ପୃଷ୍ଠା:Ama Deha (BB Patnaik 1940) o.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୬
ଆମ ଦେହ
(ହୃଦ୍‌ଯନ୍ତ୍ର)

ଦେଖାଯାଏ । ଆମ ଦେହରେ ଯେଉଁ ସବୁ କାଳିଆ ଶିରା ଦେଖାଯାଏ, ସେହି ଶିରା (Vein) ବାଟେ ଏହି ମଇଳା ରକ୍ତ ଫେରି ଆସେ ଓ ଆସି ହୃଦ୍‌ଯନ୍ତ୍ରରେ ପହଞ୍ଚେ । ହୃଦ୍‌ଯନ୍ତ୍ର ଗୋଟିଏ ହେଲେ କଣ ହେବ ତ‌ହିଁରେ ଚାରୋଟି କୋଠରୀ ଅଛି - ବାଁପଟେ ତଳ ଉପର ହୋଇ ଦୁଇଟି ଓ ଠିକ୍ ସେହିପରି ଡାହାଣ ପଟେ ତଳ ଉପର ହୋଇ ଦୁଇଟି । ଡାହାଣ ପଟର ଉପର କୋଠରୀକୁ ଦକ୍ଷିଣ ଅଳିନ୍ଦ (Right Auricle), ଡ଼ାହାଣ ପଟର ତଳ କୋଠରୀକୁ ଦକ୍ଷିଣ ନିଳୟ (Right Ventricle), ବାଁ ପଟର କୋଠରୀକୁ ବାମ ଅଳିନ୍ଦ (Left Auricle) ଓ ସେ ପଟର ତଳ କୋଠରୀକୁ ବାମନିଳୟ (Left Ventricle) କହନ୍ତି । ଅଳିନ୍ଦର ଆସ୍ତର (Wall of Auricles) ନିଳୟର ଆସ୍ତର (Wall of Ventricle) ଅପେକ୍ଷା ପତଳା । ଦେହଯାକର ମଇଳା ରକ୍ତ ଆସି ଦୁଇଟି ଖୁବ ମୋଟା ମୋଟା ବଡ଼ ଶିରାରେ ପହଞ୍ଚେ । ଏ ଦୁଇଟି ଶିରାର ନାମ ହେଉଛି ଉତ୍ତରା ମହାଶିରା