ପୃଷ୍ଠା:Ama Deha (BB Patnaik 1940) o.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୬
ଆମ ଦେହ

ନାସାରନ୍ଧ୍ର (Nasal Cavity):- ଆମର ଗୋଟିଏ ନାକ ଅଛି । ତ‌ହିଁରେ ଦୁଇଟି ଫୋଡ଼ । ଏହି ଫୋଡ଼କୁ ନାସାରନ୍ଧ୍ର କହନ୍ତି । ଫୋଡ଼ ଦୁଇଟି ମଝିରେ ଗୋଟିଏ ବାଡ଼ ଅଛି, କିନ୍ତୁ ପଛପଟେ ଦୁଇଟିଯାକ ରନ୍ଧ୍ର ମିଶି ଗୋଟିଏ ହୋଇଅଛି । ନାସାରନ୍ଧ୍ର ଓ ପାଟି ମଝିରେ ରହିଛି ତାଳୁ ।

ନାସାରନ୍ଧ୍ର ଗୋଟିଏ ସିଧା ସଳଖ ନଳୀ ନୁହେ । ଏହା ଆଙ୍କ ବାଙ୍କ ହୋଇ ଯାଇଛି । ଏହେତୁରୁ ଉପରୁ ଦେଖିଲେ ଯେତେ ଦୂର ଲମ୍ବା ବୋଲି ଅନୁମାନ କରାଯାଏ, ଏହା ପ୍ରକୃତରେ ତାହାଠାରୁ ଅନେକ ବେଶୀ ଲମ୍ବା । ଖାଲି ଆଙ୍କ ବାଙ୍କ ନୁହେ, ସେଥିରେ ପୁଣି ଜାଗାଏ ଜାଗାଏ ଖୁବ୍ ସରୁ ହୋଇ ଯାଇଥିଲେ ଆଉ ଜାଗାଏ ଜାଗାଏ ଫୁଲି ବଡ଼ ହୋଇ ଯାଇଛି । ନାସାରନ୍ଧ୍ର ଆରମ୍ଭରେ ଅନେକଗୁଡ଼ାଏ ଲୋମ ଅଛି, ଭିତରକୁ ଆଉ ଲୋମ ନାହିଁ । ତେଣିକି ଏକପ୍ରକାର ଅଠାଳିଆ ଲାଳଦ୍ୱାରା ଗୋଟାକଯାକ ରନ୍ଧ୍ର ଭିଜି ରହିଥାଏ । ନିଃଶ୍ୱାସ ନେଲାବେଳେ ପ୍ରଥମେ ପବନ ଏହି ନାସାରନ୍ଧ୍ର ବାଟେ ପଶେ । ପବନରେ କେତେ ଯେ ଧୂଳି ମଳି ଓ ରୋଗବୀଜାଣୁ ଥାନ୍ତି, ତାର କିଛି ଠିକଣା ନାହିଁ । ନିଃଶ୍ୱାସ ନେଲାବେଳେ ଏହି ମଇଳାରୁ ଅନେକ ନାକବାଳରେ ଛାଣି ହୋଇ ରହିଯାଏ । ବାକି ଯେତେକ ଥାଏ ତାହା ଲାଳରେ ଲାଗି ରହିଯାଏ ଓ ପରେ ଆମେ ଛିଙ୍କି ସେ ସବୁ ମଇଳା ବାହାର କରି ଦେଉଁ । ଏହିପରି ନାସାରନ୍ଧ୍ରରେ ପବନ ଛାଣି ହୋଇ ଭିତରକୁ ଯାଏ । ଏହା ଛଡ଼ା ନାକବାଟେ ପବନ ଯା‌ଉଁ ଯାଉଁ ତାହା ଟିକିଏ ଉଷୁମ ହୋଇଯାଏ ଓ ତ‌ହିଁରେ କେତେକ ଜଳୀୟ ବାଷ୍ପ ମିଶିଯିବାରୁ ତାହା ଠିକ୍ ଆମର ଉପଯୋଗୀ ହୋଇଯାଏ । ନାକରେ ଆମେ