ପୃଷ୍ଠା:Ama Deha (BB Patnaik 1940) o.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ଦେହ

ଅଛି । ସେଥିଯୋଗୁଁ ଆମ ଦେହଟା ଏଡ଼େ ସୁନ୍ଦର । ମାଂସପେଶୀ ଉପରେ ଚର୍ମ । ଚମ ଦେହ ଭିତରେ ସମସ୍ତ ଜିନିଷ ଥଳିରେ ପୂରାଇ ରଖିଲା ଭଳି ରଖିଛି ।

କହିବାକୁ ଗଲେ ଆମ ଦେହଟି ଦୁଇ ପ୍ରକାର ଜିନିଷରେ ଗଢ଼ା, ଗୋଟାଏ ଶକ୍ତ ଜିନିଷ ଆଉ ଗୋଟାଏ ନରମ ଜିନିଷ । ହାଡ଼ ନଖ, ବାଳ ଆଦି ଶକ୍ତ ଜିନିଷ; ଚମ, ମାସଂପେଶୀ, ରକ୍ତ ଆଦି ନରମ ଜିନିଷ । ଦେହର ଯେ କୌଣସି ସ୍ଥାନ ଆସ୍ତେ କରି ଟିପିଲେ ନରମ ଲାଗେ, କିନ୍ତୁ ଟିକିଏ ଜୋର୍ ଦେଲେ ଭିତରର ଶକ୍ତ ଜିନିଷ ହାତକୁ ଲାଗେ । ଏହି ଶକ୍ତ ଜିନିଷ ହେଲା କଙ୍କାଳର ଅଂଶ ।

ଗୋଟିଏ ଘର ତୋଳିବାକୁ ଯେପରି କାଠ,ବାଉଁଶ,ନଡ଼ା, ମାଟି ଝାଟି ଆଦି ଦରକାର ହୁଏ, ଆମ ଦେହ ସେହିପରି ଅନେକ ପ୍ରକାର ଜିନିଷରେ ଗଢ଼ା । ଏହି ସବୁ ଜିନିଷକୁ ତନ୍ତୁ (Tissue) କହନ୍ତି । ଅନେକ ପ୍ରକାରର ତନ୍ତୁ ଅଛି; ଯଥା - ଅସ୍ଥି ବା ହାଡ଼, ମାଂସପେଶୀ, ରକ୍ତ, ସ୍ନାୟୁ, ନାଡ଼ୀ ଇତ୍ୟାଦି । ପ୍ରତ୍ୟେକ ତନ୍ତୁ ଗୋଟାଏ ପ୍ରକାର ଜିନିଷର ପିଣ୍ଡୁଳା ନୁହେଁ, ଏହା ଅତି ସୂକ୍ଷ୍ମ ସୂକ୍ଷ୍ମ କୋଷର ସମଷ୍ଟି । ଯେପରି ଗୋଟାଏ ପକ୍କା କାନ୍ଥ ଅନେକ ଗୁଡ଼ିଏ ଇଟାରେ ଗଢ଼ା ହୋଇଥାଏ, ସେହପରି ଆମ ଦେହର ପ୍ରତ୍ୟେକ ତନ୍ତୁ ଅତି ସୂକ୍ଷ୍ମ ସୂକ୍ଷ୍ମ କୋଷରେ ଗଢ଼ା । ଏସବୁ କୋଷ ଏତେ ସୂକ୍ଷ୍ମ ଯେ, ଖାଲି ଆଖିରେ ଦେଖାଯାଏ ନାହିଁ, ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଏ । ମୋ କଥାରେ କହିବାକୁ ଗଲେ ଏକ ଏକ ପ୍ରକାର ସୂକ୍ଷ୍ମ ସୂକ୍ଷ୍ମ କୋଷ ମିଶି ଏକ ଏକ ପ୍ରକାର ତନ୍ତୁ ହୋଇଅଛି ଏବଂ ନାନା