ପୃଷ୍ଠା:Ama Deha (BB Patnaik 1940) o.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୪
ଆମ ଦେହ ।

(Lymph Gland) । ଏହା ଶରୀର ପକ୍ଷରେ ଭାରି ଉପକାରୀ । ଦେହ ଭିତରୁ କେତେକ ମଇଳା ଏମାନେ ଖାଇ ଦିଅନ୍ତି । ତାଛଡ଼ା ବାହାରର କୌଣସି ରୋଗ-ବୀଜାଣୁ ଦେହକୁ ଆକ୍ରମଣ କଲେ ଏମାନେ ସେମାନଙ୍କ ସଙ୍ଗେ ଲଢ଼େଇ କରନ୍ତି ଓ ସେମାନଙ୍କୁ ଖାଇ ଯାନ୍ତି । ଏମାନେ ଲଢ଼େଇରେ ଜିତିଲେ ରୋଗ ହୁଏ ନାହିଁ; ହାରିଗଲେ ରୋଗ ହୁଏ । ଘା ଘାଉଡ଼ରେ ଯେ ପୂଜ ହୁଏ ତା ଆଉ କିଛି ନୁହେ । ବାହାର ରୋଗ-ବୀଜାଣୁ ଘାରେ ଲାଗିବାରୁ ଘା ମାତି ଉଠେ, ତେଣୁ ସେଠାକୁ ଶ୍ୱେତ ରକ୍ତ-କଣିକା ଆସି ସେମାନଙ୍କ ସଙ୍ଗେ ଲଢ଼େଇ କରନ୍ତି । ଲଢ଼େଇରେ ଏମାନେ ମରିବାକୁ ଲାଗନ୍ତି ଏବଂ ଏମାନଙ୍କ ମୁର୍ଦ୍ଦାର ପୂଜ ହୋଇ ବାହାରେ । ଯେତେ ଦିନ ଯାଏ ଏମାନେ ମରୁଥାନ୍ତି ସେତେ ଦିନ ଯାଏ ପୂଜ ବାହାରୁ ଥାଏ କିନ୍ତୁ ଏମାନେ ଜିଣିବାକୁ ଲାଗିଲେ ପୂଜ କମି ଆସେ । ଶେଷରେ ଯେତେବେଳେ ଏମାନେ ରୋଗବୀଜାଣୁଙ୍କୁ ଖାଇ ଯାନ୍ତି ଘା ଶୁଖିଯାଏ । ରୋଗ ସମୟରେ କିମ୍ବା ଘା ଘାଉଡ଼ ଦେହରେ ବାହାରିଲେ ଏମାନଙ୍କ ସଂଖ୍ୟା ରକ୍ତରେ ବଢ଼ିଯାଏ । ଦେହ ଘରର ଏମାନେ ପହରାବାଲା । ବାହାରର କାହାକୁ ହେଲେ ଏମାନେ ନିଜେ ନମରି ସ‌ହଜରେ ଦେହ ଭିତରକୁ ଛାଡ଼ି ଦିଅନ୍ତି ନାହିଁ । ଏମାନଙ୍କ ସଂଖ୍ୟା ଲୋହିତ ରକ୍ତ କଣିକାଠାରୁ ନିହାତ୍ କମ । ସେଥିରୁ ୫୦୦ କେ ଏଥିରୁ ପ୍ରାୟ ଗୋଟିଏ ରକ୍ତରେ ଥାଏ ।

ରକ୍ତ କିପରି, ତାହା କପରି ତିଆରି ହୁଏ ଓ କଣ କରେ ଏସବୁ କୁହାଗଲା । ଏହା କିପରି ଦେହଯାକ ଖେଳେ ତାହା ଏବେ କୁହାଯିବ ।