ପୃଷ୍ଠା:Ama Deha (BB Patnaik 1940) o.pdf/୧୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୫
ଆମ ଦେହ

ପରଦା ଯୋନିଗହରର ମୁହଁକୁ (Vaginal Orifice) ଘୋଡ଼ାଇ ରଖିଥାଏ । ଏହି ପରଦାକୁ ସତୀଚ୍ଛଦ (Hymen) କହନ୍ତି । ବାହା ହେବାପରେ ଏହା ଛିଣ୍ଡିଯାଏ । ଅନେକ ସମୟରେ ବାହା ହେବା ଆଗରୁ ମଧ୍ୟ ଏହା ଆପେ ଆପେ ଛିଣ୍ଡି ଯାଇଥାଏ । କାହାରି କାହାରି ଏହା ଆଦୌ ନଥାଏ । ତେଣୁ ଏହା ଛିଣ୍ଡି ଯାଇଥିଲେ ଯେ ବାଳିକାର ଚରିତ୍ର ସନ୍ଦେହଜନକ ହେବ ଏହା ଠିକ ନୁହେ । ଛୁଆ ଜନ୍ମହେଲା ବେଳେ ଯୋନିଗହର ଖୁବ୍ ବଡ଼ ହେଇ ମେଲା ହୋଇଯାଏ । ତେଣୁ ସେବାଟେ ସହଜରେ ଛୁଆ ବାହାରି ଯାଏ ।

ଯୋନିଗହରର ମୁହଁ (Vaginal Orifice) ଠାରୁ ଯୋନିଦ୍ୱାର (Vulva) ର ଆରମ୍ଭ । ଏହା ଯଉଁଠାରେ ଆରମ୍ଭ ହୋଇଅଛି, ସେହିଠାରେ ସ୍ତ୍ରୀଲୋକମାନଙ୍କର ମୂତ୍ରନଳୀ (Urethra) ଫିଟିଅଛି । ସେହି ନଳୀବାଟେ ମୂତ୍ରାଶୟରୁ ମୂତ୍ର ଆସେ । ସ୍ତ୍ରୀଲୋକମାନଙ୍କର ମୂତ୍ରନଳୀ ଲମ୍ବରେ ପ୍ରାୟ ଦେଢ଼ ଇଞ୍ଚ କିମ୍ବା ଦୁଇ ଇଞ୍ଚ ହେବ । ମୂତ୍ରନଳୀର ଯୋନିଗହର ସଙ୍ଗେ କୌଣସି ସମ୍ପର୍କ ନାହିଁ, କାରଣ ଏହା ଯୋନିଗହର ମୁହଁଠାରୁ ଟିକିଏ ଦୂରକୁ ଯୋନିଦ୍ୱାରରେ ଫିଟିଅଛି ।

ଯୋନିଦ୍ୱାର ଯେଉଁଠାରେ ବାହାରକୁ ଫିଟିଛି, ସେଠାରେ ଓଠ ପରି ଦୁଇ ପାଖରେ ଦୁଇ ପରସ୍ତ କୋମଳ ଅଥଚ ବହଳ ଚମ ଅଛି, ଏହାକୁ ବୃହତ୍ ଭଗୌଷ୍ଠ (Labia Majora) କହନ୍ତି । ଏହି ବୃହତ୍ ଭଗୌଷ୍ଠ ଭିତରକୁ ଠିକ୍ ସେହିପରି ଅଥଚ ଛୋଟ ଏବଂ ଅପେକ୍ଷାକୃତ ପତଳା ଆଉ ଦୁଇଖଣ୍ଡି ନରମ ଚମ ଅଛି । ଏହାକୁ ଭଗପକ୍ଷ (Labia Minora) କହନ୍ତି । ଦୁଇ ପାଖର