ପୃଷ୍ଠା:Ama Deha (BB Patnaik 1940) o.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ଦେହ

ଉଚ୍ଚରେ ଥାଏ । କେଉଁଠାରୁ କେଉଁ ଗାଡ଼ି ଆସିଲା ଓ କେଉଁଠାରୁ କେଉଁ ଗାଡ଼ି ଗଲା, ଏହା ସବୁ ସେହିଠାରେ ଜଣାଯାଏ ଓ ସେହି ଅନୁସାରେ ରେଳପୋଇ ଖଞ୍ଜା ହୁଏ । ଆମ ଦେହରେ ସେହିପରି ଗୋଟିଏ ସିଗ୍‌ନାଲ୍ ଘର ଅଛି । ଏହା ସବୁଠାରୁ ଉପର ତାଲାରେ ରହିଅଛି । ଏହାକୁ ଆମେ ମୁଣ୍ତ କ‌ହୁଁ । ବାହାରର ଜିନିଷ ସବୁ ଦେଖିବା ପାଇଁ, ଶବ୍ଦ ଶୁଣିବା ପାଇଁ, ଗନ୍ଧ ବାରିବା ପାଇଁ ଏଥିରେ ଆଖି, କାନ, ନାକ ଆଦି ଯନ୍ତ୍ରସବୁ ରହିଅଛି । ଏହି ସବୁ ଯନ୍ତ୍ର ସାହାଯ୍ୟରେ ଆମେ ବାହାରର ସବୁ କଥା ଜାଣି ପାରୁଁ । ବାହାରକୁ ଶବ୍ଦ ପଠାଇବା ପାଇଁ ପାଟି ମଧ୍ୟ ଉପର ତାଲାରେ ଅଛି । ଏହା ଛଡ଼ା ଆମ ଦେହଭିତରେ ଯେତେ ଯେତେ ଟେଲିଗ୍ରାଫ୍ ତାର ଅଛି, ତାର କେନ୍ଦ୍ର ରହିଅଛି ମୁଣ୍ଡ ଭିତରେ । ଦେହଯାକର ସବୁ ଖବର ସେଠାରେ ପହଞ୍ଚେ ଓ କେଉଁ ବିଷୟରେ କେଉଁଠାରେ କଣ କରିବାକୁ ହେବ, ତାହା ସବୁ ସେଠାରେ ଠିକଣା ହୋଇ ଚାରିଆଡ଼କୁ ସମ୍ବାଦ ପଠାଯାଏ । ଏ ଗଲା ତିତାଲା କଥା ।

ଦୋତାଲା ହେଲା ଆମର ବକ୍ଷଦେଶ । ଏଥିରେ ଗୋଟାଏ ବଡ଼ ଦମ୍‌କଳ ରହିଅଛି । ଏହା ଦେହର ଚାରିଆଡ଼କୁ ରକ୍ତ ପଠାଏ । ରକ୍ତ ସଫା କରିବା ପାଇଁ ଅଉ ଗୋଟିଏ ଯନ୍ତ୍ର ମଧ୍ୟ ଏଠାରେ ରହିଅଛି । ତାହାକୁ ଫୁସ୍‌ଫୁସ୍ (Lungs) କ‌ହନ୍ତି । ଯେଉଁମାନେ ଦୋତାଲା, ତିତାଲା ଘର ତୋଳାନ୍ତି, ସେମାନେ ତଳ ତାଲାରେ କଣ କରନ୍ତି ? ସେଠାରେ ସରଘର, ରୋଷେଇଘର, ଅନ୍ତୁଡ଼ିଶାଳ ଆଦି ଥାଏ ଏବଂ ଘରଯାକର ମଇଳା ପାଣି, ଅଳିଆ