ପୃଷ୍ଠା:Ama Deha (BB Patnaik 1940) o.pdf/୧୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୦
ଆମ ଦେହ

ଝିଲ୍ଲିରେ ରନ୍ଧବାହୀ ନାଡ଼ୀର ଅତି ସୂକ୍ଷ୍ମ ସୂକ୍ଷ୍ମ ଚରମ ଶାଖା ରହିଅଛି । ପରମାଣୁ ମିଳାଇ ଗନ୍ଧବାହୀ ନାଡ଼ୀର ଚରମ ଶାଖାମାନଙ୍କ ଦେହରେ ଲାଗେ, ତେଣୁ ଆମ୍ଭେମାନେ ଗନ୍ଧ ବାରି ପାରୁଁ ।

ଯେଉଁସବୁ ଜିନିଷର ପରମାଣୁ ନାକର ଓଦା ଶ୍ଳୈଶ୍ମିକ ଝିଲ୍ଲିରେ ମିଳାଇ ପାରେ ନାହିଁ ତାହାର ଗନ୍ଧ ଆମେ ବାରିପାରୁ ନାହିଁ । ତେଣୁ ସେ ସବୁ ଜିନିଷକୁ ଗନ୍ଧ‌ହୀନ ଜିନିଷ ବୋଲି କହୁଁ । ନାକ ଭିତରଟାଜାକ ଗନ୍ଧବାରି ପାରେ ନାହିଁ, କେବଳ ତାହାର ଉପରପଟର ଅଳ୍ପ ଟିକିଏ ଜାଗା ଗନ୍ଧ ବାରିପାରେ, କାରଣ ଏହି ଯାଗାରେ ଗନ୍ଧବାହୀ ନାଡ଼ୀର ଚରମ ଶାଖା ଥାଏ । ନାକର ଅନ୍ୟସ୍ଥାନରେ ଏହା ଥାଏ ନାହଁ ।

ରସନେନ୍ଦ୍ରିୟ :—ଜିଭଦ୍ୱାରା ଆମେ ସ୍ୱାଦ ବାରି ପାରୁଁ । ଖଟା, ମିଠା, ପିତା, କଷା ଆଦି ଯେଉଁ ସବୁ ରସ ଅଛି, ତାହା ଜିଭ ଛଡ଼ା ଆଉ କାହିଁରେ ଜାଣି ହୁଏ ନାହିଁ । ଜିଭକୁ ଦେଖିଲେ ଏହା ଉପର ମଖମଲ୍ କନା ପରି ରିବି ରିବି ଦେଖାଯାଏ । ଏହି ଯେଉଁଗୁଡ଼ିକ ରିବି ରିବି ହୋଇ ବାହାରି ଥାଏ, ତାହାରି ଦ୍ୱାରା ଆମେ ଜିନିଷର ସ୍ୱାଦ ବାରି ପାରୁଁ । ଏହି ରିବିରିବିଆ ଭିତରୁ କେତେକ ଖୁବ ଛୋଟ, କେତେକ ଟିକିଏ ଅଳ୍ପ ବଡ଼, ଆଉ କେତେକ ସବୁଠାରୁ ବଡ଼ । ବଡ଼ଙ୍କ ସଂଖ୍ୟା କମ୍ କିନ୍ତୁ ଛୋଟଙ୍କ ସଂଖ୍ୟା ଏତେ ବେଶି ଯେ ଗଣି ହେବ ନାହିଁ । ଏମାନଙ୍କୁ ସ୍ୱାଦଗ୍ରାହୀ କନ୍ଦ (Lingual Papillae) କହନ୍ତି ।