ପୃଷ୍ଠା:Alankara Bodhodaya.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଳଂକାରବୋଧୋଦୟ
୧୫୩
 

କରାଇବାରୁ ବାରପ୍ରକାର ।
ସ୍ୱତଃସମ୍ଭବି-ବସ୍ତୁଦ୍ୱାରା ବସ୍ତୁଧ୍ୱନି । ସ୍ୱତଃସମ୍ଭବି-ବସ୍ତୁଦ୍ୱାରା ଅଳଂକାରଧ୍ୱନି । ସ୍ୱତଃସମ୍ଭବି-ଅଳଂକାର ଦ୍ୱାରା ବସ୍ତୁଧ୍ୱନି । ସ୍ୱତଃସମ୍ଭବି-ଅଳଂକାରଦ୍ୱାରା ଅଳଂକାର ଧ୍ୱନି । କବିପ୍ରୋଢ଼ୋକ୍ତିସିଦ୍ଧ ବସ୍ତୁଦ୍ୱାରା ବସ୍ତୁଧ୍ୱନି । କବିପ୍ରୋଢୋକ୍ତିସିଦ୍ଧ ବସ୍ତୁଦ୍ୱାରା ଅଳଂକାର ଧ୍ୱନି । କବିପ୍ରୋଢ଼ୋକ୍ତିସିଦ୍ଧ ଅଳଂକାର ଦ୍ୱାରା ବସ୍ତୁଧ୍ୱନି । କବିପ୍ରୋଢ଼ୋକ୍ତିସିଦ୍ଧ ଅଳଙ୍କାର ଦ୍ୱାରା ଅଳଂକାର ଧ୍ୱନି । କବିନିବଦ୍ଧ ବସ୍ତୁଦ୍ୱାରା ବସ୍ତୁଧ୍ୱନି । କବିନିବଦ୍ଧ ବସ୍ତୁଦ୍ୱାରା ଅହଂକାର ଧ୍ୱନି । କବିନିବଦ୍ଧ ଅଳଂକାରଦ୍ୱାରା ବସ୍ତୁଧ୍ୱନି । କବିନିବଦ୍ଧ ଅଳଂକାରଦ୍ୱାରା ଅଳଙ୍କାରଧ୍ୱନି ।
କ୍ରମରେ ଉଦାହରଣ - ଯଥା,

ସ୍ୱତଃସମ୍ଭବି-ବସ୍ତୁଦ୍ୱାରା ବସ୍ତୁଧ୍ୱନି - ଯଥା,
ଦୃଷ୍ଟିଂ ହେ ପ୍ରତିବେଶିନି ! କ୍ଷଣମିହା ପ୍ୟସ୍ମଦ୍‌ଗୃହେ ଦାସ୍ୟସି
ପ୍ରାୟେଣାସ୍ୟ ଶିଶୋଃ ପିତା ନ ବିରସାଃ କୌପୀରପଃ ପାସ୍ୟାତି ।
ଏକାକୀ ନ୍ୟପିଯାମି ସତ୍ୱରମିତଃ ଶ୍ରୋତସ୍ତମାଳାକୁଳଂ
ନୀରନ୍ଧ୍ରା ସ୍ତନୁମାଲିଖନ୍ତୁ ଜରଠ ଚ୍ଛେଦାନଳଗ୍ରନ୍ଥୟଃ ।

ଅର୍ଥ – ହେ ପ୍ରତିବେଶିନି, (ପଡ଼ୋଶିନୀ) କ୍ଷଣମାତ୍ର ଆୟ ଗୃହରେ ଦୃଷ୍ଟି ଦେଇଥିବ, ଆମେ ଏକାକିନୀ ହୋଇ ଶୀଘ୍ର ଏଠାରୁ ତମାଳକୂଳ ସ୍ରୋତକୁ (ନଦୀକୁ) ଯାଉଅଛୁଁ, ସେଠାରେ କଠିନ ନଳ (ତୃଣବିଶେଷ) ଗ୍ରନ୍ଥିମାନେ ନୀରନ୍ଧ୍ର ହୋଇ ଅଛନ୍ତି, ତଦ୍ଦ୍ୱାରା ଆମ୍ଭ ଦେହ ଖଣ୍ଡିତ ହେବ ପଛେ, ତଥାପି ଏହି ବାଳକର ପିତା ଅସ୍ୱାଦୁ କୂପଜଳ ପାନ ନକରୁଥିବା ହେତୁରୁ ଅବଶ୍ୟ ଆମ୍ଭକୁ ଯିବାକୁ ହେବ ।
ଅତ୍ର "ଏକାକିନୀ ହୋଇ ନଦୀତୀର ଗମନ କରିବା" ଏହି ସ୍ୱତଃସମ୍ଭବି ବସ୍ତୁଦ୍ୱାରା "ନଳ ଗ୍ରଛି ହେତୁକ ଦେହ ବିଦାରଣ ହେବ” ଏହି ଉକ୍ତିରେ ସ୍ତ୍ରୀର ଭାବୀ ପର ପୁରୁଷୋପଭୋଗ ଜନିତ ନଖ କ୍ଷତାଦି ଗୋପନ ରୂପ ବସ୍ତୁ, ବ୍ୟଞ୍ଜିତ ହେଲା ।

ସ୍ୱତଃସମ୍ଭବି-ବସ୍ତୁ ଦ୍ୱାରା ଅଳଂକାରଧ୍ୱନି – ଯଥା,
ଦିଶି ମନ୍ଦାୟତେ ତେଜୋ ଦକ୍ଷିଣସ୍ୟାଂ ରବେ ରପି ।
ତସ୍ୟାମେବ ରଘୋଃ ପାଣ୍ଡ୍ୟାଃ ପ୍ରତାପଂ ନ ବିସେ ହିରେ ।।
ଅର୍ଥ -- ଯେଉଁ ଦକ୍ଷିଣ ଦିଗରେ ରବିଙ୍କର ତେଜ ମନ୍ଦ ହୁଏ, ସେହି ଦିଗରେ ରଘୁଙ୍କର ପ୍ରତାପକୁ ପାଣ୍ଡ୍ୟ ଦେଶସ୍ଥ ଜନମାନେ ସହି ନପାରିଲେ ।

ଅଦ୍ର ଦକ୍ଷିଣ ଦିଗରେ ରବି ତେଜ ମନ୍ଦ ହେବା, ରଘୁ ପ୍ରତାପ ଅଧିକ ହେବା ଏହି ସ୍ୱତଃସମ୍ଭବି-ବସ୍ତୁଦ୍ୱାରା ରବିଙ୍କ ତେଜ ଅପେକ୍ଷା ରଘୁଙ୍କର ପ୍ରତାପ ଅଧିକ ଏପରି ବ୍ୟତିରେକାଳଂକାର ବ୍ୟଙ୍ଗ୍ୟ ହେଲା ।