ପୃଷ୍ଠା:Ama Deha (BB Patnaik 1940) o.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୨
ଆମ ଦେହ

ହେଲା ଲୋହିତ ଓ ଶ୍ୱେତ ରକ୍ତକଣିକାଆଦିର ସମଷ୍ଟି । ରକ୍ତ ବାହାରକୁ ଆସିଲେ କମ୍ବା ବାହାରର କୌଣସି ଜିନିଷ ତାହା ସଙ୍ଗେ ଲାଗିଲେ ତାହା ସଙ୍ଗେ ସଙ୍ଗେ ବସିଯାଏ । ରକ୍ତର ଏ ଗୁଣ‌ଟି ଆମ ପକ୍ଷରେ ବଡ଼ ଉପକାରୀ । କୌଣସି ଧମନୀ କମ୍ବା ଶିରା କଟିଗଲେ ବା ଛିଡ଼ିଗଲେ ରକ୍ତ ବ‌ହି ବାହାରକୁ ଆସେ ଏବଂ ବାହାରକୁ ଆସିବାରୁ ବିଣ୍ଡା ବାନ୍ଧି ଧମନୀ କିମ୍ବା ଶିରାର ମୁହଁ ବନ୍ଦ କରିଦିଏ; ତେଣୁ ରକ୍ତ ବହିବା ବନ୍ଦ ହୋଇଯାଏ । ରକ୍ତର ଏପରି ଗୁଣ ଯଦି ନ ଥାନ୍ତା, ତେବେ କୌଣସି ଜାଗା କଟିଗଲେ ସେଠାରୁ ରକ୍ତଧାର ବହି ଆଉ ବନ୍ଦ ହୁଅନ୍ତା ନାହିଁ ।

ରକ୍ତର ପାଣିଭାଗ ଖାଦ୍ୟସାର ଓ ପାଣି ମିଶି ତିଆରି ହୁଏ ।

ଲୋହିତ ରକ୍ତ କଣିକା :-

ଲୋହିତ ରକ୍ତକଣିକା ହାଡ଼ ଭିତରେ ଥିବା ମଜ୍ଟା (Marrow)ରୁ ଜନ୍ମ ହୁଏ । ଏହା ଦେଖିବାକୁ ଚକାଚକା । ଏହାର ଚଉଡ଼ା (ବ୍ୟାସ) ୧/୩୨୦୦ ଇଞ୍ଚ । ଏଥିରେ ଡିମ୍ବାଣ୍ୱଷ୍ଠି (Nucleus) ନାହିଁ । ଏଥିରେ ଲାଲବର୍ଣ୍ଣର ଏକ ପ୍ରକାର ଜିନିଷ ଅଛି, ତାହାକୁ ଶୋଣିମା (Haemoglobin) କହନ୍ତି । ଶୋବିମାରେ ଲୌହ ଅଂଶ ଅନେକ ରହିଅଛି । ଶୋଣିମା ଆମ୍ଭମାନଙ୍କ ପ୍ରାଣଧାରଣ ପକ୍ଷରେ ବିଶେଷ ସାହାଯ୍ୟ କରେ । ପବନରେ ଯେଉଁ ଅମ୍ଳଜାନ (Oxygen) ଅଛି, ତାହା ପ୍ରତି ଶୋଣିମାର ଭାରି ଟାଣ । ଫୁସ୍ ଫୁସ୍ ଭିତରେ ରକ୍ତ ଯେତେବେଳେ ପବନ ସମ୍ପର୍କରେ ଆସେ ସେତେବେଳେ ଏହି ଶୋଣିମା ପବନରୁ ଅମ୍ଳଜାନ ଟାଣି ଆଣେ, ତେଣୁ ରକ୍ତ ପରିଷ୍କାର ହୋଇଯାଏ । ଅମ୍ଳଜାନମିଶା ପରିଷ୍କୃତ ରକ୍ତ ଦେହର ଚାରିଆଡ଼କୁ ଯାଇ ତନ୍ତୁମାନଙ୍କର କୋଷକୁ ସେହି ଅମ୍ଳଜାନ