ପୃଷ୍ଠା:Ama Deha (BB Patnaik 1940) o.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୧
ଆମ ଦେହ

ନିଃଶ୍ୱାସ ପବନ ନାସାରନ୍ଧ୍ର ବାଟେ ଗଳକକ୍ଷକୁ ଯାଏ । ସେଠାରୁ କଣ୍ଠନାଳୀ, ଶ୍ୱାସନାଳୀ, କ୍ଳୋମନାଳୀ ଆଦି ଦେଇ ଚରମ କ୍ଳୋମନାଳୀବାଟେ ବାୟୁକୋଷରେ ପହଞ୍ଚେ । ଅମେ ଯେତେବେଳେ ନିଃଶ୍ୱାସ ନେଉଁ ଛାତି ଫୁଲଉଠିବାରୁ ଏହି ବାୟୁକୋଷ ସଙ୍ଗେ ସମସ୍ତ ଫୁସ୍‌ଫୁସ୍ ପବନରେ ଫୁଲି ଉଠେ । ନିଃଶ୍ୱାସ ଛାଡ଼ିଦେଲେ ପୁଣି ଛାତି ଛୋଟ ହୋଇଯାଏ । ଫୁସ୍‌ଫୁସ୍ ଏହିପରି ବାୟୁକୋଷରେ ପୂରିଥିବାରୁ ତା ଭିତରର ଆୟତନ ଖୁବ୍ ବଢ଼ିଯାଇଛି । ସମସ୍ତ ବାୟୁକୋଷ ମେଳାଇ ବିଛାଇଦେଲେ ୪୦ବର୍ଗଫୁଟରୁ ବେଶୀ ହେବ । ନିଃଶ୍ୱାସ ନେଉଥିବା ବେଳେ ଫୁସଫୁସ ଭିତରେ ଏତେ ବଡ଼ ଅୟତନରେ ପବନ ମାଡ଼ି ରହିଥାଏ, ସେ ହେତୁରୁ ଅନେକଗୁଡ଼ାଏ ରକ୍ତ ଏତେ ବେଶୀ ଆୟତନର ପବନ ସମ୍ପର୍କରେ ଅସେ ଓ ତହିଁରୁ ଅମ୍ଳଜାନ ଅତି ସହଜରେ ନେଇ ପାରେ ।

ମଇଳା ରକ୍ତ ନେଇ ଯେଉଁ ଧମନୀ ହୃଦ୍‌ଯନ୍ତ୍ରରୁ ଫୁସ୍‌ଫୁସ୍‌କୁ ଯାଇଅଛି, ତାହା ଅନେକ ଶାଖା ପ୍ରଶାଖାରେ ବିଭକ୍ତ ହୋଇଅଛି । ଶେଷରେ ସେ ସବୁ ଏଡ଼େ ସୂକ୍ଷ୍ମ ହୋଇଛନ୍ତି ଯେ, ଖାଲି ଆଖିରେ ଦେଖି ହେବ ନାହିଁ । ଏହି ସୂକ୍ଷ୍ମ ଧମନୀସବୁରୁ ଜାଲକ (Capillary), ଆରମ୍ଭ ହୋଇ ବାୟୁକୋଷକୁ ଘେରି ରହିଅଛି । ଜାଲକର ଆସ୍ତରଣ ମଧ୍ୟ ଖୁବ ପତଳା । ଜାଲକ ଓ ବାୟୁକୋଷ ଏହିପରି ଲଗାଲଗି ହୋଇ ରହିଥିବାରୁ ଜାଳକ ଭିତରେ ଥିବା ରକ୍ତ ଓ ବାୟୁକୋଷ ମଧ୍ୟରେ ଥିବା ବାୟୁ, ଏ ଦୁହିଙ୍କ ଭିତରେ ବ୍ୟବଧାନ କେବଳ ଜାଲକ ଓ ବାୟୁକୋଷ ଏ ଦୁହିଙ୍କର ଆସ୍ତରଣ । ଏ ଦୁଇ ଆସ୍ତରଣ ଏତେ ପତଳା ଯେ, କହିବାକୁ ଗଲେ ରକ୍ତ ଓ ବାୟୁ ଏକାବେଳକେ ଲଗାଲଗି ହୋଇ ରହିଥାନ୍ତି, କେବଳ ଏହି ପତଳା ଆସ୍ତରଣ