Jump to content

ପୃଷ୍ଠା:Ama Deha (BB Patnaik 1940) o.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆମ ଦେହ

ଜୀବଜନ୍ତୁ, ବୃକ୍ଷ ଲତା କଳ କବଜା ଆଦି ଯେତେ ଯେତେ ଜିନିଷ ଆମ୍ଭେ ମନେ ଦେଖୁଁ, ସେଥି ଭିତରୁ ମନୁଷ୍ୟ ସବୁଠାରୁ ଶ୍ରେଷ୍ଠ । ଦେହଟି ଦେଖିବାକୁ ଛୋଟ ସତ, କିନ୍ତୁ ସେଥିରେ ଯେ କେତେ କେତେ ସୂକ୍ଷ୍ମ କଳ କବଜା ରହିଅଛି, ତାହା କହି ହେବ ନାହିଁ । ରେଳଗାଡିର ଇଞ୍ଜିନ୍‌ଘର ଦେଖି ଆମେ ଆଶ୍ଚର୍ଯ୍ୟ ହେଇଯାଉଁ, ହାରମନିୟମ୍ କିମ୍ବା ଗ୍ରାମୋଫୋନ୍ ବାଜା ଶୁଣିଲେ ସେଠୁଁ ଉଠିବାକୁ ମନ ହୁଏ ନାହିଁ, ଫଟ ଉଠାଇବା ଯନ୍ତ୍ର କିପରି ଯେ ଛବି ଉଠାଏ କିମ୍ବା ଟେଲିଗ୍ରାଫ୍ ତାର କିପରି ଯେ ଏତେ ଦୂରକୁ ସମ୍ବାଦ ନେଇଯାଏ, ଏହା ଆମେ ଭାବି ଠିକ କରି ପାରୁ ନାହିଁ; କିନ୍ତୁ ଏ ସବୁ ତ କିଛି ନୁହେ, ଏହାଠାରୁ ବଳି ଭଳିକି ଭଳି ବଢ଼ିଆ ବଢ଼ିଆ ଯନ୍ତ୍ର ଆମ ଏ ଦେହଭିତରେ ଅଛି । ତା କଥା ଭାବିଲେ ବାହାରର ଏ ସବୁ କଳ କବଜାଆଡ଼େ ଚାହିଁବାକୁ ଇଚ୍ଛା ହେବ ନାହିଁ । କଳରେ ଲୁଗା ବୁଣା ହେଉଅଛି, ଗାଡି ମଟର ତିଆରି ହେଉଅଛି,