ଏଣେ ତେଣେ ପଡ଼େ, ସେହିପରି ଏହି ଡିମ୍ବାଣୁ ପାକଳ ହୋଇଗଲେ ତାର ଆବରଣ ଫାଟିଯାଏ ଓ ତାହା ଡିମ୍ବବାହୀ ନଳରେ ପଡ଼େ । ସରୁ ଡିମ୍ବାଣୁ ଏକ ସମୟରେ ପାକଳ ହୁଅନ୍ତି ନାହିଁ । ଯେଉଁଟି ଯେଳେବେଳେ ପାକଳ ହୁଏ, ତାହା ସେହି ସମୟରେ ଫାଟି ବାହାରି ଯାଏ । ଡିମ୍ବାଣୁ ପାକଳ ହୋଇ ବାହାରିବାର ଗୋଟିଏ ନିୟମ ଅଛି । ମାସକେ ଏହା ଥରେ ବାହାରେ ଏବଂ ସେହି ସମୟରେ ସ୍ତ୍ରୀମାନଙ୍କର ଋତୁ ହୁଏ ।
ଆଗରୁ କୁହାଯାଇଛି ଯେ ଦୁଇଟି ଡିମ୍ବକୋଷ ଅଛି । କିନ୍ତୁ ସାଧାରଣତଃ ଦୁଇଟିଯାକରୁ ଏକା ସମୟରେ ଡିମ୍ବାଣୁ ବାହାରେ ନାହିଁ - ଗୋଟାକରୁ ଗୋଟିଏ ଡିମ୍ବାଣୁ ବାହାରେ । କାହାର କେବେ ଯଦି ଏଥିର ବ୍ୟତିକ୍ରମ ଘଟେ ଓ ଦୁଇଟି ଡିମ୍ବାଣୁ ବାହାରନ୍ତି ତେବେ ଜାଆଁଳା ଛୁଆ ଜନ୍ତ ହୁଅନ୍ତି ।
ଯୌବନ ଆରମ୍ଭ ହେଲେ ଡିମ୍ବାଣୁ ପାକଳ ହେଇ ବାହାରିବାକୁ ଲାଗନ୍ତି ଓ ସେହିଦିନଠାରୁ ମଧ୍ୟ ଋତୁ ଆରମ୍ଭ ହୁଏ । ପ୍ରତି ୨୮/୩୦ ଦିନରେ ଥରେ ଲେଖାଏଁ ଋଭୁ ହୃଏ । ଏହି ସମୟରେ ଜରାୟୁ ଦେହରୁ କେତେକ ରକ୍ତ ବାହାରିଯାଏ । ଭଲ ଦେହରେ ଋତୁ ୪/୫ ଦିନ ରହେ ଅର୍ଥାତ୍ ଏହି ସମୟ ଭିତରେ ବରାବର ରକ୍ତ ପଡ଼ୁଥାଏ । ଋତୁ ସମୟରେ ଯେଉଁ ରକ୍ତ ବାହାରେ ତାହା ଦେଖିବାକୁ ସାଧାରଣ ରକ୍ତ ଅପେକ୍ଷା ଟିକିଏ ମଇଳ। ଏବଂ ତହିଁରେ କୌଣସି ପ୍ରକାର ଖରାପ ଗନ୍ଧ ଥାଏ ନାହିଁ । ଆମ ଦେଶରେ ୧୨/୧୩ ବର୍ଷରେ ଋତୁ ଆରମ୍ଭ ହୁଏ ଓ ତାହା ପ୍ରାୟ ଦେଶରେ ୩୦/୩୨ ବର୍ଷ ରହି ପ୍ରାୟ ୪୫ ବର୍ଷ ବୟସବେଳକୁ ବନ୍ଦ