ପୃଷ୍ଠା:Ama Deha (BB Patnaik 1940) o.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧
ଆମ ଦେହ
ସନ୍ଧି ଓ ବନ୍ଧନୀର ଚିତ୍ର
(ହାଡ଼ ସଙ୍ଗେ ହାଡ଼ ବନ୍ଧନୀଦ୍ୱାରା ବନ୍ଧା ହୋଇଅଛି)

ସେତିକି ଭାଙ୍ଗି ପାରେ : ଏ ହେତୁରୁ କେଉଁଟା କବାଟର କବଜା ପରି, କେଉଁଟା ଝରକାର ଝିଲ୍‌ମିଲ୍ ପରି, ପୁଣି କେଉଁଟା ଘଣାର ମୁଷଳ ପରି ହୋଇଅଛି । ହାତ ଖୁଆ ପାଖରେ ଆଗ ପଛ, ତଳ ଉପର, ଏପାଖ ସେପାଖ ସବୁ ଆଡ଼କୁ ବଙ୍କେଇ ପାରେ, ତେଣୁ ସେଠାର ଯୋଡ଼ାଟା ଘଣାର ମୁଷଳ ପରି, କିନ୍ତୁ କ‌ହୁଣି କମ୍ବା ଆଙ୍ଗୁଠି ପବ ପଛକୁ ବଙ୍କେଇ ହୁଏ ନାହିଁ, ତେଣୁ ସେ ସବୁ ଜାଗାର ଜୋଡ଼ା କବଜା ପରି । ଏହା ଛଡ଼ା ଖଣ୍ଡ ଖଣ୍ଡ ରେଳଗାଡ଼ିଡ଼ବା ଯୋଡ଼ି ହେଲା ପରି ଯୋଡ଼ା ଜାଗା ବି ଆମ ଦେହରେ ଅଛି । ଏଥିରେ ହାଡ଼ ଏକାବେଳକେ ଭାଙ୍ଗି ନ ଯାଇ ଯେତିକି ଦରକାର ସେତିକି ମୋଡ଼ି ହୋଇ ପାରେ । ମେରୁଦଣ୍ତ (Vertebral Column) ର ହାଡ଼ସବୁ ଏହିପରି ଯୋଡ଼ା ହୋଇଥିବାରୁ ଆମେ ନଇଁ ପାରୁଁ । ଯେଉଁଠାରେ ନଇଁବା କିମ୍ବା ଭାଙ୍ଗିବା ଦରକାର ନାହିଁ, ସେଠାର ଯୋଡ଼ା ଖାପ ଖାଇ ରହିଥାଏ । ମଶାଣିପଦାରେ ମଲା ମଣିଷ ଖପୁରି ତ ଦେଖିଛ, ସେଥିରେ ଷଠୀ ମାଆ ଯେଉଁ ଅଢ଼େଇ ଧାଡି ଲେଖିଛନ୍ତି ବୋଲି ଲୋକେ କ‌ହନ୍ତି, ତାହା ପ୍ରକୃତରେ ଷଠୀ ମାଆଙ୍କର ଲେଖା ନୁହେ, ହାଡ଼କୁ ହାଡ଼ ଖାପ ଖାଇ ଯୋଡ଼ା ହୋଇଥିବାରୁ ତାହା ଲେଖାପରି ଦେଖାଯାଏ ।