ପୃଷ୍ଠା:Ama Deha (BB Patnaik 1940) o.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୩
ଆମ ଦେହ

ହୋଇଯାଏ ଏବଂ ରକ୍ତ କମିଗଲେ ପୁଣି ପୂର୍ବାବସ୍ଥା ଧରେ । ଡାକ୍ତର ବୈଦ୍ୟମାନେ ଯେ ନାଡ଼ୀ ଦେଖନ୍ତି, ଏହା ହେଉଛି ହାତର କଚୋଟି ପାଖର ଧମନୀ । ଏହି ନାଡ଼ୀ ଦେଖି ସେମାନେ ହୃଦ୍‌ଯନ୍ତ୍ରର ଅବସ୍ଥା, ନାଡ଼ୀର ଅବସ୍ଥା ଓ ରକ୍ତର ପରିମାଣ ଆଦି ଜାଣି ପାରନ୍ତି । ହୃଦ୍‌‌ଯନ୍ତ୍ରର ପ୍ରତି ସଙ୍କୋଚନ ସଙ୍ଗେ କିଛି କିଛି ରକ୍ତ ବୃହଦ୍ଧମନୀ ଭିତରକୁ ଚାଲିଆସେ, ଏଣୁ ବୃହଦ୍ଧମନୀ ଫୁଲି ଉଠେ, ତା ପରକ୍ଷଣରେ ଧମନୀର ଫୁଲା କମିଯାଏ ଏବଂ ତାହା ପୂର୍ବାବସ୍ଥା ଧରେ । ବୃହଦ୍ଧମନୀର ଏହି ସଙ୍କୋଚନ ଓ ପ୍ରସାରଣ ଧମନୀମାନଙ୍କରେ ଗୋଟାଏ ଢେଉ ସୃଷ୍ଟି କରେ । ଏଥିଯୋଗୁଁ କଚୋଟି ନିକଟ ଧମନୀ ଧପ୍ ଧପ୍ ହୋଇ ଚାଲୁଥିବାର ଜଣାଯାଏ ।

ଜାଲକ (Capillary) :- ଧମନୀ ଖୁବ୍ ସୂକ୍ଷ୍ମ ହୋଇଗଲେ ତାହା ଜାଲକରେ ପରିଣତ ହୋଇଯାଏ । ଦେହର ଚାରିଆଡ଼ ଜାଲକରେ ପରିଣତ ରହିଛି । ଏହା ଏତେ ସରୁ ଯେ, କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଏ, ଖାଲି ଆଖିରେ ମୋଟେ ଦିଶେ ନାହିଁ । ଜାଲକରେ ଆସ୍ତରଣ ଖୁବ୍ ପତଳା । ଏହି ଆସ୍ତରଣ ମଧ୍ୟରେ ରକ୍ତର ପାଣିଭାଗ ଝରି କୋଷଭିତରକୁ ଯାଏ ଓ କୋଷକୁ ଖାଦ୍ୟ ଯୋଗାଏ । ରକ୍ତ-ଶୋଣିମାରେ ଥିବା ଅମ୍ଳଯାନକୁ ମଧ୍ୟ କୋଷ ଟାଣିନିଏ ଓ ତାହା ବଦଳରେ ଅଙ୍ଗାରକାମ୍ଳ ଛାଡ଼ିଦିଏ । ଏହି ଅଙ୍ଗାରକାମ୍ଳ ଶୋଣିମାରେ ମିଶିଯାଏ । ତେଣୁ ରକ୍ତ ଦୂଷିତ ହୋଇଯାଏ । ରକ୍ତ ଜାଲକରେ ଯାଉଥିବା ବେଳେ ଏହି ଆଦାନ ପ୍ରଦାନ ହୋଇଥାଏ । ତେଣୁ ଜାଲକର ପ୍ରଥମ ଭାଗରେ ସଫା ରକ୍ତ ଓ ଶେଷ ଭାଗରେ ମଇଳା ରକ୍ତ ମିଳେ । ଏହି ଜାଲକର ଆସ୍ତରଣ ଯେଉଁସବୁ କୋଷରେ ଗଢ଼ା ସେହି କୋଷମାନଙ୍କ ସନ୍ଧି