ପୃଷ୍ଠା:Ama Deha (BB Patnaik 1940) o.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୫
ଆମ ଦେହ

ଓ ଚିକ୍କଣ ରଖିଥାଏ । ଚମରେ କୌଣସି ଜିନିଷ ବାଜିଲା ମାତ୍ରେ ଅମେ ଜାଣିପାରୁଥିବାରୁ ନିଜକୁ ସତର୍କ ରଖିପାରୁ ଏବଂ ଚମ ଆମ ଦେହକୁ ଗୋଟିଏ ଥଳୀରେ ପୁରାଇ ରଖିଲା ଭଳି ରଖି ଥିବାରୁ ନାନା ବିପଦ ଆପଦରୁ ରକ୍ଷା କରେ ।

ଏସବୁ ଛଡ଼ା ଚମଦ୍ୱାରା ଆଉ କେତୋଟି ବଡ଼ ବଡ଼ କାମ ହୁଏ । ଫୁସ୍‌ଫୁସ୍‌ଦ୍ୱାରା ଆମେ ତ ନିଶ୍ୱାସ ନେଉ, ତା ଛଡ଼ା ଚମ ବାଟେ ମଧ୍ୟ ଆମ ଅଜଣାରେ ଦେହ ଭିତରକୁ ପବନ ଯା ଆସ କରେ ଓ ଠିକ୍ ଫୁସ୍‌ଫୁସ୍ ପରି ଏଥିରେ ମଧ୍ୟ ରକ୍ତ ସଫା ହୁଏ; ତେବେ ଫୁସ୍‌ଫୁସ୍ ଯେତେ ପରିମାଣରେ ଦିନାଦି ରକ୍ତ ସଫା କରେ ଏହାଦ୍ୱାରା ତେତେ ହୁଏ ନାହିଁ । ଫୁସ୍‌ଫୁସ୍ ସାହାଯ୍ୟରେ ଆମେ ଯେତେ ନିଃଶ୍ୱାସ ନେଉଁ ଏ ତାହାର ୧/୨୦୦ ଭାଗ ନିଃଶ୍ୱାସ ନିଏ – ଏହା କିଛି କମ୍ କଥା ନୁହେ । ଏହା ଛଡ଼ା ମଧ୍ୟ ଚମରେ ଶୋଷିପାରିବାର ଗୁଣ ଥିବାରୁ ଏହା ଜଳ ଆଦି କେତେକ ଜିନିଷ ଶୋଷିନିଏ । ଏହେତୁରୁ ଖୁବ୍ ଶୋଷ କରୁଥିବା ବେଳେ ଗାଧୋଇ ପଡ଼ିଲେ ଅନେକ ପରିମାଣରେ ଶୋଷ ମରିଯାଏ । ଡ଼ାକ୍ତରମାନେ କେତେକ ଔଷଧ ଖାଇବାକୁ ନ ଦେଇ ଚମ ଉପରେ ମାଲିସ କରିବାକୁ ଦିଅନ୍ତି । ମାଲିସ କରିବାଦ୍ୱାରା ଏହା ଚମ ଭିତର ଦେଇ ଦେହକୁ ଯାଏ, ତେଣୁ ଖାଇବାପରି ତାର ଗୁଣ ମିଳେ । ଦେହରେ ମଳି ବସିଲେ ଭାରି ଖରାପ ବୋଲି ସମସ୍ତେ ଜାଣନ୍ତି । କାରଣ ଚମ ସେହି ମଳିରୁ କେତେକ ପରିମାଣରେ ଶୋଷିନିଏ । ମଳି ବଡ଼ ବିଷାକ୍ତ ଜିନିଷ, ଏହା ଦେହ ଭିତରକୁ ଯାଇ ନାନା ପ୍ରକାର ଅନିଷ୍ଟ କରେ । ଏହେତୁରୁ ଦେହରେ ମଳି ବସିଲେ ସଙ୍ଗେ ସଙ୍ଗେ ପରିଷ୍କାର କରିଦେବା ଉଚିତ । ଲୁଗା, ଜାମା ପ୍ରଭୃତି ପିନ୍ଧି ଆମେ ଯେପରି