ପୃଷ୍ଠା:Ama Deha (BB Patnaik 1940) o.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୪
ଆମ ଦେହ ।

(Diaphragm) ଭେଦ କରି ପାକସ୍ଥଳୀ ସଙ୍ଗେ ମିଳିଅଛି । ଏହି ନଳୀରେ ଖାଦ୍ୟ ପହଞ୍ଚିଲା ମାତ୍ରେ ତାର ଆର ମେଲା ହୋଇଯାଏ ଓ ଖାଦ୍ୟ ରହିଥିବା ଜାଗା ଚିପି ହୋଇଯାଏ, ତେଣୁ ଖାଦ୍ୟ ଠେଲିହୋଇ ଆଗକୁ ଚାଲିଯାଏ । ଏହିପରି ଯାଇ ଖାଦ୍ୟ ପାକସ୍ଥଳୀରେ ପ‌ହଞ୍ଚେ । ଅନ୍ନନାଳୀ କିମ୍ବା ଅନ୍ତରେ, ଖାଦ୍ୟ ଏହିପରି ଠେଲିହୋଇ ଯିବାକୁ କୃମିଗତି (Peristalsis) କହନ୍ତି ।

ପାକସ୍ଥଳୀଠାରୁ ମଳଦ୍ୱାର ପର୍ଯ୍ୟନ୍ତ ମହାସ୍ରୋତର ଚିତ୍ର