ପୃଷ୍ଠା:Ama Deha (BB Patnaik 1940) o.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଖାଦ୍ୟ କିପରି ଜୀର୍ଣ୍ଣ ହୁଏ, ତାର ସାର କିପରି ରକ୍ତରେ ମିଶେ, ରକ୍ତ କିପରି ଚାରିଆଡ଼େ ଖେଳେ ଓ ତହିଁରୁ କିପରି ଅଙ୍ଗାରକାମ୍ଳ ବାହାରିଯାଏ ଏବଂ କିପରି ବା ତ‌ହିଁକି ଅମ୍ଳଜାନ ଆସେ, ଏସବୁ ବିଷୟ କୁହାଗଲା । ବର୍ତ୍ତମାନ ଦେହଭିତରୁ ଆବର୍ଜ୍ଜନା କିପରି ବାହାରିଯାଏ ସେ ବିଷୟ ଦେଖାଯାଉ ।

ଖାଦ୍ୟରୁ ସାର ଶୋଷି ହୋଇଗଲା ପରେ ଖଦଡ଼ା ଅଂଶତକ ମଳ ହୋଇ ମଳଦ୍ୱାରବାଟେ ବାହାରିଯାଏ, ଏ କଥା ଆଗରୁ କୁହାଯାଇଅଛି । ଦେହଭିତରେ ଥିବା ମଇଳା କେବଳ ଯେ ମଳ ଓ ଅଙ୍ଗାରକାମ୍ଳ ତାହା ନୁହେ, ଆଉ ବି ଅନେକ ପ୍ରକାର ମଇଳା ଦେହଭିତରେ ଜମେ । ଆମ ଦେହଭିତରେ ସବୁବେଳେ କିଛି ନା କିଛି କାମ ହେଉଛି ଓ ତହିଁର ଫଳରେ ତନ୍ତୁକୋଷମାନଙ୍କର ସବୁବେଳେ କ୍ଷୟ ଲାଗି ରହିଛି; ଯାହା କ୍ଷୟ ହେଉଛି, ତାହା ମଇଳାରୂପେ ଜମା ହେଉଛି । ଏହି ମଇଳା ଦେହ ପକ୍ଷରେ ଭାରି ଅନିଷ୍ଟକର, ତେଣୁ ଏହା ଦେହଘରର ନର୍ଦ୍ଦମା ବାଟେ ବାହାରିଯାଏ । ଆମେ ଯେତେ ଯାହା ଖାଉଁ, ସେଥିଭିତରେ ଅନେକ ଅଦରକାରୀ ଜିନିଷ ଖାଇ ହୋଇ ଜୀର୍ଣ୍ଣ ହୋଇଯାଏ । ଏସବୁ ଜିନିଷ ଦେହ ପକ୍ଷରେ ଅପକାରୀ, ତେଣୁ ଏହା ମଧ୍ୟ ଦେହରୁ ବାହାରିଯାଏ । ଆଗରୁ କୁହାଯାଇଛି ଯେ, ରକ୍ତ ଦେହର ଚାରିଆଡ଼କୁ ଯାଇ ଯେଉଁଠାରେ ଯେଉଁ ମଇଳା ପାଏ, ତାହା ଧୋଇ ଧାଇ ନେଇଆସେ । ଅଙ୍ଗାରକାମ୍ଳ ଫୁସ୍‌ଫୁସ୍ ବାଟେ ବାହାରିଯାଏ;କିନ୍ତୁ ମଇଳାତକ ସେବାଟେ