ପୃଷ୍ଠା:Ama Deha (BB Patnaik 1940) o.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫
ଆମ ଦେହ

ଏହା ହେଲା ଗଣ୍ତିର ପ୍ରଧାନ ଅବଲମ୍ବନ । ଏହା ମୁଣ୍ଡଠାରୁ ପିଚାଯାଏ ଲମ୍ବିଛି । ଏହା ଖଣ୍ଡେ ହାଡ଼ ନୁହେ, ଏଥିରେ ୨୬ ଖଣ୍ଡ ଛୋଟ ଛୋଟ ହାଡ଼ ଗୁନ୍ଥା ହେଲା ପରି ରହିଅଛି । ଏହି ଛୋଟ ଛୋଟ ହାଡ଼ଖଣ୍ଡକୁ କଶେରୁକା ବା ମେରୁହାଡ଼ (Vertebra) କହନ୍ତି । କଶେରୁକାଗୁଡ଼ିକ ଦେଖିବାକୁ ମୁଦି ପରି; ତେଣୁ, ଯେତେବେଳେ ସମସ୍ତ କଶେରୁକା ଏକାଠି ଗୁନ୍ଥା ହୋଇଥାନ୍ତି, ସେତେବେଳେ ମେରୁଦଣ୍ଡର ମଝି ଭିତରଟା ନଳ ପରି ଦେଖାଯାଏ । ଏହି ନଳ ଭିତରେ ସୁସୁମ୍ନା-କାଣ୍ଡ (Spinal cord) ରହିଥାଏ । ମେରୁଦଣ୍ଡ ଠିକ୍ ସଳଖ ନୁହେ । ଏହା ଆରକୁ ପଛକୁ ବଙ୍କାଇ ଏପରି ଭାବରେ ରହିଥାଏ ଯେ, ଗଣ୍ଡିର ଭାରକେଦ୍ର ଠିକ୍ ରହେ । ଏହାର ଆକୃତି କିପରି, ତାହା ଚିତ୍ରରୁ ଜଣାଯିବ ।

ସ୍ଥାନ ଅନୁସାରେ ମେରୁଦଣ୍ଡ ୫ ଭାଗରେ ବିଭକ୍ତ; ଯଥା—ଗ୍ରୀବା ବା ବେକ (Cervical Vertebra), ପୃଷ୍ଠ (Thoracic Vertebra), ଉଦର (Lumbar Vertebra), ତ୍ରିକ (Sacrum) ଏବଂ ଅନୁତ୍ରିକ (Coccyx) । ଗ୍ରୀବାରେ ୭ ଖଣ୍ଡ,ପୃଷ୍ଠରେ ୧୨ ଖଣ୍ଡ, ଉଦରରେ ୫ ଖଣ୍ଡ, ତ୍ରିକରେ ଏକଖଣ୍ଡ ଓ ଅନୁତ୍ରିକରେ ଏକଖଣ୍ଡ ଲେଖାଏଁ ହାଡ଼ ଅଛି ।

ଗଣ୍ଡି ତିନି ଭାଗରେ ବିଭକ୍ତ । ଯଥା—ବେକ, ବକ୍ଷ ଓ ଉଦର । ବକ୍ଷ ହେଲା ଦେହଘରର ମଝିତାଲା ଓ ଉଦର ତଳତାଲା । ଏ ଦୁହିଙ୍କ ମଝିରେ ଗୋଟିଏ ମାଂସଳ ପର୍ଦା ଅଛି । ଏହାକୁ ମଧ୍ୟଚ୍ଛଦା ପେଶୀ (Diaphragm) କହନ୍ତି ।

ଗ୍ରୀବା ବା ବେକ—ଦେହର ଏହି ଅଂଶରେ ମେରୁଦଣ୍ଡର ୭ ଖଣ୍ଡ କଶେରୁକା ଅଛି । ଏହା ମୁଣ୍ତ ଓ ଗଣ୍ଡିକୁ ଯୋଗ କରିଅଛି । ଏହା ଖୁବ୍ ସରୁ ହେଲେ କଣ ହେବ, ଏହାରି ଭିତରେ ମୁଣ୍ଡକୁ ଯାଇଥିବା ଧମନୀ ଓ ଶିରାତକ ଓ ସେଠାରୁ ଆସିଥିବା