ପୃଷ୍ଠା:Ama Deha (BB Patnaik 1940) o.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୦
ଆମ ଦେହ

ଆଦି କେତେ କଣ ଅଛି । କହିବାକୁ ଗଲେ ସେ ନଳଟା ଗୋଟାଏ ରାଜ୍ୟ ।

ପାଟି ହେଲା ମହାସ୍ରୋତର ଆରମ୍ଭ । ସେଠାରେ ଆମେ ଖାଦ୍ୟ ଭୁଞ୍ଜାଇ ଦେଉ । ଖାଦ୍ୟ ମୁହଁକୁ ଗଲାକ୍ଷଣି ଦାନ୍ତର କାମ ଆରମ୍ଭ ହୁଏ । ଦାନ୍ତ ସବୁ ଏପରି ଗଢ଼ା ଯେ ତ‌ହିଁରୁ କିଏ ଖାଦ୍ୟକୁ ଜାବି ଧରିଲେ ଆଉ କିଏ ଖାଦ୍ୟର ବଡ଼ ବଡ଼ ଖଣ୍ଡକୁ ଟିକି ଟିକି କରି କାଟି ଦିଏ, କିଏ ଅବା ତାକୁ ପେଷି ଚୂନା କରିଦିଏ । ପ୍ରତ୍ୟେକ ପାଟିରେ ୧୬ଟି କରି ଦୁଇପାଟିରେ ୩୨ଟି ଦାନ୍ତ ଆମର ଅଛି । ପିଲାଦିନେ ୧oଟି କରି ୨ ପାଟିରେ ୨୦୫ ଦାନ୍ତ ଥାଏ । ଦୁଧଦାନ୍ତ ପଡ଼ିଗଲେ ଅସଲ ଦାନ୍ତ ଉଠେ । ଦାନ୍ତ ଭିତରୁ ଛାମୁଦାନ୍ତ ଖାଦ୍ୟକୁ ଟିକି ଟିକି କରି ଦିଏ ଓ ସେ ସବୁକୁ କଳଦାନ୍ତ ପେଷି ଗୁଣ୍ଡ କରି ଦିଏ । ଦାନ୍ତ ପାଇଁ ତଳ ଓ ଉପର ପାଟିରେ ଥିବା ହାଡ଼ ଦେହରେ ଖୋପ ଅଛି । ଏହି ଖୋପରେ ଦାନ୍ତମୂଳ ପଶି ସିମେଣ୍ଟ ମାଟି ଭଳିଆ ଏକପ୍ରକାର ଜିନିଷରେ ଖୁବ୍ ଜୋରରେ ଅଣ୍ଟା ହୋଇଥାଏ । ଏ ହେତୁରୁ ଦାନ୍ତ ଖସିପଡ଼େ ନାହିଁ । ଦାନ୍ତର ଯେଉଁ ଅଂଶ ବାହାରକୁ ଦେଖାଯାଏ, ତାକୁ ମୁକୁଟ (ଛତି, Crown) କହନ୍ତି । ଏଥିରେ ଆମେ ଚୋବାଉଁ । ଦାନ୍ତ ଶଙ୍ଖ ବା କଉଡ଼ି ଭଳିଆ ଏକପ୍ରକାର ଜିନିଷରେ ଗଢ଼ା, କିନ୍ତୁ ମୁକୁଟ ଉପରେ ଏକ ପ୍ରକାର ଶକ୍ତି ପାଲିସ ଚକଚକିଆ ଆବରଣ ଅଛି । ଏହାକୁ ମୀନା (Enamel) କହନ୍ତି । ଏହି ମୀନା ଯୋଗରୁ ଦାନ୍ତ ଏତେ ଟାଣ ଓ ଏତେ ଚକଚକିଆ ଦିଶେ । ଦାନ୍ତ ଭିତରେ ଗୋଟିଏ ଲେଖାଏଁ ସରୁ ଗାତ ଅଛି । ତାହା ଭିତରେ ନାଡ଼ୀ ଓ ରକ୍ତ ଯୋଗାଇବା ପାଇଁ ଧମନୀ ରହିଛି ।