିକୈର୍ଦକ୍ଷେପ୍ତା। ଭକ୍ଷତେ ତତ୍ର ପୁପଭକ୍ଷଣେ କିମାଶ୍ଚର୍ଯ୍ୟ” ।