ପୃଷ୍ଠା:Ama Deha (BB Patnaik 1940) o.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୩
ଆମ ଦେହ ।

ଦାନ୍ତରେ ପେଷି ହୋଇ ଲାଳ ସଙ୍ଗେ ମିଶି ଖାଦ୍ୟ ପିଠାଉ ପରି ହୋଇଗଲେ ତାହା ଗିଳି ହୋଇଯାଏ । ଗିଳିବାଟା ଗୋଟାଏ ବଡ଼ କଥା । ଏଥିରେ ନିମିଷକେ ଯେତେ ଯେତେ କାମ ହୋଇଯାଏ ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ । ଗିଳିଲା ବେଳେ ଖାଇବା ଜିନିଷ ପାଟିରୁ ଗଳକକ୍ଷ (Pharynx) କୁ ଯାଏ । ଏହି ଗଳକକ୍ଷ ଗୋଟିଏ ବାକସ୍ ପରି । ଏହା ଆଗରେ ହେଉଛି ପାଟି । ପାଟି ଛଡ଼ା ନଶ୍ୱାସ ଯିବା ବାଟ ନାସାରନ୍ଧ୍ର ମଧ୍ୟ ଏହାର ଆଗପଟେ ଫିଟିଛି । ପାଟି ଓ ନାସାରନ୍ଧ୍ର ମଝିରେ ବ୍ୟବଧାନ ତାଳୁ ଓ ଘଣ୍ଟିକା । ଗଳକକ୍ଷର ଦୁଇକରରେ ଦୁଇଟି କର୍ଣ୍ଣନଳୀ (Eustachian Tube) ଫିଟିଛି । ତଳପଟେ ଆଗପଛ ହୋଇ ଦୁଇଟି ବାଟ ଅଛି । ଆଗବାଟରେ ନିଃଶ୍ୱାସ ପବନ ଫୁସ୍‌‌ଫୁସ୍‌କୁ ଯାଏ । ଏହାକୁ ଶ୍ୱାସନଳୀ (Trachea) କହନ୍ତି । ପଛଟିରେ ପାକସ୍ଥଳୀକୁ ଖାଦ୍ୟ ଯାଏ । ଏହାକୁ ଅନ୍ତନାଳୀ (Oesophagus) କହନ୍ତି । ଏତେ ବାଟ ଥାଇ ସୁଦ୍ଧା ଖାଇବା ଜିନିଷ ଠିକ୍ ଏହି ଅନ୍ତନାଳୀ ବାଟରେ ପାକସ୍ଥଳୀକୁ ଯାଏ; କେବେହେଲେ ପବନ ଯିବା ବାଟରେ ପଶିଯାଏ ନାହିଁ ।

ଖାଦ୍ୟ ଅନ୍ତ୍ରନାଳୀକୁ ଯିବାବେଳେ ତାଳୁ ନାକର ବାଟ ବନ୍ଦ କରିଦିଏ । ତେଣୁ ଖାଦ୍ୟ ନାକ ଭିତରକୁ ମଧ୍ୟ ପଶି ପାରେ ନାହିଁ । ଏହପରି ଖାଦ୍ୟ ଗଳକକ୍ଷ ବାଟ ଦେଇ ଅନ୍ନନାଳୀକୁ ଆସେ । ଜିଭ ମୂଳକୁ ଲାଗିକରି ଅଧିଜିହ୍ୱା (Epiglottis) ବୋଲି ଗୋଟିଏ ପରଦାକୃତି ଅଙ୍ଗ ଅଛି ।

ଅନ୍ନନାଳୀ ୯ ଇଞ୍ଚ ଲମ୍ବର ଗୋଟିଏ ସରୁ ନଳୀ । ଏହା ଗଳକକ୍ଷରୁ ବାହାରି ଶ୍ୱାସନଳୀ ପଛ ଦେଇ ମଧ୍ୟଚ୍ଛଦା ପେଶୀ