ପୃଷ୍ଠା:Ama Deha (BB Patnaik 1940) o.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ଦେହ

କିନ୍ତୁ ଯେଉଁ ସବୁ କଳ ସେ ସବୁକୁ ତିଆରି କରି ପାରୁଅଛି, ତାହାକୁ ଯେଉଁ ମନୁଷ୍ୟ ଗଢ଼ିଅଛି, ତା ଦେହରେ ସେ ବାହାରର କଳ କବଜାଠାରୁ ବଢ଼ିଆ ବଢ଼ିଆ କଳମାନ ରହିଅଛି, ଏହା ଆଉ ବିଚିତ୍ର କଣ ?

ମୋଟ ଉପରେ କ‌ହିବାକୁ ଗଲେ, ଆମ ଏ ଦେ‌ହଟି ଗୋଟାଏ ବଡ଼ କଳଘର । ଏହି କଳଘରଟି ଗୋଟାଏ ରୁଖା ଉପରେ ଖଞ୍ଜା ହୋଇଅଛି । ଏ ରୁଖା କିନ୍ତୁ ସାଧାରଣ ରୁଖା ପରି ଅଚଳ ନୁହେ, ଏହା ଚାଲି ପାରେ । ଏହା ହେଲା ଆମ ଗୋଡ଼ । ଗୋଡ଼ ଛଡ଼ା ଦେହକଳକୁ ଦରକାରି ଜିନିଷ ଯୋଗାଇବା ପାଇଁ ଓ ତାକୁ ଆପଦ ବିପଦରୁ ରକ୍ଷା କରିବା ପାଇଁ ଦୁଇଟି ହାତ ରହିଅଛି । ହାତ ମଧ୍ୟ ଚଳ ବିଚଳ ହୁଏ ।

ଘରେ ଯେପରି ଦୁଆର ଓ ଝରକା ରହିଥାଏ, ଏ ଦେହକଳଘରେ ମଧ୍ୟ ସେହିପରି ଅନେକଗୁଡ଼ିଏ ଦରଜା ଓ ଝରକା ଅଛି । ଏହା ଭିତର ଦେଇ ବାହାରୁ ଖାଦ୍ୟ ଜିନିଷ ଓ ପବନ ଦେହ ଭିତରକୁ ଯାଏ ଓ ଦେହ ଭିତରୁ ମଇଳା ଜିନିଷ ସବୁ ମଳ, ମୂତ ଓ ଝାଳ ଆକାରରେ ବାହାରି ଆସେ । ଏ ସବୁ ହେଲା ଆମର ପାଟି, ନାକ, ଲୋମକୂପ, ମଳଦ୍ୱାର ଆଦି ।

ସାଧାରଣ ଘର ଯେପରି ଏକତାଲା, ଦୋତାଲା, ତିତାଲା ଆଦି ହୋଇଥାଏ, ଆମ ଦେହଘରେ ମଧ୍ୟ ସେହିପରି ତିନୋଟି ତାଲା ଅଛି । ରେଳଷ୍ଟେସନ ସମସ୍ତେ ତ ଦେଖିଅଛ; ସେଠାରେ ସିଗ୍‌ନାଲ ଘର ( Signal ) ଅଛି ଜାଣ ? ଏହି ସିଗ୍‌ନାଲ୍ ଘର ଖୁବ୍