ପୃଷ୍ଠା:Ama Deha (BB Patnaik 1940) o.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୯
ଆମ ଦେହ ।

ଗୋଳିହେଲା ପରି ଗୋଳି ହୋଇଯାଇ ପାରିବ, ଲୁଣ ମିଶିଗଲା ପରି ପାଣି ସଙ୍ଗେ ଏକାବେଳେ ମିଶିଯିବ ନାହିଁ । ସେ ସବୁ ଜିନିଷ ପାଣି ସଙ୍ଗେ ନ ମିଶିଲା ଯାଏ ରକ୍ତରେ ମିଶିବା ଅସମ୍ଭବ । ଏ ହେତୁରୁ ଖାଦ୍ୟ ପେଟ ଭିତରେ ଆସ୍ତେ ଆସ୍ତେ ବଦଳିବାକୁ ଲାଗେ ଓ ତାର ସାରତକ ବାହାରି ଶେଷରେ ତ‌ହିଁର କେତେକ ଅଂଶ ଏପରି ହୋଇଯାଏ ଯେ, ଜଳରେ ଲୁଣ ମିଳିଗଲା ପରି ତାହା ପେଟ ଓ ଅନ୍ତରେ ଥିବା ଖାଦ୍ୟର ଜଳଭାଗ ସଙ୍ଗେ ମିଶିଯାଏ । ଏହି ସାରମିଶା ଜଳ ଶୋଷି ହୋଇ ରକ୍ତରେ ମିଶେ ଓ ଖଦଡ଼ାତକ ମଳ ପାଲଟିଯାଇ ମଳଦ୍ୱାରବାଟେ ଦେହରୁ ବାହାରି ଯାଏ ।

ପାଟିଠାରୁ ମଳଦ୍ୱାର ଯାଏ ଦେହ ଭିତରେ ଭିତରେ ଗୋଟିଏ ନଳ ଯାଇଛି । ଏହାକୁ ମହାସ୍ରୋତ (Alimentary Canal) କହନ୍ତି । ଏହି ନଳବାଟେ ଖାଦ୍ୟ ଯାଏ ଓ ଯାଉ ଯାଉ ବାଟରେ ଆସ୍ତେ ଆସ୍ତେ ହଜମ ହୁଏ । ମହାସ୍ରୋତ ଫୁଙ୍କନଳ ପରି ସିଧା ସଳଖ ନୁହେ । ମୁହଁଠାରୁ ମଳଦ୍ୱାର ପର୍ଯ୍ୟନ୍ତ ଦେଖିବାକୁ ଦୁଇଫୁଟ କିମ୍ବା ଅଢ଼େଇ ଫୁଟ ସତ କିନ୍ତୁ ଏ ନଳ ଏତେ ମୋଡ଼ି ମୋଡି ହୋଇ ଯାଇଛି ଯେ ପାଟିଠାରୁ ମଳଦ୍ୱାର ଯାଏ ଏହା ଲମ୍ବରେ ପ୍ରାୟ ୨୮ ଫୁଟ ହେବ । ଖାଲି ଆଙ୍କ ବାଙ୍କ ନୁହେ, ସେଥିରେ ପୁଣି ବହୁତ ନବରଙ୍ଗ ଅଛି । କେଉଁଠାରେ ନଳଟି ଠିକ ସିଧା ଫୁଙ୍କନଳ ପରି, ଆଉ କେଉଁଠାରେ ଥଳି ପରି ଖୁବ ଓସାରିଆ, କେଉଁଠି ଚିପି ହୋଇ ଏକାବେଳେ ସରୁ ହୋଇ ଯାଇଛି, ଆଉ କେଉଁଠି ଫୁଲି ଉଠିଛି । ଏହା ଦେହରେ ମଧ୍ୟ ବହୁତ ବହୁତ କଳ କାରଖାନା ଅଛି । ଚିନି କାରଖାନା, ଲବଣ ଦ୍ରାବକ (Hydrochloric Acid) କାରଖାନା, ସାବୁନ କାରଖାନା