Jump to content

ପୃଷ୍ଠା:Ama Deha (BB Patnaik 1940) o.pdf/୧୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୨
ଆମ ଦେହ

ଅରମ୍ଭ କୃଏ । ଏଣେ ନାଡ଼ୀ ଦେହରେ ଆସୁଥବା ରକ୍ତ ମଧ୍ୟ ବନ୍ଦ ହୋଇଆସେ ଓ ହୃଦ୍‌ଯନ୍ତ୍ର ଆଉ ମା ରକ୍ତ ନ ନେଇ ସେହି ଛୁଆ ରକ୍ତରେ ଚଳେ । ଏହି ସମୟରେ ନାଡ଼ୀ କଟା ହୁଏ । ତା ପରେ କିଛି ସମୟ ପରେ ଫୁଲ ଅପେ ଆପେ ଖସି ପଡ଼େ ଏବଂ ଜରାୟୁ ଧୀରେ ଧୀରେ ଛୋଟ ହେବାକୁ ଲାଗେ । ପ୍ରାୟ ମାସକ ମଧ୍ୟରେ ଜରାୟୁ ପୂର୍ବ ଆକର ଧାରଣ କରେ । ଏହିପରି ଏହି ବଡ଼ କଳରୁ ଗୋଟିଏ ନୂଆ କଳ ବାହାରେ ।

ଛୁଆ ବଢ଼ିବାକୁ ଲାଗେ । କିପରି ବଢ଼େ, କିପରି ତାର ଯନ୍ତ୍ରସବୁ ଚଳେ ଏବଂ ତହିଁରେ କଣ ହୁଏ, ତାହା ଆଗରୁ କୁହା ଯାଇଅଛି । ହାଡ଼ସବୁ ସାଧାରଣତଃ ୨୫ ବର୍ଷ ଯାଏ ଲମ୍ବରେ ବଢ଼େ । ତେଣୁ ମନୁଷ୍ୟ ଉଚ୍ଚରେ ୨୫ ବର୍ଷ ଯାଏଁ ବଢ଼େ, ତେଣିକି ଆଉ ବଢ଼େ ନାହିଁ । ଯେଉଁ ଭୃଣ ଆରମ୍ଭରେ ଗୋଟିଏ କୋଷାଣୁ ଥିଲା, ଏବଂ ଖାଲି ଆଖିରେ ଦେଖାଯାଉ ନ ଥିଲା, ତାହା ଆସ୍ତେ ଆସ୍ତେ ବଢ଼ି ୨୫ ବର୍ଷରେ କୋଟି କୋଟି କୋଷବିଶିଷ୍ଟ ଗୋଟିଏ ବଡ଼ ମଣିଷ ହୋଇଉଠେ । ଭଗବାନ ଅନନ୍ତ, ତାଙ୍କର ଲୀଳା ଅନନ୍ତ । ସେହି ସୂକ୍ଷ୍ମାନୁସୂକ୍ଷ୍ମ କୋଷାଣୁ ଭିତରେ ଏତେ ଏତେ ଯନ୍ତ୍ରବିଶିଷ୍ଟ ଏଡ଼େ ଜଟିଳ ମନୁଷ୍ୟଦେହର ଯେଉଁ ଛାଞ୍ଚଟିଏ ରଖିଥାନ୍ତି, ସେହି ଛାଞ୍ଚରେ ଥିବା ଯନ୍ତ୍ରସବୁ କେତେ ଦୂର ସୂକ୍ଷ୍ମ ହୋଇଥିବ ଏବଂ ସେ ଛାଞ୍ଚ ଭିତରେ ଥିବା ଭବିଷ୍ୟତ ଛାଞ୍ଚର ଯନ୍ତ୍ରସବୁ କିପରି ହୋଇଥିବ ତାହା କେବଳ ସେହି ଅନନ୍ତଙ୍କର ଅନନ୍ତ ସୂକ୍ଷ୍ମ ଦୃଷ୍ଟିରେ ଦ୍ରଷ୍ଟବ୍ୟ - ମନୁଷ୍ୟ ଛାର ଅନ୍ଧ ।

ପଚିଶ ବର୍ଷଟଃଅରେ ହେଲା ମନୁଷ୍ୟର ପୂର୍ଣ୍ଣ ଯୌବନ । ରୋଗ ବ୍ୟାଧି ଲାଗିରହିଛି । ଯତ୍ନରେ ତ୍ରୁଟି ହେଲେ ଦେହଘରର ସୂକ୍ଷ୍ମ