ପୃଷ୍ଠା:Ama Deha (BB Patnaik 1940) o.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୭
ଆମ ଦେହ

(Superior Vena Cava) ଓ ଅଧରା ମହାଶିରା (Inferior Vena Cava) । ଏ ଦୁହେଁ ହୃଦଯନ୍ତ୍ରର ଡାହାଣ ପାଖର ଉପର କୋଠରୀ (ଦକ୍ଷିଣ ଆଳିନ୍ଦ) ରେ ମିଳିଛନ୍ତି; ତେଣୁ ମଇଳା ରକ୍ତ ସର୍ବ ପ୍ରଥମେ ହୃଦଯନ୍ତ୍ରର ଦକ୍ଷିଣ ଅଳିନ୍ଦରେ ପହଞ୍ଚେ । ଦକ୍ଷିଣ ଅଳିନ୍ଦ ସଙ୍କୁଚିତ ହୋଇ ଯିବାରୁ ମଇଳା ରକ୍ତ ସେଠାରୁ ଦକ୍ଷିଣ ନିଳୟକୁ ଆସେ । ଦକ୍ଷିଣ ନିଳୟ ରକ୍ତରେ ଭରିଗଲେ ତାହା ସଙ୍କୁଚିତ ହୁଏ; ତେଣୁ ରକ୍ତ ତହିଁରୁ ବାହାରିଥିବା ଏକ ନଳୀ ଦେଇ ସଫା ହେବା ନିମନ୍ତେ ଫୁସ୍‌ଫୁସ୍‌କୁ ଯାଏ । ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ମଧ୍ୟରେ ଗୋଟିଏ କବାଟ ଅଛି, ଦକ୍ଷିଣ ନିଳୟ ଚିପି ହେଲା ବେଳେ ଏହି କବାଟ ପଡ଼ିଯାଏ ତେଣୁ ରକ୍ତ ଦକ୍ଷିଣ ଅଳିନ୍ଦକୁ ଫେରି ଯାଇ ପାରେ ନାହିଁ – କେବଳ ଫୁସ୍‌ଫୁସ୍‌କୁ ଯାଏ । ଫୁସ୍‌ଫୁସ୍‌କୁ ଯାଇଥିବା ନଳୀ ଓ ଦକ୍ଷିଣ ନିଲୟ ମଧ୍ୟରେ ଆଉ ଗୋଟିଏ କବାଟ ଅଛି । ଏହି ନଳୀ ଭିତରକୁ ମଇଲା ରକ୍ତ ଚାଲିଗଲା ପରେ ଯେତେବେଳେ ଦକ୍ଷିଣ ନିଲୟ ପ୍ରସାରିତ ହେବାକୁ ଲାଗେ ସେତେବେଳେ ରକ୍ତ କବାଟ ପଡ଼ିଯାଏ, ତେଣୁ ଦକ୍ଷିଣ ନିଳୟକୁ ରକ୍ତ ଫେରି ଅସିପାରେ ନାହିଁ, କେବଳ ସେହି ଫୁସ୍‌ଫୁସ୍‌କୁ ଯାଏ । ଫୁସ୍‌‌ଫୁସ୍ରୁ ସଫା ରକ୍ତ ବାମ ଅଳିନ୍ଦକୁ ଆସେ । ବାମ ଅଲିନ୍ଦ ରକ୍ତରେ ଭରି ଗଲେ ତାହା ଚିପି ହେବାକୁ ଲାଗେ । ତେଣୁ ସଫା ରକ୍ତ ଫୁସ୍‌‌ଫୁସ୍‌ଙ୍କୁ ଫେରି ନ ଯାଇ ବାମ ନିଳୟକୁ ଆସେ । ବାମ ଅଳିନ୍ଦ ଓ ବାମନିଳୟ ମଧ୍ୟରେ ମଧ୍ୟ ଗୋଟିଏ କବାଟ ଅଛି । ବାମ ନିଳୟ ରକ୍ତରେ ପୂରିଗଲେ ତାହା ଚିପି ହେବାକୁ ଲାଗେ ଓ ଉକ୍ତ କବାଟ ପଡ଼ିଯାଏ । ତେଣୁ ସଫା ରକ୍ତ ବାମ ଅଳିନ୍ଦକୁ ଫେରି ନ ଯାଇ ବାମ ନିଳୟରୁ ବାହାରି ଥିବା ବୃହଦ୍ଧମନୀ (Aorta) ନାମକ ଧମନୀକୁ ଯାଏ । ବୃହଦ୍ଧମନୀ