ପୃଷ୍ଠା:Ama Deha (BB Patnaik 1940) o.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬
ଆମ ଦେହ

ଦେହର ଭିନ୍ନ ଭିନ୍ନ ସ୍ଥାନରେ ଯେ ସଦାବେଳେ ସମାନଭାବରେ ରକ୍ତ ବହେ, ଏହା ନୁହେ । ଦରକାର ଅନୁସାରେ ବେଳେ ବେଳେ ବେଶି ବହେ ଆଉ ବେଳେ ବେଳେ ପୁଣି କମ ବ‌ହେ । ପ୍ରୟୋଜନାନୁସାରେ ଧମନୀରେ ଥିବା ସ୍ୱାଧୀନ ମାଂସପେଶୀ ଏହି କାର୍ଯ୍ୟ ଆମ - ଅଜାଣତାରେ କରିଥାନ୍ତି । ସେହିପରି ଅନ୍ତ୍ରରେ ଥିବା ସ୍ୱାଧୀନ : ମାଂସପେଶୀ ସଙ୍କୁଚିତ ଓ ପ୍ରସାରିତ ହୋଇ ଖାଦ୍ୟକୁ ଆସ୍ତେ ଆସ୍ତେ ଠେଲି ନିଏ । ମାଂସପେଶୀ ଆମର କେତେଦୂର ଉପକାରୀ, ତାହା ଏହିସବୁ କଥାରୁ ବେଶ୍ ଜଣାଯାଏ । ଏହା ଯେତେ ପୁଷ୍ଟ ହେବ,ଦେହ ସେତିକି ସୁନ୍ଦର ଓ ସୂଢ଼ଳ ହେବ,ବଳ ମଧ୍ୟ ସେତିକି ବଢ଼ିବ । ଏହାକୁ ଭଲ ରଖିବା ନିମନ୍ତେ ଉପଯୁକ୍ତ ଖାଦ୍ୟ ଖାଇବା ଏବଂ ବ୍ୟାୟାମ କରିବା ଉଚିତ । ଏ ଦୁଇଟିରୁ ଗୋଟିକର ଅଭାବରେ ସୁଦ୍ଧା ମାଂସଶେଶୀ ଭଲ ରହି ପାରିବ ନାହିଁ । ମାଦକ ଦ୍ରବ୍ୟ ସେବନ କଲେ ମାଂସପେଶୀ ନଷ୍ଟ ହୋଇଯାଏ ଏବଂ ଇଚ୍ଛାନୁସାରେ କାମ କରେ ନାହଁ । ଏ ହେତୁରୁ ମାଂସପେଶୀ ଭଲ ରଖିବାକୁ ଗଲେ ମାଦକ ଦ୍ରବ୍ୟ ଖାଇବା ଉଚିତ ନୁହେ ।

ଚର୍ବି ବା ବସା:- ମାଂସପେଶୀ ଉପରେ ଗୋଟାଏ ଖୁବ୍ ପତଳା ଆବରକ ଝିଲ୍ଲି (Fascia) ଓ ତାହା ଊପରେ ଚର୍ବିର ଗୋଟାଏ ଆବରଣ ସମସ୍ତ ଦେହକୁ ଘୋଡ଼ାଇ ରଖିଛି । ଆମେ ଯେଉଁ ତୈଳଜାତୀୟ ଖାଦ୍ୟ ଖାଉଁ, ତାହା ଭିତରକୁ ଯାଇ ଦରକାର ଅନୁସାରେ ଖର୍ଚ୍ଚ ହୁଏ, ବାକି ଯେତେକ ବଳିପଡ଼େ ତ‌ହିଁରୁ ଅଧିକାଂଶ ଭବିଷ୍ୟତ୍ ବ୍ୟବହାର ପାଇଁ ଏହିଠାରେ ଜମା ହୋଇ ରହେ । ମାଂସପେଶୀ ଉପର ଛଡ଼ା ଦେହର ଅନ୍ୟାନ୍ୟ ଖାଲି ସ୍ଥାନରେ ଓ ସୂଷ୍ମ ସୂକ୍ଷ୍ମ ଯନ୍ତ୍ର ଚାରିପଟେ ମଧ୍ୟ ଅଳ୍ପ ବେଶି ଚର୍ବି ଦେଖାଯାଏ ।