ପୃଷ୍ଠା:Ama Deha (BB Patnaik 1940) o.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୯
ଆମ ଦେହ

ନିଏ । ମଇଳା ଓ ପାଣି ମିଣି ଝାଳ ହୁଏ । ଏହି ଝାଳ ଚମରେ ଥିବା ଛୋଟ ଛୋଟ ନଳୀବାଟେ ବାହାରକୁ ବାହାରିଯାଏ । ମଇଳା ଛଣା ହୋଇଗଲା ପରେ ରକ୍ତ ଛୋଟ ଛୋଟ ଶିରାବଡ଼ ବଡ଼ ଶିରାରେ ଥିବା ରକ୍ତରେ ମିଶିଯାଏ । ଆମ ଦେହରୁ ପ୍ରତିଦିନ ଅତି କମରେ ଦୁଇ ତିନି ଗ୍ଲାସ ଝାଳ ବାହାରେ । ଶୀତଦିନେ ଝାଳ ବାଷ୍ପ ଆକାରରେ ବାହାରୁଥିବାରୁ ତାହା ଆମେ ଦେଖି ପାରୁ ନାହିଁ, କିନ୍ତୁ ଏହା ବୋଲି ଝାଳ ଯେ ନ ବାହାରେ, ତାହା ନୁହେ ।