ପୃଷ୍ଠା:Ama Deha (BB Patnaik 1940) o.pdf/୧୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୭
ଆମ ଦେହ

ଆକୃତିରେ ଅନେକ ପ୍ରକାର ପରିବର୍ତ୍ତନ ଦେଖାଯାଏ; କିନ୍ତୁ ସୁସ୍ଥ ଓ ସବଳ ଶୁକ୍ରକୀଟାଣୁ ଦେଖିବାକୁ ଠିକ୍ ଛବିରେ ଦିଆ ହୋଇଥିବା ଶୁକ୍ରକୀଟାଣୁ ପରି । ଶୁକ୍ରରେ ଦେହର କେତେକ ସାର ଥାଏ, ତେଣୁ ଅତିରିକ୍ତ ଶୁକ୍ରକ୍ଷୟ ହେଲେ ଦେହ ଭିତରୁ ଅନେକ ସାର ବାହାରଯାଏ ।

ଶିଶ୍ନ :- ଲିଙ୍ଗ ବା ଶିଶ୍ନ ତିନୋଟେ ଲମ୍ବାଳିଅ ମାଂସପେଶୀଦ୍ୱାରା ଗଢ଼ା ହୋଇଅଛି । ଏହି ମାଂସପେଶୀ ସାଧାରଣ ମାଂସପେଶୀ ପରି ନିଦା ନୁହେଁ । ଏହା ଅନେକଟା ସ୍ପଞ୍ଜ୍ କିମ୍ବା ପାଉଁରୁଟି ଭିତର ପରି ଜାଲିଜାଲିଆ । ସାଧାରଣତଃ ଏହି ଜାଲିସବୁ ଖୋଲା ଥିବାରୁ ଲାଗିଯାଇ ସେମ୍‌ଟା ହୋଇ ଯାଇଥାଏ । ତେଣୁ ଲିଙ୍ଗ ନରମ ହୋଇ ରହିଥାଏ । କୌଣସି ପ୍ରକାର ଉତ୍ତେଜନା ପାଇଲେ ନାଡ଼ୀମଣ୍ଡଳୀ ଉତ୍ତେଜିତ ହୁଏ ଏବଂ ତାହା ଫଳରେ ଲିଙ୍ଗରେ ଥିବା ମାଂସପେଶୀ ଭିତରର ଜାଲି ମଧ୍ୟକୁ ରକ୍ତ ଛୁଟି ଆସେ ଏବଂ ଜାଲିସବୁ ପୂରିଯାଏ, ତେଣୁ ତାହା ଫୁଲି ଉଠେ ଓ ତହିଁ ସଙ୍ଗେ ସଙ୍ଗେ ଶିଶ୍ନ ମଧ୍ୟ ଶକ୍ତ ହୋଇଯାଏ । ଯେଉଁ ତିନୋଟି ଲମ୍ବାଳିଆ ମାଂସପେଶୀର କଥା କୁହାଗଲା, ଠିକ୍ ସେମାନଙ୍କ ମଝିରେ ମୂତ୍ରନାଳୀ ଅଛି । ମୂତ୍ରନାଳୀ ମୂତ୍ରାଶୟରୁ ବାହାରି ମୁଖଶାୟୀ ଗ୍ରନ୍ଥି ଭିତର ଦେଇ ଶିଶ୍ନ ଭିତରେ ଭିତରେ ଯାଇ ମୂତ୍ରଦ୍ୱାରଠାରେ ବାହାରକୁ ମେଲା ହୋଇଅଛି । ଏହି ବାଟେ ମୂତ୍ରାଶୟରୁ ମୂତ୍ର ଓ ଶୁକ୍ରାଶୟରୁ ଶୁକ୍ର ଆସେ ।

କୌଣସି ପ୍ରକାର ଉତ୍ତେଜନା ପାଇଲେ ପ୍ରଥମେ ଲିଙ୍ଗ ଉତ୍ତେଜିତ ହୋଇ ଶକ୍ତ ହୋଇଯାଏ ଏବଂ ଉତ୍ତେଜନାର ମାତ୍ରା ବଢ଼ିଲେ ଶୁକ୍ର ବ‌ହିର୍ଗତ ହୁଏ । ଶୁକ୍ର ବାହାରିବା ଆଗରୁ ସମସ୍ତ