ପୃଷ୍ଠା:Ama Deha (BB Patnaik 1940) o.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୯
ଆମ ଦେହ

କୋଷ (Gall Bladder) କ‌ହନ୍ତି, ଏହା ଯକୃତକୁ ଲାଗି ରହିଅଛି ।

(ଯକୃତ, ପାକସ୍ଥଳୀ, ଗ୍ରହଣୀ ଓ ଅଗ୍ନ୍ୟାଶୟର ଚିତ୍ର । ଯକୃତ ଓ ପାକସ୍ଥଳୀ ଉପରକୁ ଟେକି ଦିଆଯାଇଥିବାରୁ ସେ ଦୁହିଙ୍କର ତଳ ଓ ପଛପଟ ଦେଖାଯାଉ ଅଛି । ପିତ୍ତ ଓ ଅଗ୍ନ୍ୟାଶୟ ରସ ଆସି ଗ୍ରହଣୀଠାରେ କିପରି ପାକମଣ୍ଡ ସଙ୍ଗେ ମିଶନ୍ତି, ତାହା ଏହି ଚିତ୍ରରୁ ଜଣାଯାଏ ।)

ଯକୃତ ମଧ୍ୟ ଦେହ ଭିତରେ ଗୋଟିଏ ବଡ଼ କଳଘର । ଏହା ସାହାଯ୍ୟରେ ରକ୍ତର ଅନେକ ଜିନିଷ ତିଆରି ହୁଏ । ଆଗରେ କୁହାଯାଇଛି ଯେ, ରକ୍ତରୁ କେତେକ ମଇଳା ବୃକ୍କ ଛାଣି ନେଇ ମୂତରୂପେ ଦେହରୁ ବାହାର କରିଦିଏ । ଏହି ମଇଳା ମଧ୍ୟରୁ ଇଉରିଆ ନାମକ ଜିନିଷ ସବୁଠାରୁ ପ୍ରଧାନ । ବୃକ୍କ ରକ୍ତରୁ ଇଉରିଆ ଛାଣି ନିଏ ସତ, କିନ୍ତୁ ଏହା ଯକୃତରେ ତିଆରି ହେଇଥାଏ । ଆମେ ଯେଉଁ ଛେନାଜାତୀୟ ଖାଦ୍ୟ ଖାଉଁ, ତାହାର ସାର ହଜମ ହୋଇ ରକ୍ତରେ ମିଶେ । ରକ୍ତ ଯକୃତ ମଧ୍ୟ ଦେଇ