ପୃଷ୍ଠା:Ama Deha (BB Patnaik 1940) o.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୭
ଆମ ଦେହ ।

ଚାରିପଟେ ଚର୍ବି ଥିବାରୁ ଯନ୍ତ୍ରସବୁ ଏଣେ ତେଣେ ହଲଚଲ ହୋଇ ପାରନ୍ତି ନାହିଁ କିମ୍ବା ସହଜରେ ସେମାନଙ୍କ ଦେହରେ କୌଣସି ଆଘାତ ଲାଗି ପାରେ ନାହିଁ । ଚର୍ବି ଭିତର ଦେଇ ଥଣ୍ଡା ଏବଂ ତାତି ସହଜରେ ଭେଦି ପାରେ ନାହଁ, ତେଣୁ ଦେହରେ ଏଥିରୁ ଗୋଟାଏ ଆବରଣ ଥିବାରୁ ଜଳବାୟୁର ପରିବର୍ତ୍ତନ ସହଜରେ କିଛି କ୍ଷତି - କରି ପାରେ ନାହିଁ କିମ୍ବା ଦେହ ଭିତର ତବତି ସହଜରେ ବାହାରିଯାଇ ପାରେ ନାହିଁ ।

ଦେହ ପାଇଁ ଚର୍ବି ଯେତିକି ଉପକାରୀ ବେଶିଗୁଡ଼ାଏ ହୋଇଗଲେ ତେତିକି ମଧ୍ୟ ଅପକାରୀ ହୋଇଥାଏ । ଚର୍ବି ବେଶି ହୋଇଗଲେ ମଣିଷ ବଧୁଆ ଓ ଅଳସୁଆ ହୋଇଯାଏ, ତାର ସ୍ଫୁର୍ତ୍ତି ରହେ ନାହିଁ ଏବଂ ନାନାପ୍ରକାର ରୋଗ ହୁଏ । ନିୟମିତରୂପେ ବ୍ୟାୟାମ କଲେ ଏବଂ ଚିନି ଓ ତୈଳଜାତୀୟ ଖାଦ୍ୟ କମାଇଦେଲେ ବଳକା ଚର୍ବି କମିଯାଏ ।

ଚର୍ବିର ଏହି ଆବରଣ ଉପରେ ଚମ ଥାଏ । ଚମ ବିଷୟରେ ପରେ କୁହାଯିବ ।

ଦେହର ଛାଞ୍ଚ, ମାଂସପେଶୀ, ଚର୍ବି ଆଦି ବିଷୟରେ କିଛି କିଛି କୁହାଗଲା । ଏବେ ତ‌ହିଁରେ କି କି ଯନ୍ତ୍ର ଅଛି ଓ ସେମାନେ କିପରି କଣ କରନ୍ତି, ଏକଥା ଦେଖାଯାଉ ।