ପୃଷ୍ଠା:Alankara Bodhodaya.pdf/୮୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି



୧୫୮
ବାସୁଦେବ ଗ୍ରନ୍ଥାବଳୀ
 
୩. ବାଚ୍ୟସିଦ୍ଧ୍ୟଙ୍ଗ ଗୁଣୀଭୂତ ବ୍ୟଙ୍ଗ୍ୟ
୪. ସନ୍ଦିଗ୍‌ଧପ୍ରାଧାନ୍ୟ ଗୁଣୀଭୂତ ବ୍ୟଙ୍ଗ୍ୟ
୫. ତୁଲ୍ୟପ୍ରାଧାନ୍ୟ ଗୁଣୀଭୂତ ବ୍ୟଙ୍ଗ୍ୟ
୬. ଅସ୍ଫୁଟ ଗୁଣୀଭୂତ ବ୍ୟଙ୍ଗ୍ୟ
୭. ଅଗୂଢ଼ ଗୁଣୀଭୂତ ବ୍ୟଙ୍ଗ୍ୟ
୮. ଅସୁନ୍ଦର ଗୁଣୀଭୂତ ବ୍ୟଙ୍ଗ୍ୟ

ଇତିରାଙ୍ଗ ଗୁଣୀଭୂତବ୍ୟଙ୍ଗ୍ୟ – ଯଥା,
ମନୋନ୍ନତାଂ ପ୍ରଣୟିନୀ ମନୁନେତୁ କାମ
ସ୍ତ୍ୱତ୍ସୈନ୍ୟ ସାଗର ରବୋଦ୍‌ଗତ କର୍ଣ୍ଣତାପଃ ।
ହାହା କଥଂ ନୁଭବତୋ ରିପୁରାଜଧାନୀ
ପ୍ରାସାଦ ସନ୍ତତିଷୁ ତିଷ୍ଠତି କାମିଲୋକଃ |
ଅର୍ଥ - ମାନବତୀ ପ୍ରଣୟିନୀ ସ୍ତ୍ରୀର ଅନୁନୟ-ତତ୍ପର କାମୀ ଜନ, ତ୍ୱଦୀୟ ସୈନ୍ୟ-ସାଗର ଧ୍ୱନିଦ୍ୱାରା କର୍ଣ୍ଣତାପଯୁକ୍ତ ହୋଇ କିପରି ଆପଣଙ୍କ ରିପୁରାଜଧାନୀର ପ୍ରାସାଦ ମଧ୍ୟରେ ସ୍ଥିତ ହୋଇଅଛି ଏହା ବଡ଼ ଦୁଃଖର ବିଷୟ ।
ଅତ୍ର ରାଜବର୍ଣ୍ଣନରେ ଯାହା କାମୀ ଜନ ସମ୍ବନ୍ଧରେ କରୁଣ ରସରୂପ ବ୍ୟଙ୍ଗ୍ୟାର୍ଥ ପ୍ରକାଶ ହେଲା ସେହି ବ୍ୟଙ୍ଗ୍ୟ, ରାଜା ବିଷୟ ରତି (ପ୍ରୀତି )ରେ ଅଙ୍ଗ ଭାବକୁ ଲଭିବାରୁ ଇତରାଙ୍ଗ ସ୍ୱରୂପ ଗୁଣୀଭୂତ ବ୍ୟଙ୍ଗ୍ୟ ହେଲା ।
କାକ୍ୱାକ୍ଷିପ୍ତ ଗୁଣୀଭୂତ ବ୍ୟଙ୍ଗ୍ୟ – ଯଥା, ସହଦେବ ପ୍ରତି ଭୀମ ବାକ୍ୟ
ମଥ୍ନାମି କୌରବ ଶତଂ ସମରେ ନ କୋପାତ୍
ଦୁଃଶାସନସ୍ୟ ରୁଧିରଂ ନ ପିବାମ୍ୟୁ ରସ୍ତଃ !
ସଂପୂର୍ଣ୍ଣୟାମି ଗଦୟା ନ ସୁଯୋଧନୋରୁ
ସନ୍ଧିଂ କରୋତୁ ଭବତାଂ ନୃପତି ପଣେନ । ୦ ।
ଅର୍ଥ – ହେ ସହଦେବ, ମୁଁ ଯୁଦ୍ଧରେ କୌରବଶତକୁ ନ ମନ୍ଥିବି ? ଦୁଃଶାସନର ରୁଧିର ଉର ସ୍ଥକରୁ ନ ପିଇବି ? ଦୁର୍ଯ୍ୟୋଧନର ଊରୁକୁ ଗଦାଦ୍ୱାରା ଚୁଣ୍ଣିତ ନ କରିବି ? ଅବଶ୍ୟ ତ କରିବି; ଆପଣଙ୍କ ନୃପତି (ଯୁଧ୍ୟଷ୍ଠିର) ପଞ୍ଚ ଗ୍ରାମ ନିମିତ୍ତ ସନ୍ଧି କରନ୍ତୁ ।
ଅତ୍ର ମନ୍ଥନ କରିବି କେବଳ ଏହି ବ୍ୟଙ୍ଗ୍ୟାର୍ଥ, ମନ୍ଥନ ନ କରିବି କି ? ଏପରି ନିଷେଧ ସହିତରେ ରହିବାରୁ କାକୁଦ୍ୱାରା ଆକ୍ଷିପ୍ତ ହେଲା, ଅତଏବ ଗୁଣୀଭୂତ ହେଲା ।
ବାଚ୍ୟସିଦ୍ଧ୍ୟଙ୍ଗ ଗୁଣୀଭୂତବ୍ୟଙ୍ଗ୍ୟ – ଯଥା,