ପୃଷ୍ଠା:Ama Deha (BB Patnaik 1940) o.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୪
ଆମ ଦେ‌ହ

ବାକି ଶାଖାତକ ଦେଖିବାକୁ ଖୁବ୍ ଲମ୍ବ ସରୁ ସୂତା ପରି-ଏତେ ସରୁ ଯେ ଏଥିରୁ ଶହେ ଖଣ୍ଡେ ଏକାଠି କଲେ ଖୁବ୍ ସରୁ ପାଟଖିଅ - ଠାରୁ ବି ସରୁ ଜଣାଯିବ । ଏହିସବୁ ସରୁ ସରୁ ଶାଖା ଏକାଠି ମିଳି ଗୋଟିଏ ଗୋଟିଏ ସୂତାଖିଅ ପରି ହୋଇଅଛନ୍ତି । ଏହା ଦେଖିବାକୁ ଧୋବଲା । ଏହାକୁ ନାଡ଼ୀ (Nerves) କହନ୍ତି । ଖପୁରି ଦେହରେ ଅନେକଗୁଡ଼ିଏ ଫୋଡ଼ ଅଛି । ଏହି ପୋଡ଼ ବାଟେ କେତେକ ନାଡ଼ୀ ବାହାରି ଦେହର ଭିନ୍ନ ଭିନ୍ନ ସ୍ଥାନକୁ ଯାଇଛନ୍ତି । ତା ଛଡ଼ା ବେଶୀ ଭାଗ ନାଡୀ ଏକାଠି ମିଶି ଗୋଟାଏ ମୋଟ ଦଉଡ଼ିପରି ହୋଇ ଖପୁରି ତଳେ ଥିବା ବଡ଼ ଜଳା ବାଟେ ବାହାରି କଶେରୁକା ଭିତରେ ଥିବା ଫୋଡ଼ ବାଟେ ତଳକୁ ଯାଇଛନ୍ତି । ନାଡ଼ୀମାନଙ୍କର ଦଉଡ଼ିଭଳି ଏ ସମଷ୍ଟିକୁ ସୁଷୁମ୍ନା କାଣ୍ତ କହନ୍ତି । ସୁଷୁମ୍ନା ଓ ମସ୍ତିଷ୍କ ଯଦି ଏକାଠି ଦେହରୁ ବାହାର କରି ନିଆଯାଏ, ତେବେ ସୁଷୁମ୍ନା କାଣ୍ଡ ମସ୍ତିଷ୍କର ଲାଞ୍ଜପରି ଦେଖାଯିବ । ଖଣ୍ତେ କଶେରୁକା ପାଖ-କଶେରୁକା ସଙ୍ଗେ ଯୋଡ଼ି ହେଲାବେଳେ ଦୁଇକଡ଼କୁ ଦୁଇଟି ଫାଙ୍କ ରହିଯାଇଛି । ଏହା ଦେଖିବାକୁ ଦୁଇଟି ଫୋଡ଼ ପରି । ଏହି ବାଟେ ସୁଷୁମ୍ନାକାଣ୍ଡରୁ ଗୋଟିଏ ଗୋଟିଏ ନାଡ଼ୀ ବାହାରିଅଛି । ଏହି ନାଡ଼ୀକୁ କଶେରୁ-ନାଡ଼ୀ (Spinal Nerves ) କହନ୍ତି । ଏହା ଦେଖିଲେ ସୁଷୁମ୍ନାକାଣ୍ଡର ଶାଖା ପରି ମନେ ହୁଏ । ଆମ ଦେହରେ ମୋଟ ୫୨ଟି କଶେରୁ ନାଡ଼ୀ ଅଛି । ଏହିପରି ନାଡ଼ୀସବୁ ସୁଷୁମ୍ନା ଦେହରୁ ବାହାରିଯିବାରୁ ତାହା କ୍ରମଶଃ ତଳଆଡ଼କୁ ସରୁ ହୋଇ ଯାଇଛି । ମସ୍ତିସ୍କ ଓ ସୁଷୁମ୍ନା ଦେହରୁ ଏହିପରି ନାଡ଼ୀସବୁ ବାହାରି ଦେହର ଯେତେ ଯେତେ ତନ୍ତୁ ଓ ତନ୍ତୁରେ ଯେତେ ଯେତେ