ପୃଷ୍ଠା:Ama Deha (BB Patnaik 1940) o.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ଦେହ ।

ପ୍ରକାର ତନ୍ତୁରେ ଆମ ଦେହ ଗଢ଼ା ହୋଇଅଛି । ଦେହ ଯଦି କୌଣସି ପ୍ରକାରରେ ଚୂନା କରାଯାଇ ପାରନ୍ତା, ତେବେ ଆମେ ଭିନ୍ନ ଭିନ୍ନ ପ୍ରକାର ତନ୍ତୁର କୋଷଗୁଡ଼ିଏ କେବଳ ପାଆନ୍ତୁ । ଆମେ ପିଲାବେଳେ ଛୋଟ ଥିଲୁଁ, କିନ୍ତୁ ଆସ୍ତେ ଆସ୍ତେ ବଢ଼ି ବଡ଼ ମଣିଷ ହେଲୁଁ । ମନୁଷ୍ୟ କିପରି ବଡ଼ ହୁଏ ଜାଣ ? ଏହି କୋଷସବୁ ସଂଖ୍ୟାରେ ବଢ଼ିଲେ ତହିଁ ସଙ୍ଗେ ସଙ୍ଗେ ଦେହ ବଢ଼େ । ଆମେ ଖାଦ୍ୟ ଖାଉଁ । ସେହି ଖାଦ୍ୟ ପାଇ କୋଷ ଆସ୍ତେ ଆସ୍ତେ ବଢ଼ି ପୁଷ୍ଟ ହୁଏ । କୋଷ ଖୁବ୍ ପୁଷ୍ଟ ହୋଇଗଲେ ତାହା ଆସ୍ତେ ଆସ୍ତେ ଦୁଇ ଭାଗ ହୋଇ ଦୁଇଟି ଛୋଟ ଛୋଟ କୋଷ ହୋଇଯାଏ । ଏହି ଛୋଟ ଛୋଟ କୋଷ ପୁଣି ଖାଦ୍ୟ ପାଇ ବଡ଼ ପୁଷ୍ଟ ହୁଏ ଓ ଶେଷରେ ପ୍ରତ୍ୟେକଟି ପୁଣି ଦୁଇଟି କୋଷ ହୋଇଯାଏ । ଏହିପରି ଗୋଟିକରୁ ଦୁଇଟି, ଦୁଇଟିରୁ ଚାରୋଟି, ଚାରୋଟିରୁ ଆଠୋଟି ହୋଇ କୋଷସବୁ ବଢ଼ନ୍ତି । ଦେହରେ ଯେତେ ତନ୍ତୁ ଅଛି, ସବ୍ୟ ତ କୋଷରେ ଗଢ଼ା । କୋଷ ସବୁ ବଢ଼ିଲେ ଦେହର ସମସ୍ତ ଢନ୍ତୁ ବଢ଼େ ଓ ଫଳରେ ଦେହ ବସ୍ତେ ।

ଏହପରି ଆମ ଦେହଟି ଗଢ଼ା ହୋଇଅଛି । ଏବେ ତାହାର ଛାଞ୍ଚ ଓ ତ‌ହିଁରେ ଥିବା ଭିନ୍ନ ଭିନ୍ନ ଯନ୍ତ୍ରକଥା ଦେଖିବା ।