Jump to content

ପୃଷ୍ଠା:Ama Deha (BB Patnaik 1940) o.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିପାକ ଯନ୍ତ୍ର

ଆମେ ଭାତ, ଡ଼ାଲି, ତରକାରୀ ଆଦି ଅନେକ ପ୍ରକାର ଜିନିଷ ଖାଉଁ, ଅଥଚ ଦେହର କୌଣସି ଜାଗା କଟିଗଲେ ସେଠାରେ ସେ ସବୁ ଜିନିଷର କିଛି ପତ୍ତା ମିଳେ ନାହିଁ, କେବଳ ରକ୍ତ ବୁହେ । ଦେହକୁ ଟିକି ଟିକି କରି କାଟିଲେ ବି ଏ ସବୁର ସତ୍ତା ମିଳିବ ନାହିଁ । ଅଥଚ ଏହି ଭାତ, ଡାଲି, ତରକାରୀ ଆଦି ଖାଇବାଦ୍ୱାରା ଆମର ବଳ ହେଉଛି, ଦେହର କ୍ଷତିପୂରଣ ହେଉଛି ଓ ଦେହ ବଢ଼ୁଛି । ଦେହକୁ କାଟିଲେ ଖାଇଥିବା ଭାତ, ଡ଼ାଲି, ତରକାରୀ ଆଦି ମିଳେ ନାହିଁ ସତ, କିନ୍ତୁ କାହାର ସାର ରକ୍ତ ସଙ୍ଗେ ମିଶି ରହିଥାଏ, ଆଉ ରକ୍ତ ଦେହର ଚାରିଆଡ଼କୁ ଯାଏ । ଖାଦ୍ୟରୁ କିପରି ସାର ବାହାରେ ଓ ସେ ସାର କିପରି ରକ୍ତ ସଙ୍ଗେ ମିଶେ, ସେ କଥା ତଳେ କୁହାଗଲା ।

ଖାଦ୍ୟ ଜିନିଷ ଖାଇଦେବା ପରେ ଆସ୍ତେ ଆସ୍ତେ ବଦଳିବାକୁ ଲାଗେ ଓ ଶେଷରେ ତାହାର ସାର ବାହାରି ରକ୍ତରେ ମିଶେ ଏବଂ ଖଦଡ଼ା ଅଂଶତକ ମଳ ହୋଇ ଦେହରୁ ବାହାରିଯାଏ । ଖାଦ୍ୟରୁ ସାର ବାହାରି ରକ୍ତରେ ମିଶିବାକୁ ଜୀର୍ଣ୍ଣ ବା ହଜମ ହେବା କହନ୍ତି । ପାଣିରେ ମଇଦା ଗୋଳିଦେଲେ ତାହା ଗୋଳି ହୋଇଯାଏ, କିନ୍ତୁ ସେହି ମଇଦାଗୋଳା ପାଣିକୁ ଟିକିଏ ସ୍ଥିରଭାବରେ ରଖିଦେଲେ ମଇଦାତକ ପାଣି ତଳକୁ ବସିଯାଏ କମ୍ବା ଛାଣିଦେଲେ ଛାଣି ହୋଇଯାଏ କିନ୍ତୁ ଲୁଣକୁ ପାଣିରେ ଗୋଳିଦେଲେ ତାହା ଏକାବେଳକେ ପାଣି ସଙ୍ଗେ ମିଶିଯାଏ । ସ୍ଥିରଭାବରେ ରଖିଲେ କମ୍ବା ଛାଣିଲେ ତହିଁରୁ ଲୁଣ ଅଲଗା ହୋଇ ପାରେ ନାହିଁ । ଭାତ, ଡାଲି, ତରକାରୀ ଆଦିକୁ ପାଣିରେ ଚକଟିଲେ ତାହା ମଇଦା