ପୃଷ୍ଠା:Ama Deha (BB Patnaik 1940) o.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୮
ଆମ ଦେହ

ଆମେ ନିଜେ ଜାଣି ଶୁଣି ଅନେକ କାମ ତ କରୁଁ , ତା ଛଡ଼ା ଆମ ଅଜଣାରେ ମଧ୍ୟ ଅନେକ କାମ ହୁଏ । ହୃଦ୍‌ଯନ୍ତ୍ର ଚଳୁଛି, ନିଶ୍ୱାସ ବହୁଛି, ଏସକୁ ହେଲା ଆମ ଅଜଣା କାମ । ଏଥିଭିତରୁ କେତେକଙ୍କ ଉପରେ ଆମର କିଛି ଅଧିକାର ନାହିଁ; ଆମେ ଇଚ୍ଛା କଲେ ବି ବନ୍ଦ କରି ପାରିବା ନାହିଁ । ହୃଦ୍‌ଯନ୍ତ୍ରକୁ ବଳେ ବଳେ କେହି ବନ୍ଦ କରି ପାରିବା କି ? ଏହିପରି ଯେତେ ଯେତେ ଆମ ଅଧିକାର ବାହାର ସ୍ଥାନ ଅଛି, ସେଠାରେ ଏକ ପ୍ରକାର ନାଡ଼ୀ ଅଛି, ତାକୁ ସ୍ୱତନ୍ତ୍ର ନାଡ଼ୀ (Automatic Nerves) କହନ୍ତି । ମେରୁଦଣ୍ଡର ଦୁଇ ପାଖରେ ଏହି ନାଡ଼ୀତନ୍ତୁରୁ ଦୁଇ ଗୋଟି ରହି ଦେହର ଭିନ୍ନ ଭିନ୍ନ ପ୍ରକାର ସ୍ୱତନ୍ତ୍ର କାର୍ଯ୍ୟ କଥା ଦୁଝେ । ଏଥିରେ ମଧ୍ୟ ଦୁଇ ପ୍ରକାର ଖିଅ ଅଛି -ସଂଜ୍ଞାଭା ଓ ଚେଷ୍ଟାବ‌ହା ଖିଅ । ସଂଜ୍ଞାବହା ନାଡ଼ୀ ସେଠାର ଅଭାବ ଅସୁବିଧା ଆଦିର ଖବର ଆଣୁଅଛି ଓ ଚେଷ୍ଟାବହା ନାଡ଼ୀ ସେ ସବୁକୁ ଆୟତ୍ତରେ ରଖି ତ‌ହିଁର କାର୍ଯ୍ୟ ଚଲାଉଅଛି ।

ହୃଦ୍‌ଯନ୍ତ୍ର, ପାକ‌ଯନ୍ତ୍ର, କୁକ୍ଷିଯନ୍ତ୍ର ଓ ପେଟ ଦୁଇପାଖରେ ଥିବା ଯନ୍ତ୍ର ଆଦିର କଥା ବୁଝିବାପାଇଁ ଏହି ସ୍ୱତନ୍ତ୍ର ନାଡ଼ୀ ତନ୍ତ୍ରରୁ ନାଡ଼ୀ ଯାଇ ତିନି ଗୋଟି ନାଡ଼ୀପଦ୍ମ (Nerve Plexus) ଗଢ଼ା ହୋଇଅଛି; ଯଥା-ହୁଦ୍‌ଯନ୍ତ୍ର ପାଇଁ ଅନାହତ ପଦ୍ମ (Cardiae Plexus) । ଏହା ଯୋଗେ ହୃଦ୍‌ଯନ୍ତ୍ର ଠିକ ଭାବରେ ଚଳେ । ପାକଯନ୍ତ୍ର ପାଇଁ ମଣିପୁର ପଦ୍ମ ( Solar Plexus ) । ଏହା ପାକସ୍ଥଳୀର ପଛପଟେ ଅଛି । ଏହାଦ୍ୱାରା ପାକଯନ୍ତ୍ର ଚାଳିତ ହୁଏ । ମୂତ୍ରସ୍ଥଳୀ, ମଳଦ୍ୱାର, ଜରାୟୁ ଏବଂ ଅନ୍ୟାନ୍ୟ କୁକ୍ଷିଯନ୍ତ୍ର ପାଇଁ ସ୍ୱାଧିଷ୍ଠାନ ପଦ (Pelvic Plexus) ଅଛି ।