ପୃଷ୍ଠା:Ama Deha (BB Patnaik 1940) o.pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୬
ଆମ ଦେହ

ଶୁକ୍ରାଶୟ ଦେହରୁ ଗୋଟିଏ ନଳୀ ବାହାରିଅଛି । ଏହାକୁ ଶୁକ୍ରନିର୍ଗମ ନଳୀ (Ejaculatory duct) କହନ୍ତି । ଶୁକ୍ରନଳୀରୁ ଏହି ନଳୀକୁ ଗୋଟିଏ ବାଟ ଅଛି । ଦୁଇ ପଟେ ଦୁଇଟି ଶୁକ୍ରନିର୍ଗମ ନଳୀ ଅଛି । ଏହା ନଳୀ ଦୁଇଟିର ଲମ୍ବ ଇଞ୍ଚକରୁ ଟିକିଏ କମ ହେବ । ଦୁଇ ପାଖର ଦୁଇଟିଯାକ ଶୁକ୍ରନିର୍ଗମ ନଳୀ ଆସି ଶିଶ୍ନମୂଳରେ ମୂତ୍ରନଳୀ(Urethra)ସଙ୍ଗେ ମିଳିଅଛନ୍ତି । ଏହିବାଟେ ଶୁକ୍ର ଆସି ମୂତ୍ରନଳୀରେ ପହଞ୍ଚେ । ଆମ ଦେହରେ ମୁଖଶାୟୀ (Prostatic Gland) ଗ୍ରନ୍ଥି ନାମରେ ଗୋଟିଏ ଗ୍ରନ୍ଥି ଅଛି । ଏହା ମୂତ୍ରାଶୟ ଓ ଶିଶ୍ନମୂଳ ମଧ୍ୟରେ ଥିବା ମୂତ୍ରାନାଳୀର ଅଂଶକୁ ଘେରି ରହିଅଛି । ଏଥିରୁ ଏକପ୍ରକାର ରସ ବାହାରେ । ତାହା ଆସି ଶିଶ୍ନମୂଳରେ ଶୁକ୍ର ସହିତ ମିଶେ । ଶୁକ୍ର ପ୍ରଥମେ ଏତେ ପତଳା ନ ଥାଏ, କିନ୍ତୁ ଏହା ମିଶି ତାକୁ ପତଳା କରିଦିଏ । ଏହିପରି ଶୁକ୍ର ମୂତ୍ରନାଳୀକୁ ଆସି ମୂତ୍ରଦ୍ୱାରବାଟେ ବାହାରେ ।

ଶୁକ୍ର :- ଏହା ଦେଖିବାକୁ ତରଳ, ନାଳୁଆ ଓ ଧଳା । ଏହାର ଏକପ୍ରକାର ଗନ୍ଧ ଅଛି । ଏଥିରେ ଅସଂଖ୍ୟ ଅସଂଖ୍ୟ ଶୁକ୍ର କୀଟାଣୁ(Spermatozoa) ଭାସୁଥାଆନ୍ତି ।

ଶୁକ୍ରକୀଟାଣୁ ଦେଖିବାକୁ ଅନେକଟା ବେଙ୍ଗଫୁଲା ପରି । କିନ୍ତୁ ତାର ଲାଙ୍ଗୁଳଟା ମୁଣ୍ତ ତୁଳନାରେ ଖୁବ୍ ବେଶି ଲମ୍ବ ଓ ତାହା ଏତେ ଛୋଟ ଯେ, କେବଳ ଖୁବ୍ ବଢ଼ିଆ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଏ । ଶୁକ୍ରକୀଟାଣୁର ମୁଣ୍ଡ ଦେଖିବାକୁ ଅନେକଟା ବରପତ୍ର ପରି ଓ ତାର ଅଗଟା ଟିକିଏ ଦାଢ଼ୁଆ । ଟୋପାଏ ଶୁକ୍ର ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଅସଂଖ୍ୟ ଅସଂଖ୍ୟ କୀଟାଣୁ ତ‌ହିଁରେ ସାଲୁ ସାଲୁ ହେଉଥିବାର ଦେଖାଯାଅନ୍ତି । ଶୁକ୍ରକୀଟାଣୁ ରୋଗଣା ହୋଇଥିଲେ