ପୃଷ୍ଠା:Ama Deha (BB Patnaik 1940) o.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୦
ଆମ ଦେହ

ଆଡ଼କୁ । କଫ ଦେହରେ ପବନର ଧୂଳି ମଳି ଲାଗି ଏହି ପକ୍ଷ୍ମ ଉପର ଦେଇ ଆସ୍ତେ ଆସ୍ତେ ଉପରକୁ ଆସେ ଓ ଶେଷରେ ଆମେ କାସି ତାହା ବାହାର କରି ଦେଉଁ ।

ଚରମ କ୍ଳୋମନାଳୀ ଶେଷରେ ଫୁଲି ଗୋଟିଏ ଗୋଟିଏ ଥଳୀ ପରି ହୋଇଅଛି । ଏହି ଥଳୀକୁ ବାୟୁକୋଷ କହ‌ନ୍ତି । ଖଜୁରିଗଛରୁ ପ୍ରଥମେ ଗୋଟାଏ କାଣ୍ଡ ବାହାରି ତାହା ଅସ୍ତେ ଆସ୍ତେ ଗୋଟାଏ ଚଅଁର ପରି ଶାଖା ପ୍ରଶାଖାରେ ଭାଗ ହୋଇ ଶେଷରେ ଯେପରି ଡ଼େମ୍ଫ ଦେଇଥାଏ ଓ ସେହି ଡେମ୍ଫରୁ ଖଜୁରି କୋଳି ସବୁ ଝୁଲିଥାଏ, ସେହିପରି ଶ୍ୱାସନାଳୀରୁ କ୍ଳୋମନାଳୀ ବାହାରି ତାହା ଆସ୍ତେ ଆସ୍ତେ ଶାଖା ପ୍ରଶାଖାରେ ଭାଗ ହୋଇ ଶେଷକୁ ବାୟୁକୋଷରେ ପରିଣତ ହୋଇଅଛି । ୫୮ ପୃଷ୍ଠାର ଚିତ୍ର ଦେଖିଲେ ଏହା ବେଶ୍ ବୁଝାଯାଏ । ବାୟୁକୋଷ ଏଡ଼େ ଛୋଟ ଯେ, ଖାଲି ଆଖିରେ ଦେଖଯାଏ ନାହିଁ । ଏହାର ଆସ୍ତରଣ ମଧ୍ୟ ସେହି ଅନୁପାତରେ ପତଳା ।

ଫୁସ୍‌ଫୁସ୍ (Lungs):- ମୋଟ ଉପରେ କହିବାକୁ ଗଲେ ଫୁସ୍‌ଫୁସ୍ ଏହି ସବୁ ଚରମ କ୍ଳୋମନାଳୀ ଓ ବାୟୁକୋଷ ଆଦିର ସମଷ୍ଟି । ଆମ ଛାତି ଭିତରେ ଦୁଇ ପାଖରେ ଦୁଇଟି ଫୁସ୍‌ଫୁସ୍ ଅଛି । ପ୍ରତ୍ୟେକ ଫୁସ୍‌ଫୁସ୍‌କୁ ଚାରିଆଡ଼ୁ ଘୋଡ଼ାଇ ଥଳି ପରି ଦୁଇ ପରସ୍ତ ଖୁବ୍ ପତଳା ଝିଲ୍ଲି (Plenra) ଅଛି । ଏହି ଦୁଇ ପରସ୍ତ ଭିତରେ ଗୋଟାଏ ପାଣିଭଳି ଜିନିଷଥାଏ । ଏହି ହେତୁରୁ ଫୁସ୍‌ଫୁସ୍ ସଙ୍କୁଚିତ ଓ ପ୍ରସାରିତ ହେଲାବେଳେ ତାହା ଘଷି ହୋଇଯାଏ ନାହିଁ ।