Jump to content

ପୃଷ୍ଠା:Alankara Bodhodaya.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଙ୍କାର ବୋଧୋଦୟ ସମାଲୋଚନାର ଶ୍ରୀ-ବା ମଣ୍ଡାଙ୍କ ଦ୍ବାରା ପ୍ରତି ସମାଲୋଚନା ଉପରେ ବାହିକାର ମତ ॥ ଗତ ୨୮ ସଂଖ୍ୟକ ବାହିକାରେ ଆମେୟମାନେ ଅଳଙ୍କାର ବୋଧୋଦୟର ସମାଲୋଚନା କରିଥୁର୍ଜୁ; ଏଥକୁ ଶ୍ରୀ-ବାମଣ୍ଡା ଗତ ୩୨ ସଂଖ୍ୟକ ସଂସ୍କାର କରେ ସେଥୁର ସମାଲୋଚନା କରିଅଛନ୍ତି । ପତ୍ର ପ୍ରେରକ ମହାଶୟ, ଆମେମ୍ବମାନେ, ସାହିତ୍ୟ ରତ୍ନାକରକୁ ସାହିତ୍ୟ-ଦର୍ପଣ ବୋଲି ଜାଣି ଅଳଙ୍କାରବୋଧୋଦୟର ସମାଲୋଚନା କରିଥୁବା କଥା ଲେଖୁଅଛନ୍ତି ଏବଂ କେତେ ଗୁଡିଏ ପ୍ରଶ୍ନର ଉତ୍ତରଦେବା ନିମନ୍ତେ ଅନୁରୋଧ କରିଅଛନ୍ତି । ଆମ୍ଭମାନଙ୍କ ବିବେଚନାରେ ସେଥଗ ଉତ୍ତର ଦେଲେ। ଫଳ କିସ ହେବ ? ଆମ୍ଭେମାନେ ବାମଣ୍ଡାଧପତିଙ୍କ ଉକ୍ତ କାର୍ଯ୍ୟକୁ ବଡ ପସନ୍ଦ କରି ଅର୍ଜୁ । ଭରସା କର୍ତ୍ତ, ସେଥୁରେ ଯେଉଁ ଯେଉଁ ଦୋଷ ଏବଂ ଯେଉଁ ଯେଉଁ ଅଭାବ ଅଛି, ବାମଣ୍ଡା ଧୁପତି ୨ୟ ସଂସ୍କରଣ ସମୟରେ ସେହି ସେହି ଦୋଷରୁ “ଅଳଙ୍କାର ବୋଧେ!ବୟ' କୁ ରକ୍ଷାକରିବେ ଏବଂ ପ୍ରୟୋଜନୀୟ ଅଭାବ ପୂରଣ କରିବେ । ['ବାଲେଶ୍ବର ସଂବାଦ ବାହିକା' - (୧୯୩୨) ତା-୧-୨-୮-୧୮୮୬] ଅଳଙ୍କାରବୋଧୋଦୟ ସମାଲୋଚନା (ଶିକ୍ଷାବନ୍ଧୁ),୨ /୬-୭, ଜୁନ୍‌, ଜୁଲାଇ,୧୮୮୬ ଏହି ଗ୍ରନ୍ଥ ଖଣ୍ଡି ପାଠକରି ଆମ୍ଭେ ଅତ୍ୟନ୍ତ ପ୍ରୀତ ହୋଇ ଅର୍ଜୁ । ସଂସ୍କୃତ ଅଳଙ୍କାର ଗ୍ରନ୍ଥକୁ ଓଡ଼ିୟା ଭାଷାରେ ଅନୁବାଦ କରିବା ସହଜ କଥା ନୁହେଁ । ରାଧାନାଥ ବାବୁ ଏ ସମ୍ବନ୍ଧରେ ଯାହା କହିଅଛନ୍ତି, ସେଥୁରେ ଆମ୍ଭ ମତର ସମ୍ପୂର୍ଣ୍ଣ ଐକ୍ୟ ଅଛି । ଆହୁରି ଆନନ୍ଦର ବିଷୟ ଯେ ଏହି ଦୁରୂହ କାର୍ଯ୍ୟଟି ଜଣେ ନାନା ରାଜକାର୍ଯ୍ୟ ବ୍ୟାପୁତ ରାଜାଙ୍କ କର୍ତ୍ତକ ସମ୍ପାଦିତ ହୋଇଅଛି । ରାଜନନ୍ୟବର୍ଗରେ ବାସୁଦେବା ଭିଧେୟ ନରପତିଙ୍କର ପାଣ୍ଡିତ୍ୟ, ସତ୍ ପରିଶ୍ରମ ଏବଂ ଅଧ୍ୟବସାୟର ଉଦାହରଣ ଅତି ବିରଳ ଲକ୍ଷିତ ହୁଏ । ପ୍ରାଚ୍ଯ ଅଳଙ୍କାର ଶାସ୍ତ୍ର ଏବଂ ପାଶ୍ଚାତ୍ଯ ଅଳଙ୍କାର ଶାସ୍ତ୍ର, ଏ ଉଭୟ ମଧରେ ବିସ୍ତର ପ୍ରଭେଦ ଦେଖାଯାଏ । ପାଶ୍ଚାତ୍ଯ ଅଳଙ୍କାର ଶାସ୍ତ୍ରର ଆଲୋଚ୍ଯ ବିଷୟ କବିତା ଏବଂ ବକ୍ଟତା । ପ୍ରାଚ୍ୟ ଅଳଙ୍କାର ଶାସ୍ତ୍ରର ଆଲୋଚ୍ୟ ବିଷୟ କେବଳ କବିତା ମାତ୍ର । ପାଶ୍ଚାତ୍ଯ କବିତାର ଜନ୍ମଭୂମି ଗ୍ରୀସ୍ । ଏହି ଦେଶର ପ୍ରାକୃତିକ ଅବସ୍ଥା କବିତାର ଯେପରି ଅନୁକୂଳ ଅଞ୍ଚୁଲା, ରାଜନୈତିକ ଅବସ୍ଥା ମଧ୍ୟ ବକ୍ଟତାର ସେହିପରି ଅନୁକୂଳ ଥୁଲା । ପ୍ରାଚୀନ ଗ୍ରୀସରେ ପ୍ରଜାତନ୍ତ ପ୍ରଣାଳୀ ପ୍ରଚଳିତ ଥୁବାରୁ ବସ୍ତୃତାର ଯଥେଷ୍ଟ ଆଦର ହୋଇଥୁଲା ଏବଂ ବାଗ୍ନିମାନେ ନିଜ ନିଜ ଦକ୍ଷତାନୁସାରେ ସାମାଜିକ ସମ୍ମାନ ଲାଭ କରୁଥଲେ । ଭାରତବର୍ଷରେ ରାଜତନ୍ତ୍ର ପ୍ରଣାଳୀ ପ୍ରଚଳିତ ଥୁବାରୁ ବାଗ୍ନିତା ତାଦୃଶ ଉତ୍କର୍ଷ ଲାଭ କରିପାରିନାହିଁ । ସଂପ୍ରତି ସଭ୍ୟତାର ଉନ୍ନତି ସଙ୍ଗେ ସଙ୍ଗେ ଏ