ପୃଷ୍ଠା:Ama Deha (BB Patnaik 1940) o.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୯
ଆମ ଦେହ

ଓ ବାମ ନିଳୟ ମଧ୍ୟରେ ଗୋଟିଏ କବାଟ ଅଛି । ଚିପି ହେବା ପରେ ବାମନିଳୟ ଯେତେବେଳେ ମେଲା ହୋଇଥାଏ, ସେତେବେଳେ ଉକ୍ତ କବାଟ ପଡ଼ିଯାଏ; ତେଣୁ ବୃହଦ୍ଧମନୀରୁ ସଫା ରକ୍ତ ହୃଦ୍‌ଯନ୍ତ୍ରକୁ ଫେରି ଆସି ପାରେ ନାହିଁ । ବୃହଦ୍ଧମନୀରୁ ସଫା ରକ୍ତ ଦେହର ଚାରିଆଡ଼କୁ ଯାଏ ।

ଉପରେ ଯାହା କୁହାଗଲା ସେଥିରୁ ଜଣାଯାଏ ଯେ ରକ୍ତ ବରାବର ଗୋଟାଏ ଆଡ଼କୁ ଗତି କରେ, କେବେ ଫେରେ ନାହିଁ । ରକ୍ତର ଏହି ଗତିକୁ ରକ୍ତସଞ୍ଚାଳନ କ‌ହନ୍ତି । ମୋଟ ଉପରେ କହିବାକୁ ଗଲେ ଦେହର ଚାରିଆଡ଼ୁ ମଇଳା ରକ୍ତ ଶିରା ବାଟେ ହୃଦ୍‌‌ଯନ୍ତ୍ରର ଦକ୍ଷିଣଭାଗର ଉପର କୋଠରୀକୁ ଆସେ । ସେଠାରୁ ଦକ୍ଷିଣଭାଗର ତଳ କୋଠରୀକୁ ଯାଏ । ଦକ୍ଷିଣ ଭାଗର ତଳ କୋଠରୀରୁ ମଇଳା ରକ୍ତ ସଫା ହେବାପାଇଁ ଫୁସ୍‌ଫୁସ୍‌କୁ ଯାଏ । ଫୁସ୍‌ଫୁସ୍‌ରେ ରକ୍ତ ସଫା ହୋଇ ହୃଦ୍‌ଯନ୍ତ୍ରର ବାମ‌ଭାଗର ଉପର କୋଠରୀକୁ ଆସେ । ସେଠାରୁ ସଫା ରକ୍ତ ବାମ‌ଭାଗର ତଳ କୋଠରୀ ବାଟ ଦେଇ ଧମନୀବାଟେ ଦେହଯାକ ଖେଳେ । ରକ୍ତ କିପରିଭାବରେ ଗତି କରେ, ତାହା ପରବର୍ତ୍ତୀ ଚିତ୍ରରୁ ଜଣାଯାଏ ।

ହୃଦ୍‌ଯନ୍ତ୍ର ଭିତରେ ଏହି ଯେଉଁ ରକ୍ତ ସଞ୍ଚାଳନ ହୁଏ, ତାହା କେବଳ ତ‌ହିଁର କୋଠରୀମାନଙ୍କର ସଙ୍କୋଚନ ଓ ପ୍ରସାରଣ ଯୋଗେ ହୋଇଥାଏ । ଏକ ସମୟରେ ଦୁଇଟିଯାକ ଅଳିନ୍ଦ ସଙ୍କୁଚିତ ହୁଅନ୍ତି ଏବଂ ଏକ ସମୟରେ ସେମାନେ ଖୋଲନ୍ତି । ସେହିପରି ଏକ ସମୟରେ ଦୁଇଟିଯାକ ନିଳୟ ସଙ୍କୁଚିତ ହୋଇ ଏକ ସମୟରେ ଖୋଲନ୍ତି । ଏହେତୁରୁ ଯେତେବେଳେ ମଇଳା ରକ୍ତ ଦକ୍ଷିଣ ଅଳିନ୍ଦରେ ପଶୁଥାଏ, ଠିକ ସେହି ସମୟରେ ସଫା ରକ୍ତ