ପୃଷ୍ଠା:Ama Deha (BB Patnaik 1940) o.pdf/୧୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୫
ଆମ ଦେହ

ଗଢ଼ା । ଧନନୀ ବାଟେ ଅଣ୍ଡ ଦେହକୁ ସଫା ରକ୍ତ ଆସେ ଏବଂ ଶିରାବାଟେ ମଇଳା ରକ୍ତ ଓ ଶୁକ୍ରନଳୀବାଟେ ଶୁକ୍ର ଉପରକୁ ଯାଏ । ପ୍ରତ୍ୟେକ ଅଣ୍ତ କ‌ହିବାକୁ ଗଲେ ଗୋଟିଏ ଥଳୀ । ଏହି ଥଳୀର ୪|୫ଟି ଆସ୍ତର ଅଛି ଏବଂ ଏହାଭିତର ଖୁବ୍ ପତଳା ପରଦାଦ୍ୱାରା ଅନେକଗୁଡ଼ିଏ କୋଠରୀରେ ଭାଗ କରା ହୋଇଅଛି । ପ୍ରତ୍ୟେକ କୋଠରୀ ଭିତରେ ଶୁକ୍ରକୋଷ ଥାଏ । ଏହିପରି ପ୍ରତ୍ୟେକ ଅଣ୍ଡରେ ୩୦୦|୪୦୦ ଶୁକ୍ରକୋଷ ରହିଅଛି । ଶୁକ୍ରକୋଷରେ ଆଉ କିଛି ନାହଁ, କେବଳ ଖୁବ୍ ସୂକ୍ଷ୍ମ ସୂକ୍ଷ୍ମ ଗୋଟିଏ ଗୋଟିଏ ନଳୀ ଅଛି । ପ୍ରତ୍ୟେକ ନଳୀ, ପ୍ରାୟ ୩|୪ ହାତ ଲମ୍ବ ହେବ । ଏତେ ଲମ୍ବ ହେଲେ କଣ ହେବ, ଏହା ଏପରି ଭାବରେ ଗୁଡ଼େଇ ଗୁଡ଼େଇ ହୋଇ ରହିଥାଏ ଯେ, ପ୍ରତ୍ୟେକ ଅଣ୍ଡ ଭିତରେ ୩୦୦|୪୦୦ ନଳୀ ସମେଇଥାଏ । ଏହି ନଳୀକୁ ଶୁକ୍ରାନୁପ୍ରଣାଳୀ କ‌ହନ୍ତି । ଏହି ନଳୀ ଶୁକ୍ର ବା ବୀର୍ଯ୍ୟ (semen) ତିଆରି କରେ । ଶୁକ୍ରାନୁପ୍ରଣାଳୀରେ ଗୋଟିଏ ମୁଣ୍ଡ ବନ୍ଦ ଏବଂ ଆର ମୁଣ୍ଡ ଆସି ଅନ୍ୟାନ୍ୟ ଶୁକ୍ରାନୁପ୍ରଣାଳୀ ସଙ୍ଗେ ମିଶିଅଛି । ଏହିପରି ଶୁକ୍ରାନୁପ୍ରଣାଳୀ ସବୁ ଆସ୍ତେ ଆସ୍ତେ ମିଶି ଗୋଟିଏ ନଳୀ ହୋଇଅଛି । ଏହି ନଳୀକୁ ଶୁକ୍ରନଳୀ (Vasdeferns) କହନ୍ତି । ଶୁକ୍ରନଳୀ ଲମ୍ବରେ ପ୍ରାୟ ଦେଢ଼ ହାତ ହେବ । ଦୁଲ ପାଖରେ ଦୁଇଟି ଶୁକ୍ରନଳୀ ଅଛି । ଏହି ବାଟ ଦେଇ ଅଣ୍ଡଦେହରୁ ଶୁକ୍ର ଆସେ । ଶୁକ୍ରନଳୀ, ନାନାଭାବରେ ବଙ୍କେଇ ମୋଟା ହୋଇ ଏବଂ ବେଶୀ ମୋଡ଼ି ମୋଡ଼ି ହୋଇ ଶେଷରେ ଶୁକ୍ରାଶୟ (Vesculae Seminalis) ଆକାର ଧରିଅଛି । ଦେହର ଦୁଇ ପାଖରେ ଦୁଇଟି ଶୁକ୍ରାଶୟ ଅଛି । ଏହା ଲମ୍ବରେ ପ୍ରାୟ ଅଢ଼େଇ ଇଞ୍ଚ ହେବ । ଅଣ୍ଡରେ ଶୁକ୍ର ତିଆରି ହୋଇ ଶୁକ୍ରନଳିବାଟେ ଆସି ଏହି ଶୁକ୍ରାଶୟରେ ରହିଥାଏ ।