ପୃଷ୍ଠା:Alankara Bodhodaya.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୨
ଅଳଂକାରବୋଧୋଦୟ
 

ଶବ୍ଦଶକ୍ତ୍ୟୁଦ୍ଭବଧ୍ୱନି, ଅଳଂକାରରୂପ ଶବ୍ଦଶକ୍ତ୍ୟୁଦ୍ଭବଧ୍ୱନି ।
ବସ୍ତୁରୁପଶବ୍ଦଶକ୍ତ୍ୟୁଦ୍ଭବ – ଯଥା, ସ୍ୱୟଂଦୂତୀ ।
ହେ ପଥିକ ! ବର୍ତ୍ତମାନ ଉନ୍ନତ ପୟୋଧର ହୋଇଅଛି, ଏବଂ ଗ୍ରାମ ପ୍ରସ୍ତରମୟ ହୋଇଅଛି; ଏଥିରେ ଆସ୍ତରଣବସ୍ତ୍ର ଦୁର୍ଲ୍ଲଭ; ଏହା ଜାଣି ତୁମ୍ଭର ରହିବାକୁ ଇଚ୍ଛା ଥିଲେ ରହ ।
ଅତ୍ର ଉନ୍ନତ ପୟୋଧରାଦି, ଶବ୍ଦ ଶକ୍ତିଦ୍ୱାରା ଉପଭୋଗ ରୂପ ବସ୍ତୁ ବ୍ୟଙ୍ଗ୍ୟ ହେଲା ।
ଅଳଂକାରରୂପଶକ୍ତ୍ୟୁଦ୍ଭବ – ଯଥା,
ଦୁର୍ଗାଲଂଘିତ ବିଗ୍ରହୋ ମନସିଜଂ ସମ୍ମିଳୟଂ ସ୍ତେଜସା
ପ୍ରୋଦ୍ଦ ଦ୍ରାଜକଳୋ ଗୃହୀତ ଗରିମା ବିଶ୍ୱଗ୍‌ବୃତୋ ଭୋଗିଭିଃ ।
ନକ୍ଷତ୍ରେଶ କୃତେ କ୍ଷଣୋ ଗିରି ଗୁରୌ ଗାଢ଼ାଂ ରୁଚିଂ ଧାରୟନ୍
ଗ୍ରାମାକ୍ରମ୍ୟ ବିଭୂତିଭୂଷିତ ତନୁ ରାଜତ୍ୟୁମା ବଲ୍ଲଭଃ ।। ୦ ।।
ଅର୍ଥ – ରାଜା ପକ୍ଷେ – ଦୁର୍ଗଦ୍ୱାରା ଯାହାଙ୍କର ରଣ ଅଲଂଘନୀୟ ହୋଇଅଛି; ତେଜ (ଶୋଭା) ଦ୍ୱାରା କନ୍ଦର୍ପଜୟକାରୀ ଓ ପ୍ରକାଶମାନ ରାଜବିଭୂତି ଓ ପ୍ରାପ୍ତ ଗୌରବ, ଭୋଗିଜନ ବେଷ୍ଟିତ, କ୍ଷତ୍ରିୟ ତୁଚ୍ଛୀକରଣକାରୀ, ଗମ୍ଭୀରବାକ୍, ପୃଥିବ୍ୟାକ୍ରମଣଶାଳୀ ଓ ସମ୍ପତ୍ତିଯୁକ୍ତ ଉମାବଲ୍ଲଭରାଜା ।
ଈଶ୍ୱର ପକ୍ଷେ – ପାର୍ବତୀଙ୍କ ଦ୍ୱାରା ଆଶ୍ଳୀଷ୍ଟଶରୀର; ତୃତୀୟ ନେତ୍ରତେଜଦ୍ୱାରା କନ୍ଦର୍ପ ଦହନକାରୀ ଓ ପ୍ରକାଶମାନ ଚନ୍ଦ୍ରକଳାଧାରୀ ଓ ପ୍ରାପ୍ତଗୌରବ ଓ ସର୍ପଭୂଷିତ, ଚନ୍ଦ୍ରନେତ୍ର, କୈଳାସକୃତାଭିଳାଷ, ବୃଷଭାରୂଢ଼ ଓ ଭସ୍ମଲିପ୍ତତନୁ । ପାର୍ବତୀପତି (ଉମାବଲ୍ଲଭ) ଏହି ପ୍ରକରଣରେ ଅଭିଧାଦ୍ୱାରା ଉମାନାମ୍ନୀ ମହାଦେବୀ, ତାଙ୍କର ବଲ୍ଲଭ ଭାନୁଦେବ ନୃପତି ରୂପ ଅର୍ଥ ପ୍ରକାଶିତ ହୋଇ ବ୍ୟଞ୍ଜନଦ୍ୱାରା ପାର୍ବତୀବଲ୍ଲଭ ରୂପ ଅର୍ଥ ଜ୍ଞାତ ହେଲା । ଏହି ଅର୍ଥ ସଙ୍ଗତହେବା ଅଭିପ୍ରାୟରେ ଈଶ୍ୱର ଓ ଉମାବଲ୍ଲଭ ରାଜାଙ୍କର ଉପମାନୋପମେୟଭାବ କଳ୍ପିତ ହୋଇ ଉପମାନଂକାର ବ୍ୟଙ୍ଗ୍ୟ ହେଲା; ଅର୍ଥାତ୍ ଉମାବଲ୍ଲଭ ରାଜା ଉମାବଲ୍ଲବଙ୍କ ପରି ।
ବସ୍ତୁ ଅହଂକାର ଭେଦରେ ଅର୍ଥଶକ୍ତ୍ୟୁଦ୍ଭବ ଦୁଇପ୍ରକାର — ଯଥା,
ବସ୍ତୁରୂପ ଅର୍ଥଶକ୍ତ୍ୟୁଦ୍ଭବ, ଅଳଂକାରରୂପ ଅର୍ଥଶକ୍ତ୍ୟୁଦ୍ଭବ । ଏ ଦୁହେଁ ସ୍ୱତଃସମ୍ଭବୀ ଓ କବିପ୍ରୋଢୋକ୍ତି ଓ କବିନିବଦ୍ଧ ଭେଦରେ ଛଅପ୍ରକାର ଯଥା,
ସ୍ୱତଃସମ୍ଭବି-ବସ୍ତୁଧ୍ୱନି । ସ୍ୱତଃସମ୍ଭବି-ଅହଂକାରଧ୍ୱନି । କବି ପ୍ରୋଢ଼ୋକ୍ତି ବସ୍ତୁଧ୍ୱନି । ପ୍ରୋଢ଼ୋକ୍ତି ଅଳଂକାରଧ୍ୱନି । କବିନିବଦ୍ଧ ବସ୍ତୁଧ୍ୱନି । କବିନିବଦ୍ଧ ଅଳଂକାର ଧ୍ୱନି ।
ଏହି ଛଅମାନେ ପୁନଶ୍ଚ ବସ୍ତୁ ଅଳଂକାର ଦୁହିଙ୍କୁ ବ୍ୟଞ୍ଜନଦ୍ୱାରା ପ୍ରକାଶିତ