ପୃଷ୍ଠା:Alankara Bodhodaya.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି



ଅଳଂକାରବୋଧୋଦୟ
୧୫୭
 

ପ୍ରତ୍ୟାୟିତ ହେଲା ।
ଉଭୟ ଶକ୍ତ୍ୟୁଦ୍ଭବ ଧ୍ୱନି ବାକ୍ୟମାତ୍ରରେ ଏକ – ଯଥା,
ହିମମୁକ୍ତଚନ୍ଦ୍ରରୁଚିରଃ ସପଦ୍ମକୋ ମଦୟନ୍ ଦ୍ୱିଜାନ୍ ଜନିତ ମୀନକେତନଃ ।
ଅଭବତ୍‌ପ୍ରସାଦିତ ସୁରୋ ମହୋତ୍ସବଃ ପ୍ରମଦାଜନସ୍ୟ ସଚିରାୟ ମାଧବଃ ।
ଅର୍ଥ – ବିଷ୍ଣୁପକ୍ଷେ – ଆହ୍ଲାବକତ୍ୱ ହେତୁରୁ, ହିମମୁକ୍ତ ଚନ୍ଦ୍ରବତ୍ ରୁଚିର ଓ ପଦ୍ମହସ୍ତ ଓ ବ୍ରାହ୍ମଣାନନ୍ଦକାରୀ, କନ୍ଦର୍ପ‌ପିତା, ପ୍ରମୋଦିତ ଦେବବୃନ୍ଦ ଏତାଦୃଶ ବିଷ୍ଣୁପ୍ରମଦା [ଗୋପୀ] ଜନର ଆନନ୍ଦକର ହେଲେ । ବସନ୍ତ ପକ୍ଷେ - ହିମମୁକ୍ତ ଚନ୍ଦ୍ରଦ୍ୱାରା ରୁଚିର ଜଳଯୁକ୍ତ, ପକ୍ଷି-ପ୍ରମୋଦଜନକ, କାମଉତ୍ପାଦକ, ଉତ୍ପାଦିକ ମାଧ୍ୱିକ, ଏତାଦୃଶ ବସନ୍ତ ପ୍ରମଦା ଜନର ଆନନ୍ଦକର ହେଲା ।
ଅତ୍ର ହିମମୁକ୍ତ ଇତ୍ୟାଦି ବିଶେଷଣ‌ଗତ ଶବ୍ଦ ଦ୍ୱାରା ଓ ଅର୍ଥଦ୍ୱାରା ଉପମାଳଂକାର ବ୍ୟଙ୍ଗ୍ୟ ହେବାରୁ ଉଭୟ ଶକ୍ତ୍ୟୁଭବ ହେଲା ।
ଏ ପର୍ଯ୍ୟନ୍ତ ଧ୍ୱନି ଅଠର ପ୍ରକାର । ଅର୍ଥାତ୍ ଅବିବକ୍ଷିତ ବାଚ୍ୟ ଓ ଅର୍ଥାନ୍ତର ସଂକ୍ରମିତ ବାଚ୍ୟ ଓ ଅତ୍ୟନ୍ତ ତିରସ୍କୃତ ବାଚ୍ୟ ଭେଦରେ ଦୁଇ ପ୍ରକାର । ବିବକ୍ଷିତାନ୍ୟପରବାଚ୍ୟ ଏକ, ଏପରି ତିନି ପ୍ରକାର ।
ସଂଲକ୍ଷକ୍ରମବ୍ୟଙ୍ଗ୍ୟ – ଶବ୍ଦ, ଅର୍ଥ, ଉଭୟ ଶକ୍ତି ଭେଦରେ ତିନି ପ୍ରକାର; ଏ ମଧ୍ୟରୁ ଅର୍ଥ ଶକ୍ତ୍ୟୁଭବ ବାର ପ୍ରକାର, ଏପରି ଅଠର ପ୍ରକାର ।
ଏପରି ଉଭୟ ଶକ୍ତ୍ୟୁଭବ [ଶବ୍ଦାର୍ଥଶକ୍ତ୍ୟୁଦ୍ଭବ] ଧ୍ୱନି କେବଳ ଏକ ରୂପରେ ବାକ୍ୟରେ ହୁଏ । ଅନ୍ୟ ସପ୍ତଦଶ ପଦରେ ବାକ୍ୟରେ ହୋଇ ଚଉତ୍ରିଂଶ ପ୍ରକାର ହୁଅନ୍ତି । ପ୍ରବନ୍ଧରେ ଅର୍ଥ ଶକ୍ତ୍ୟୁଦ୍ଭବ ଧ୍ୱନି ଏକ ହୁଏ ।
ସଂଲକ୍ଷକ୍ରମଧ୍ୱନି – ପଦାଂଶ, ବର୍ଣ୍ଣ, ରଚନା, ପ୍ରବନ୍ଧ ଭେଦରେ ଚାରିପ୍ରକାର । ପୁନଶ୍ଚ ଏହି ଚାରି ପ୍ରକାର ଅଭିଧାମୂଳା, ଲକ୍ଷଣାମୂଳା ଭେଦରେ ଆଠ ପ୍ରକାର । ଏମାନେ ବସ୍ତୁଟି ଓ ଅଳଂକାରଧ୍ୱନି ଭେଦରେ ଷୋହଳ ପ୍ରକାର, ଏପରି ଏକପଞ୍ଚାଶତ୍ ଧ୍ୱନି ହେଲା ।
ଏହି ଧ୍ୱନିମାନେ ସଂକର ସଂସୃଷ୍ଟ୍ୟାଦି ଭେଦରେ ୫୩୫୫ ପ୍ରକାର ହୁଅନ୍ତି ।
ଏମାନେ ଅତି ସୂକ୍ଷ୍ମ ହେବାରୁ, ଗ୍ରନ୍ଥବାହୁଲ୍ୟ ଭୟରୁ, ଦୃଷ୍ଟାନ୍ତ ଦିଆ ନଗଲା ।
ଗୁଣୀଭୂତ ବ୍ୟଙ୍ଗ୍ୟ
ବ୍ୟଙ୍ଗ୍ୟ, ବାଚ୍ୟାର୍ଥ ଅପେକ୍ଷା ଉତ୍କୃଷ୍ଟନହେଲେ ତାକୁ ଗୁଣୀଭୂତ ବ୍ୟଙ୍ଗ୍ୟ ବୋଲାଯାଏ । ଏହାର ଆଠ ପ୍ରକାର ଭେଦ ଦେଖାଯାଏ – ଯଥା,
୧ ଇତରାଙ୍ଗ ଗୁଣୀଭୂତ ବ୍ୟଙ୍ଗ
୨. କାକ୍ୱାକ୍ଷିପ୍ତ ଗୁଣୀଭୂତ ବ୍ୟଙ୍ଗ