ପୃଷ୍ଠା:Ama Deha (BB Patnaik 1940) o.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅପରିଷ୍କୃତ ରକ୍ତ ଅଧରାମହାଶିରା (୬) ଓ ଉତ୍ତରା ମହାଶିରା (୭) ବାଟେ ଦେହର ସମସ୍ତ ଅଂଶରୁ ଆସି ଦକ୍ଷିଣ ଅଳିନ୍ଦ (୧) ରେ ପହଞ୍ଚେ । ସେଠାରୁ ଦକ୍ଷିଣ ନିଳୟ (୨) କୁ, ଯାଏ । ସେଠାରୁ ସଫା ହେବା ନିମନ୍ତେ ଫୁସ୍‌ଫୁସ୍‌କୁ ଯାଏ । ପରିଷ୍କୃତ ରକ୍ତ ପୁସ୍‌ଫୁସ୍‌ରୁ ବାମ ଅଳିନ୍ଦ (୪) ଓ ସେଠାରୁ ବାମ ନିଳୟ (୫) କୁ ଯାଇ ସେଠାରୁ ସମସ୍ତ ଶରୀରକୁ ଯାଏ । ଖାଦ୍ୟ ସାର ଅନ୍ତ (୧୦) ଦେହରୁ ଯକୃତ (୯) ବାଟେ ଯାଇ ରକ୍ତ ସଙ୍ଗେ ମିଶୁଥିବାର ଏବଂ ଅନ୍ତ ଓ ଯକୃତ ପରିଷ୍ଖୃତ ରକ୍ତ ବୃହଧମନୀରୁ ପାଉଥିବାର ମଧ୍ୟ ଏହି ଚିତ୍ରରୁ ଜଣାଯାଏ ।

୧। ଦକ୍ଷିଣ ଅଳିନ୍ଦ (Right Auricle)
୨। ଦକ୍ଷିଣ ନିଳନ୍ଦ (Right Ventricle)
୩। ଫୁସ୍‌ଫୁସ୍ (Lungs)
୪। ବାମ ଅଳିନ୍ଦ (Left Auricle)
୫। ବାମ ନିଳନ୍ଦ (Left Ventricle)
୬। ଅଧରା ମହାଶିରା (Inferior Vena Cava)
୭। ଉତ୍ତରା ମହାଶିରା (Superior Vena Cava)
୮। ବୃହଦ୍ଧମନୀଠାର ଯକୃତ ପର୍ଯ୍ୟନ୍ତ ଯାଇଥିବା ଧମନୀ (Hepatic Artery)
୯। ଯକୃତ (Liver)
୧୦। ଅନ୍ତ୍ର (Intestines)