ପୃଷ୍ଠା:Alankara Bodhodaya.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳ°କାରବୋଧୋଦୟ


ଶକ୍ତି ବୁଝାଇବାର ଚେଷ୍ଟା ହୋଇନାହିଁ । ଅନେକ ଉଦାହରଣରେ କେବଳ ସଂସ୍କୃତ ବାକ୍ୟ ଭାଷାରେ ଅନୁବାଦ କରି ଦିୟାଯାଇଅଛି । ଏ ପ୍ରଣାଳୀ ଆମ୍ଭମାନଙ୍କ ବିବେଚନାରେ ଉତ୍ତମ ନୁହଇ । ଏଥୁରୁ କେହି କେହି ଅନୁମାନ କରିପାରନ୍ତି ଯେ ଭାଷା ପ୍ରତି ସେ ସବୁ ଖଟାଇ ନାହିଁ । ଅବଶ୍ୟ ଆମ୍ଭେମାନେ ସ୍ୱୀକାର କର୍ଜୁ ଯେ ଉଦାହରଣମାନ ଖୋଜି ଆଣିମା ଅଢ଼ ସମୟ ସାପେକ୍ଷ ନୁହଇ ଏବଂ ଏଥୁପାଇଁ ଆମ୍ଭେମାନେ ଆଶା କର୍ଜୁ କି ରାଜା ମହୋଦୟ ଏହି ସମୟରୁ ପ୍ରସ୍ତୁତ ରହି ଭବିଷ୍ୟତ ସଂସ୍କରଣରେ ବର୍ତମାନ ତୁଟିମାନ ପୂର୍ଣ୍ଣ କରିବେ । [* ଉତ୍କଳ ଦୀପିକା - ତା. ୧୦-୭-୧୮୮୬ ପୃ ୨୨୧-୨୨୨ ରୁ ଗୃହୀତ ।] ଅଳଙ୍କାର ବୋଧୋଦୟ (ସମାଲୋଚନା) ଉକ୍ତ ପୁସ୍ତକ ଏବଂ ସେଥୁର ପ୍ରକାଶକ ମହୋଦୟଙ୍କ ସମ୍ବନ୍ଧରେ ଏଥୁପୁର୍ବେ କେତେକ କଥା ବୋଲି ଅର୍ଜୁ; କିନ୍ତୁ ସମୟାଭାବରୁ ପୁସ୍ତକର ଦୋଷ ଗୁଣ ସମ୍ବନ୍ଧରେ କିଛି ବୋଲି ପାରିନଥୁର୍ଭୁ । ଆଜି ସଂକ୍ଷେପରେ କିଛି ବୋଲୁ ଅଛୁଁ - ପ୍ରଶଂସିତ ପୁସ୍ତକ ଖଣ୍ଡିକ ଉତ୍କଳ ପ୍ରଦେଶରେ ଅଳଙ୍କାର ଶାସ୍ତ୍ରର ପ୍ରଥମ ଆଦର୍ଶ ହେଲା ବୋଲିବାକୁ ହେବ । ବାମଣ୍ଟାଧୂପତି ଅଳଙ୍କାର ଶାସ୍ତ୍ରର ଜଣେ ପଥୁକ ଏବଂ ରସଜ୍ଞ ବ୍ୟକ୍ତି । ସେ ଓଡ଼ିଶାକୁ ଯେଉଁ ଖଣ୍ଡିଏ ନୂତନ ପୁସ୍ତକ ପ୍ରଦାନ ଜଳେ ସେଥ ନିମନ୍ତେ ସମସ୍ତ ଓଡ଼ିଶା ତାଙ୍କଠାରେ ଋଣୀ । ଏ ସ୍ଥଳେ ଆମେୟମାନେ ଚାଟୁକାରିତା ଭୟରୁ ରକ୍ଷା ପାଇବା ନିମନ୍ତେ ପଦ୍ମବନରେ ଶମ୍ବୁକ ଖୋଜିଲାତୁଲ୍ୟ କିଛି କହିବୁଁ । ମହାରାଜ, ଅନେକ ଭାଷା ଓ ସଂସ୍କୃତ ଗ୍ରନ୍ଥାବଳୀର ଲକ୍ଷସ୍ଥଳମାନ ବହୁ ପରିଶ୍ରମ ପୂର୍ବକ ଲକ୍ଷଣାକ୍ରାନ୍ତ କରିଅଛନ୍ତି । କିନ୍ତୁ ବିଶ୍ବନାଥ କବିରାଜଙ୍କ କୃତ ସାହିତ୍ୟ ଦର୍ପଣର ଅବିକଳ ଅନୁବାଦ ହୋଇନାହିଁ, ପୁଣି ଅନେକ ସ୍ଥଳରେ ମୂଳର ସହିତ କିଛିମାତ୍ର ସାମଞ୍ଜସ୍ୟ ନାହିଁ । ପ୍ରଶଂସିତ ଗ୍ରନ୍ଥ ଅଳଙ୍କାରଜ୍ଞ ବ୍ୟକ୍ତିମାନଙ୍କ ଭିନ୍ନ ଅନ୍ୟ ଲୋଜଙ୍କର ଅତି ସହଜରେ ବୋଧଗମ୍ୟ ହୋଇପାରିବ ନାହିଁ । ଯେହେତୁ ଲକ୍ଷଣମାନଙ୍କର ଭାଷା ଜଟିଳ ହୋଇଅଛି, ସେହି ଭାଷା ସରଳରୂପେ ରଚିତ ହୋଇଥୁଲେ ବଡ ସୁନ୍ଦର ହୋଇଥାନ୍ତା । ଗ୍ରନ୍ଥକାର ଲକ୍ଷଣାର ଲକ୍ଷଣ ଲେଖୁଅଛନ୍ତି; “ମୁଖ୍ୟ ଅର୍ଥର ବାଧହୋଇ ମୁଖ୍ୟାର୍ଥ ସମ୍ବନ୍ଧ ଅନ୍ୟାର୍ଥ ଯେଉଁ ଆରୋପିତ ଶକ୍ତିଦ୍ବାରା ଗୁଢ଼ି ପ୍ରୟୋଜନରୁ ଜଣାଯାଏ ତାକୁ ଲକ୍ଷଣା କୁହାଯାଏ ।' ଆସେମାନେ ବୋଧକର୍ତ୍ତ, ସାଧାରଣ ଲୋକେ ଏଥରୁ ପ୍ରାୟ କିଛି ବୁଝିପାରିବେ ନାହିଁ । ଏହି ଲକ୍ଷଣାର ଲକ୍ଷଣ ଏହି ପ୍ରକାର ଲେଖୁଥୁଲେ ଭଲ